Astro Predict – ମହା ଶିବରାତ୍ରି ( 01 March ମଙ୍ଗଳବାର ) ଦିନ 7 ଟି ରାଶିରେ ହେବ ଧନ ବର୍ଷା , 5 ଟି ରାଶି ପ୍ରତି ବିପଦ, ହୋଇଯାଆନ୍ତୁ ସତର୍କ ନଚେତ…

ମହାଶିବରାତ୍ରି ଆସି ପହଞ୍ଚିଗଲା। ଚଳିତବର୍ଷ ମାର୍ଚ୍ଚ 1 ତାରିଖ ମଙ୍ଗଳବାର ଦିନ ବିରଳ ମହା ଶିବରାତ୍ରି ହେବାକୁ ଯାଉଛି। ଧର୍ମପଣ୍ଡିତଙ୍କ କହିବା ଅନୁସାରେ ଏହି ଦିନ ମହାସଂଯୋଗ ଘଟିବାକୁ ଯାଉଛି। ଏହି ଦିନ କିଛି ବିଶେଷ ମହତ୍ତ୍ୱ ମଧ୍ୟ ରହିଛି। ଏହି ସଂଯୋଗରେ କିଛି ରାଶିମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଯାହାଦ୍ଵାରା ଏହି ରାଶି ମାନଙ୍କର ସବୁ ସମସ୍ୟାର ନିବାରଣ ହେବା ସହ ଜୀବନ ଧନଧାନ୍ୟରେ ଭରି ଯିବାକୁ ଯାଉଛି।

ତେବେ ଏହି ବର୍ଷ ଶିବରାତ୍ରି ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପଡ଼ୁଅଛି। ଏହି ଦିନ ଶୁଭ ଯୋଗ ବନୁଅଛି। ଯାହା କାରଣରୁ ଶିବରାତ୍ରିରେ କିଛି ଲାଭ ଏହି ରାଶିମାନଙ୍କୁ ମିଳିବାକୁ ଯାଉଅଛି। ଜାଣିବା ସେହି ରାଶିଗୁଡ଼ିକ ବିଷୟରେ ।

1. କନ୍ୟାରାଶି

ଏହି ରାଶିର ଲୋକମାନଙ୍କ ପାଇଁ ଶିବରାତ୍ରିରେ ସମୟ ଶୁଭ ରହିବ। ପରିବାରଲୋକଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ତଥା ପ୍ରେମ ଜୀବନରେ ମଧୁରତା ଆସିବ । ବେପାର ବାଣିଜ୍ୟ କ୍ଷେତ୍ରରେ ଧନ ବୃଦ୍ଧି ହେବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି କ୍ଷେତ୍ରରୁ ଅଚାନକ ଧନ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନରେ ସୁଖମୟ ସ୍ଥିତି ରହିବ। ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରାପ୍ତ ହେବ ।

2. ମେଷରାଶି
ଏହି ମେଷରାଶିର ଲୋକମାନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଘର ପରିବାରରେ ସୁଖଶାନ୍ତିର ପ୍ରତିଷ୍ଠା ହେବ। ଅଚାନକ ଧନ ଲାଭ ହେବ। ପାରିବାରିକ କଳହ ଦୂର ହେବ। ଆପଣଙ୍କ ଜୀବନରେ ଖାସ୍ ବ୍ୟକ୍ତିଙ୍କ ଆଗମନ ହୋଇପାରେ। ଚାକିରି କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ହେବ । ଏହି ଦିନ ପୁରୁଷମାନେ ଧଳା ବସ୍ତ୍ର ଦାନ କରନ୍ତୁ। ମହିଳାମାନେ ମହାଦେବଙ୍କ ବ୍ରତ ଉପାସନା କରନ୍ତୁ।

3. କୁମ୍ଭରାଶି
ଏହି ରାଶିର ଲୋକମାନଙ୍କୁ କର୍ମ କ୍ଷେତ୍ରରେ ବହୁତ ବଡ଼ ଖୁସି ଖବର ମିଳିପାରେ। ପାରିବାରିକ ମହୋଲ ସୁଖଦ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ସମାଜରେ ଖ୍ୟାତି ଓ କୀର୍ତ୍ତି ଅର୍ଜନ କରିବେ । ଆପଣଙ୍କର ସବୁ ଇଛା ପୁରଣ ହେବ । ଏହି ଦିନ ମହାଦେବଙ୍କ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଶୁଭ ଫଳ ପ୍ରାପ୍ତ ହେବ।

4. ମୀନରାଶି
ଏହି ରାଶିର ଲୋକମାନଙ୍କ ପାଇଁ ଶିବରାତ୍ରିରେ ଶୁଭ ସଂଯୋଗ ହେବାକୁ ଯାଉଛି। ଆପଣ ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମ କ୍ଷେତ୍ରରେ ଉନ୍ନତି ପଥରେ ଅଗ୍ରସର ହେବାକୁ ଯାଉଛି । ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ । ଏହି ଦିନ କ୍ଷୀର ଅଭିଷେକ କରି ମହାଦେବଙ୍କୁ ବେଲ ପତ୍ର ଅର୍ପଣ କରିଲେ ସବୁ କ୍ଷେତ୍ରରେ ସଫଳତା ହେବା ସହ ସୁଖଶାନ୍ତି ପ୍ରତିଷ୍ଠା ହେବ।

5. ମକରରାଶି
ଏହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକ ସମସ୍ୟା ଦୂର ହେବ। ଅଧୁରା କାର୍ଯ୍ୟ ପୂରଣ କରିବା ପାଇଁ ପ୍ରୟାସ କରିବେ। ମହାଦେବଙ୍କ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି।

6. ମିଥୁନରାଶି :-
ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ମହାଶିବରାତ୍ରୀ ଆର୍ଥିକ ଦୃଷ୍ଟି କୋଣରୁ ଲାଭପ୍ରଦ ରହିବ । ଏହି ଶୁଭ ଯୋଗରେ ଆପଣଙ୍କୁ ଧନବୃଦ୍ଦି ଏବଂ ବ୍ୟବସାୟରେ ଲାଭ ହେବ । ଚାକିରୀ କରୁଥିବା ଲୋକଙ୍କୁ ଅବସରପ୍ରାପ୍ତ ନେଇ ଆସିବ ।

7. ତୁଳାରାଶି :-
ଏହି ରାଶିର ଲୋକମାନଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଲାଭ ଯୋଗ ବନୁଛି , ଏହା ସହିତ ଯେଉଁମାନେ ଅନେକ ସମୟରୁ ବେରୋଜଗାର ହୋଇ ରହିଛନ୍ତି ସେମାନଙ୍କ ପାଇଁ ରୋଜକାରର ଅବସର ପ୍ରାପ୍ତ ହେବ ।