Parlour କୁ ଯାଇ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ .ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଏହି ଘରୋଇ ଉପଚାର ..ମାତ୍ର ଗୋଟିଏ ସପ୍ତାହରେ ଆପଣ ଙ୍କ ପାଦର କଳା ଦାଗ ଲିଭିଯିବ..ଗ୍ୟାରେଣ୍ଟି…

ପ୍ରାୟ ସମସ୍ତେ ମହିଳା ପାର୍ଲର ଯିବାକୁ ଭଲ ପାଇ ଥାଆନ୍ତି କାରଣ ପାର୍ଲର ରେ ସଜେଇ ହେବାକୁ କିଏ ବା ନ ଚାହେଁ | ଏଣୁ କେତେ କେତେ ଯେ ଟଙ୍କା ଖର୍ଚ୍ଚ କରି ସମସ୍ତେ ପାର୍ଲର ହିଁ ଧାଇଁ ଥାଆନ୍ତି ଆଉ ଗୋରା ଚକ ଚକ ହେବା ପାଇଁ ବିଭିନ୍ନ କ୍ରିମ ଲଗାଇ ଥାଆନ୍ତି | କିନ୍ତୁ ଆଜି କିଛି ଏଭଳି ବିଷୟ ସମ୍ପର୍କ ରେ କହିବୁ ଯାହାଦ୍ୱାରା ଆପଣ ପାର୍ଲର କୁ ଯାଇ ଆଉ ପଇସା ଖର୍ଚ୍ଚ ନ କରି ଘରେ ହିଁ ବହୁତ ସହଜ ରେ ପେଡିକ୍ୟୁର କରି ପାରିବେ | ତେବେ ପ୍ରାୟ ଜଣ ନିଜ ପାଦ କୁ ସଫା ରଖିବା ପାଇଁ ଚାହିଁ

ଥାଆନ୍ତି ଅର୍ଥାତ ଯେପରି ତାଙ୍କ ପାଦ ଗୋରା ଦେଖା ଯିବ ସେହି ଚେଷ୍ଟା କରି ଥାଆନ୍ତି | ଆମ ଶରୀର ପାଦ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଥାଏ, ଆମେ ଶରୀର ର ଯତ୍ନ ନେଉ କିନ୍ତୁ ପାଦ ର ଯତ୍ନ ନେବାକୁ ଭୁଲି ଯାଇ ଥାଉ |

ଆମ ପାଦ ସୂର୍ଯ୍ୟ କିରଣ ରୁ ହେଉ ଅବା ଧୂଳି ମଇଳା ରେ ହେଉ ପାଦ ବହୁତ ଅପରିଷ୍କାର ଦେଖା ଯାଇଥାଏ ଏବଂ କଳା ପଡ଼ି ଯାଇ ଥାଏ | ତେବେ ଆଜି ଗୋଡ଼ ର ଆପଣ କିପରି ଯତ୍ନ ନେବେ ଯାହା ଦ୍ୱାରା ଗୋଡ଼ ପରିଷ୍କାର ଦେଖା ଯିବ ସେହି ସମ୍ପର୍କ ରେ ହିଁ ଆଲୋଚନା କରିବା |

ତେବେ ପ୍ରଥମେ ଆପଣଙ୍କ ପାଦରେ ଯାହା ବି ପିନ୍ଧିଛନ୍ତି ତାକୁ କାଢି ନିଅନ୍ତୁ କାରଣ ଏହା ବହୁତ ଅସୁବିଧା କରିବ | ନିଜ ଗୋଡ଼କୁ ସଫା କରିବା ପୂର୍ବରୁ ପ୍ରଥମେ ଆପଣ ଗୋଡ଼ ରେ ପିନ୍ଧି ଥିବା ପାଉଁଜି ଓ ମୁଦି କାଢି ଦେବେ ଏବଂ ନଖ ରେ ଲଗାଇ ଥିବା ନେଲପଲିସ ମଧ୍ୟ ଛଡାଇ ଦେବେ ଆଉ ନଖ କୁ ମଧ୍ୟ ପରିଷ୍କାର ଭାବେ କାଟି ଦେବେ |

ଆବଶ୍ୟକୀୟ ପ୍ରଣାଳୀ :-

1. ଉଷୁମ ପାଣି, 2. ଲୁଣ, 3. ବେକିଂ ସୋଡ଼ା, 4. ଲେମ୍ବୁ, 5. ହାଇଡ୍ରୋଜେନ ଓ 6. ସୋରିଷ ତେଲ |

ନିଜ ପାଦକୁ କିପରି ସଫା ରଖିବେ :-

 

ପ୍ରଥମେ ଗୋଟେ ଛୋଟ ଟପ ରେ ହେଉ କି ବାଲ୍ଟି ରେ ହେଉ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଦୁଇ ରୁ 3 ଚାମଚ କିଛି ଲୁଣ ପକାନ୍ତୁ | ଏହା ପରେ ସେହି ଉଷୁମ ପାଣିରେ ଫାଳେ ଲେମ୍ବୁ କୁ ଚପୁଡି ପକାନ୍ତୁ | ତାପରେ ଏଥିରେ ଆପଣ ଏଥିରେ କୌଣସି ପ୍ରକାର ସାମ୍ପୁ ପକାଇ ପାରିବେ, ପରେ ସେଥିରେ ହାଇଡ୍ରୋଜେନ ଦୁଇ ଚାମଚ ପକାନ୍ତୁ

ଏହାପରେ ପାଦ କୁ ସେହି ପାଣିରେ ବୁଡାଇ ଦେଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଏବଂ ପରେ ନିଜ ପାଦ କୁ ସେଥିରେ 10 ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ଆଉ ମଝିରେ ମଝିରେ ଦୁଇ ପାଦ ଘଷି ମଧ୍ୟ ଦେଉ ଥିବେ ଯାହା ଫଳରେ ଆପଣଙ୍କ ପାଦରେ ଥିବା ମଇଳା ଭଲ ଭାବରେ ବାହାରି ଯିବ | ଏହା ସହିତ ଏକ ଛୋଟ ପଥର ରେ ମଧ୍ୟ ଆପଣ ନିଜ ପାଦ କୁ ଆରମସେ ଘଷି ପାରିବେ |


ଏହାପରେ ନିଜ ପାଦ କୁ କାଢି ଭଲ ଭାବରେ ପୋଛି ଦିଅନ୍ତୁ ଏବଂ ଆଉ ଏକ ପାତ୍ର ରେ କିଛି ବେକିଂ ସୋଡ଼ା ନେଇ ସେଥିରେ ଫାଳେ ଲେମ୍ବୁ ପକାନ୍ତୁ | ଏହାପରେ ଏହି ମିକ୍ସ କୁ ଏକ ବ୍ରସ ସାହାଯ୍ୟ ରେ ପୁରା ପାଦରେ ଲଗାଇବେ ଏବଂ ତାହାକୁ ଭଲ ଭାବରେ ମାଲିସ କରି ଦେବେ | ଏହାପରେ ପୁଣି ସେହି ପ୍ରସ୍ତୁତ କରିଥିବା ପାଣିରେ ନିଜ ପାଦକୁ କିଛି ସମୟ ପାଇଁ ବୁଡାଇ ରଖିବେ |

ପରେ ସେହି ପାଣିକୁ ଫୋପାଡ଼ି ଆଉ ଏକ ଟପ ରେ କିଛି ଉଷୁମ ପାଣି ଆଣି 5 ମିନିଟ ପର୍ଯ୍ୟନ୍ତ ଆପଣଙ୍କ ପାଦକୁ ଭଲ ଭାବରେ ଧୋଇ ଦିଅନ୍ତୁ | ଏହାପରେ ନିଜ ପାଦକୁ ଭଲ ଭାବରେ ପୋଛି କୌଣସି ଭେସଲିନ ବରପ୍ଲସ ହେଉ କି ସୋରିଷ ତେଲ ହେଉ ଆପଣ ଲଗାଇ ପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।