ଭାରି ବଦମାସି ହିରୋଇନ Puja ଅନ ସ୍କ୍ରିନ୍‌ରେ ରାଉଡ଼ି ବୋହୂ…. ଆଉ ଅଫ୍‌ ସ୍କ୍ରିନ୍‌ରେ ଲାଜକୁଳି ଝିଅ… ଦେଖନ୍ତୁ Video

ତେବେ ପ୍ରାୟ ସମସ୍ତେ ଟିଭି ରେ ଏବଂ ମୋବାଇଲ ରେ ଧାରାବାହିକ ଆଦି ଦେଖି ଥାଆନ୍ତି | ସନ୍ଧ୍ୟା ସମୟ ହେଉ ହେଉ ସମସ୍ତେ ସିରିଏଲ ଦେଖିବାକୁ ପ୍ରଥମେ ଖୋଜି ଥାଆନ୍ତି ଏବଂ ସିରିଏଲ ଦେଖି ନିଜର ସମୟ କୁ ଅତିବାହିତ କରି ଥାଆନ୍ତି | ଏଥିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ଦର୍ଶକ ମାନେ ଖୁବ ଭଲ ପାଇବା ଦେଇ ଥାଆନ୍ତି ଏବଂ ନିଜର ନିଜର ଏକ ପସନ୍ଦ କଳାକାର ଥାଆନ୍ତି ଯାହାଙ୍କର ଅଭିନୟ ଦ୍ୱାରା ଆମେ ତାଙ୍କର ଫ୍ୟାନ୍ସ ହୋଇ ଯାଇ ଥାଉ |

ଏହି ସେଲିବ୍ରେଟି ଙ୍କର ଜୀବନ ଶୈଳୀ କିଛି ଅଲଗା ଧରଣ ର ହୋଇ ଥାଏ ଯାହାଙ୍କର ପ୍ରତି ଟି କଥା ଜାଣିବା ପାଇଁ ଆମେ ଚାତକ ଭଳି ଚାହିଁ ରହି ଥାଉ | ତାହା କିଛି ମଜାଦାର ଭିଡ଼ିଓ ହେଉ କି କିଛି ବ୍ୟକ୍ତିଗତ ଜୀବନ ଉପରେ ହେଉ ସମସ୍ତ କିଛି ସମ୍ପର୍କ ରେ ଆମେ ଜାଣିବାକୁ ନିହାତି ଚାହିଁ ଥାଉ |

ତେବେ ଅଭିନେତ୍ରୀ ପୂଜା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା ଝିଅ ଆମର ନୂଆ ବୋହୂ ସିରିଏଲ ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଥାଆନ୍ତି | କେତେ ବେଳେ ସେ ସିରିଏଲ ରେ ଚୁଲବୁଲି ତ ଆଉ କେତେ ବେଳେ ରାଗି ଯାଇ ପୁରା ମା ଦୁର୍ଗା ପାଲଟି ଯାଇ ଥାଆନ୍ତି | ତେବେ ତାଙ୍କର ଅଭିନୟ ରେ ସମସ୍ତେ ପାଗଳ ହୋଇ ଥାଆନ୍ତି ଏବଂ ସେହି ସିରିଏଲ କୁ ଦେଖିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି |

ଏହି ସିରିଏଲ ରେ ରାଜ ରାଜେନ୍ଦ୍ର ଙ୍କୁ ସମସ୍ତେ ଡରନ୍ତି କିନ୍ତୁ ବୋହୂ ପୂଜା ବିଲକୁଲ ଡରନ୍ତି ନାହିଁ ଆଉ ପ୍ରଥମେ ପୂଜା ସେହି ଘରର ଝିଅ ଥିଲେ ଆଉ ଏବେ ସେ ବୋହୂ ଅଛନ୍ତି | ଏବେ ବୋହୂ ହେଲା ପରେ ପୂଜା ଙ୍କର ଅନେକ ଦାୟିତ୍ୱ ବଢିଛି ଏବଂ ସେ ବୋହୂ ହୋଇ ନିଜ ସାଂସାରିକ ଜୀବନ ରେ ସଂଘର୍ଷ କରୁଛନ୍ତି | ତେବେ ସେ ଯାହା ବି ହେଉ ପୂଜା ଙ୍କ ଚରିତ୍ର ସମସ୍ତ ଙ୍କୁ ବେସ ପସନ୍ଦ ଆସିଛି | ତେବେ ପୂଜା ଏକ ଭିଡ଼ିଓ ମାଧ୍ୟମରେ ନିଜ ସୁଟିଂ ସେଟ ର ଅଫ ସ୍କ୍ରିନ କଥା ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି |

ସେ କହିଛନ୍ତି କି ସେ ଅଫ ସ୍କ୍ରିନ ରେ ବହୁତ ମଜା ମସ୍ତି କରି ଥାଆନ୍ତି ଏବଂ ତାଙ୍କର ସମସ୍ତଙ୍କ ସହ ବହୁତ ଭଲ ସମ୍ପର୍କ ରହି ଥାଏ | ତେବେ ସେ ଏହା ମଧ୍ୟ କହିଛନ୍ତି କି ତାଙ୍କର ଦୁଇଟି ଗ୍ରୁପ କରି ଦିଆ ହୋଇଛି ଯେଉଁଥିରେ ଗୋଟିଏ ଝିଅ ଗ୍ରୁପ ଓ ଅନ୍ୟଟି ପୁଅ ଗ୍ରୁପ ଆଉ ସେମାନେ ସବୁ ମିଶି କେବଳ ମଜା ହିଁ କରି ଥାଆନ୍ତି | ତେବେ ପୂଜା ଙ୍କର ଏହି ଭିଡ଼ିଓ ଟିକୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି |