( ଅର୍ଶ, ମଳକଣ୍ଟକ, ଭଗନ୍ଦର ) ଭୟଙ୍କର ରୁ ଭୟଙ୍କର ହୋଇଥିଲେ ମୂଳରୁ ଶେଷ ହୋଇଯିବ ଗ୍ୟାରେଣ୍ଟି

ତେବେ ମଣିଷ ଜୀବନ ରେ ସବୁଠୁ ଡର ରହି ଥାଏ ରୋଗ ଯାହାକି ମଣିଷ ଜୀବନ ରେ ହେଲେ ତାକୁ ବହୁତ ଦୁର୍ବଳ କରି ଦେଇ ଥାଏ ଏବଂ ଅନେକ କଷ୍ଟ ମଧ୍ୟ ଦେଇ ଥାଏ | ଭୁଲ ଖାଦ୍ୟ ପେୟ ଯୋଗୁଁ ଅଧିକାଂଶ ଲୋକ ଅର୍ଶ, ମଳକଣ୍ଟକ, ଭଗନ୍ଦର ଭଳି ଅନେକ ସମସ୍ୟା ଦେଖା ଯାଇଥାଏ | ତେବେ ଏହି ସବୁ ରୋଗ ମଧ୍ୟରୁ ଅର୍ଶ ରୋଗ ହେଉଛି ଅନ୍ୟତମ ଯାହା ମଣିଷ କୁ ବହୁତ ଅନକମ୍ଫଟେବୁଲ ଲାଗି ଥାଏ | ଏହି ଅର୍ଶ ରୋଗ ଥରେ ହେଲେ ବସିବାରେ ମଧ୍ୟ ବହୁତ ଅସୁବିଧା ହୁଏ ଓ ଝାଡା ଯିବାରେ ମଧ୍ୟ ବହୁତ ଅସୁବିଧା ସମ୍ମୁଖୀନ କରିବାକୁ ପଡି ଥାଏ |

ଏହି ଅର୍ଶ ରୋଗ ସାଧାରଣ ଭାବରେ ଭଲ ହୋଇ ନଥାଏ ଏହାକୁ ହସ୍ପିଟାଲ ରେ ଅପରେସନ କରାଯାଇ ଥାଏ | କିନ୍ତୁ ଆଜି ଏଭଳି ଏକ ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣଙ୍କର ଏହି ଅର୍ଶ ରୋଗ ଦୂର ହୋଇ ଯିବ ଏବଂ ଅର୍ଶ ଦ୍ୱାରା ଝୁଲି ପଡି ଥିବା ମାଂସ ଖଣ୍ଡ ର ସମସ୍ୟା ମଧ୍ୟ ଦୂର କରି ଦେବ | ଏହା ସହିତ ମଳକଣ୍ଟକ, ଭଗନ୍ଦର ରୋଗ ମଧ୍ୟ ଦୂର ହୋଇ ଯିବ | ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ଟି କିପରି ଭାବେ ପ୍ରସ୍ତୁତ କରିବା |

ଆବଶ୍ୟକ ସାମଗ୍ରୀ :-
1. ଲାଜକୁଳି ପତ୍ର, 2. କ୍ଷୀର, 3. ଗେଣ୍ଡୁ ପତ୍ର, 4. ଗୋଲମରିଚ |

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଏହି ଉପଚାର ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ କିଛି ଲାଜକୁଳୀ ପତ୍ର ଆଣନ୍ତୁ ଏବଂ ସେହି ପତ୍ର କୁ ଭଲ ଭାବରେ ଧୋଇ ଦିଅନ୍ତୁ | ଏହାପରେ ଆପଣ ଙ୍କୁ ଏକ ଗାଈର କ୍ଷୀର ସଂଗ୍ରହ କରିବାକୁ ପଡ଼ିବ ଆଉ ଧୋଇ ଥିବା ପତ୍ର ର ଡେମ୍ଫ ମଧ୍ୟ ଅଲଗା କରି ଦିଅନ୍ତୁ | ଏହାପରେ ସେହି ପତ୍ର କୁ କ୍ଷୀର ରେ ପକାଇ ଖାଲି ପେଟରେ ସେବନ କରନ୍ତୁ ଏବଂ ମାତ୍ର 3 ଦିନ ସେବନ କରନ୍ତୁ ଦେଖିବେ ଆପଣ ଙ୍କର ଏହି ଅର୍ଶ ଭଳି ସମସ୍ୟା ଦୂର ହୋଇ ଯିବ |

ଏହା ସହିତ ଆପଣ ଙ୍କ ଅର୍ଶ ରୋଗ ରେ ଯଦି ରକ୍ତ ପଡୁଛି ତେବେ ଏହା ପାଇଁ ମଧ୍ୟ ଏକ ଉପଚାର ରହିଛି ଯାହାକୁ ସେବନ କଲେ ଆପଣଙ୍କ ଅର୍ଶ ରୁ ରକ୍ତ ପଡ଼ିବା ବନ୍ଦ ହୋଇ ଯିବ | ତେବେ ଏଥିପାଇଁ କିଛି ଗେଣ୍ଡୁ ପତ୍ର ଆଣନ୍ତୁ ଏବଂ ଏହାର ଡେମ୍ଫ କୁ ମଧ୍ୟ ଅଲଗା କରି ଦିଅନ୍ତୁ ଏବଂ ଭଲ ଭାବରେ ଧୋଇ ନିଅନ୍ତୁ |

ଏହାପରେ 10 ଟି ଗୋଲମରିଚ ଆଣନ୍ତୁ ଏବଂ ସେହି ପତ୍ର କୁ ମିଶାଇ ଭଲ ଭାବରେ ବାଟି ତାକୁ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ |ଏହାପରେ 250 ଏମେଲ ପାଣି ଆଣି ସେଥିରେ ଏହି ପେଷ୍ଟ କୁ ସେବନ କରନ୍ତୁ ଦେଖିବେ ମାତ୍ର 2 ଦିନ ସେବନ କଲା ପରେ ଆପଣଙ୍କ ଅର୍ଶ ରେ ରକ୍ତ ପଡିବା ବନ୍ଦ ହୋଇ ଯିବ |