ଦେଖନ୍ତୁ Exclusive ଭିଡ଼ିଓ ପ୍ରେମ ମାନେ ନାହିଁ ଜାତି- ଧର୍ମ ଓ ବର୍ଣ୍ଣ-ପ୍ରେମିକା ନିଜ ପ୍ରେମକୁ ପାଇବା ପାଇଁ ମୁସିଲିମ୍ ଧର୍ମରୁ ହିନ୍ଦୁ ଧର୍ମ ଗ୍ରହଣ କଲେ…..

ମୁସଲିମ୍ ରୁ ହେଲି ହିନ୍ଦୁ । ହିନ୍ଦୁ ପୁଅ କୁ ବାହା ହେବି , ଓଡିଆ ଘର ର ବୋହୂ ହେବି । ତେବେ ମୁଁ ହିନ୍ଦୁ ଧର୍ମ ଗ୍ରହଣ କରିବି ଆଉ ହିନ୍ଦୁ ଘର ର ବୋହୂ ହେବି । ହିନ୍ଦୁ ପୁଅ କୁ ମୋ ଜୀବନ ସାଥୀ ରୂପରେ ଗ୍ରହଣ କରିବି । ନାଲି ପାଟ ଶାଢି ପିନ୍ଧି ଯଜ୍ଞ ବେଦି ରେ ବସି ଥିବା ଏହି ଯୁବତୀ ଜଣ ଙ୍କ ଏହା ହିଁ ଚାହୁଁଛନ୍ତି । ଖାସ୍ ସେଇଥି ପାଇଁ ତାଙ୍କରି ସକାଶେ ଆଜି ଏତେ ଆୟୋଜନ ହୋଇଛି । ମୁସଲମାନ୍ ପରିବାର ରେ ଜନ୍ମ ଗ୍ରହଣ କରି ଥିବା ଏହି ଯୁବତୀ ଜଣ ଙ୍କ ହେଉଛନ୍ତି ବରଗଡ ଜିଲ୍ଲା ପାଇକମାଳ ର ସାଇନା ବାନି । ଆଉ ଆଜି ସେ ଇସଲାମ୍ ଧର୍ମ କୁ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରୁଛନ୍ତି ।

ସାରା ପରିବାର ମୁସଲମାନ୍ ଝିଅ ର ଇଚ୍ଛା ଆଉ ଆଗ୍ରହ ସକାଶେ ପରିବାର ଲୋକେ ବି ଏକ ପ୍ରକାର ରେ ତାଙ୍କ କଥା ରେ ରାଜି । ଏଣିକି ଝିଅ ସାଇନା ବାନୁ ସୋନମ୍ ଆର୍ଯ୍ୟ ନାମ ରେ ପରିଚିତ ହେବ । ହିନ୍ଦୁ ଘର ର ରିତିନୀତି ପରମ୍ପରା ଅନୁସାରେ ଚଳିବ । ଗୀତା ପଢିବ, ମାଣ ବସେଇବ ଓଡିଆ ଘର ର ହାଣ୍ଡିଶାଳ ରେ ପଖାଳ ବାଢିବ ।

ସାଇନା ବାନୁ ଙ୍କ ଏ ପରିବର୍ତ୍ତିତ କାହାଣୀ କୌଣସି ସିନେମା କାହାଣୀ ଠାରୁ ବି କମ୍ ନୁହେଁ । ପିଲା ଟି ଦିନ ରୁ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଠ ସାଇନା , ଆଉ ବଡ ହେବା ପରେ ହିନ୍ଦୁ ଯୁବକ ଙ୍କୁ ବାହା ହେବା ପାଇଁ ତାଙ୍କର ମନ । କିନ୍ତୁ ଏଥିରେ ବାଧକ ସାଜିଲା ଜାତି ଆଉ ଧର୍ମ । ଝିଅ ର ମନ ଆଗ ରେ ପରିବାର ଲୋକେ ଆଉ ମନା କରି ପାରିଲେ ନାହିଁ ।

ତେଣୁ ବଲାଙ୍ଗିର ଜିଲ୍ଲା ଆର୍ଯ୍ୟ ସମାଜ ରେ ଧର୍ମ ପରିବର୍ତ୍ତନ ପାଇଁ ଆବେଦନ କରା ଗଲା । ଆଉ ଏହାପରେ ଆର୍ଯ୍ୟ ସମାଜ ପ୍ରଶାସନ ଠାରୁ ଅନୁମତି ଆଣିବା ପରେ ଆର୍ଯ୍ୟ ଭବନ ଠାରେ ରିତିନୀତି ରେ ହୋମ ଯଜ୍ଞ କରା ଯାଉଛି ଏବଂ ଏହି ଠାରେ ହିଁ ସାଇନା ବାନୁ ହୋଇ ଗଲେ ସୋନମ୍ ଆର୍ଯ୍ୟ ।

ତେବେ ଏଥିରୁ ଜାଣିପାରୁଥି୍ବେ ଯେ ଭାରତବର୍ଷ ହେଉଛି ବସୁଂଧୈବ କୁଟୁମ୍ବକମ୍ଂ । ଆଉ ଏହା ହିଁ ଆମ ଭାରତ ବର୍ଷ ର ବୈଶିଷ୍ଟ୍ୟ ଆଉ ମାଧୁର୍ଯ୍ୟ । ଏଠି ନିଜ ଇଚ୍ଛା ଅନୁସାରେ ମୁକ୍ତ ଜୀବନ ବଞ୍ଚିବାର ଯେ ଯଥେଷ୍ଟ ସୁଯୋଗ ରହିଛି ତାହାକୁ ଏହି ସୁନ୍ଦର ଘଟଣା ପ୍ରମାଣିତ କରୁଛି । ନାଁ ଏଠି ଅଛି ଚାପ ନାଁ କୌଣସି ବାଧ୍ୟ ବାଧକତା ।