Pregnancy Tips – ଜାଣନ୍ତୁ ଗର୍ଭ ନ ରହିବାର ପ୍ରମୁଖ କାରଣ ଓ ତାର ସମାଧାନ । ଗ୍ୟାରେଣ୍ଟି

ତେବେ ଏକ ମହିଳା ଯେତେ ବେଳେ ବିବାହ କରିଥାଏ ସେତେ ବେଳେ ତାର ଏକ ବଡ଼ ସ୍ୱପ୍ନ ଥାଏ କି ସେ କେବେ ମା ହେବ | ଆଉ ଯେତେ ବେଳେ ସେ ମା ହୋଇ ଥାଏ ଦୁନିଆ ର ସବୁ ସୁଖ ସେ ପାଇ ଯାଇ ଥାଏ | ତେବେ ଏମିତି ମଧ୍ୟ ହୋଇ ଥାଏ କି ଏହି ସୋଭାଗ୍ୟ ଜଣଙ୍କ ଜଣଙ୍କ ମହିଳା ଙ୍କ ଭାଗ୍ୟ ରେ ନଥାଏ ଯାହା ଦ୍ୱାରା ଦୁନିଆଁ ର ସବୁଠୁ ବଡ଼ କଷ୍ଟ ସେମାନେ ଅନୁଭବ କରି ଥାଆନ୍ତି | ଏହି ମହିଳା ମାନେ ମା ନ ହୋଇ ପାରୁ ଥିବାରୁ ଅନେକ ଘରୋଇ ଚିକିତ୍ସା ମଧ୍ୟ କରିବାର ଦେଖା ଯାଆନ୍ତି ଏବଂ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ନେଇ ଥାଆନ୍ତି |

ତେବେ ଗର୍ଭ ନ ରହିବାର ଅନେକ କିଛି କାରଣ ରହି ଥାଏ ଯାହା ପରେ ବହୁତ ଅସୁବିଧା ମଧ୍ୟ କରି ଥାଏ | ଆଜି ଆମେ ଜାଣିବା ଗର୍ଭ ନ ରହିବାର କାରଣ କଣ ଏବଂ ଏହାର ପ୍ରମୁଖ ସମାଧାନ କଣ |

ତେବେ ବାରମ୍ବାର ଚେଷ୍ଟା କଲା ପରେ ମଧ୍ୟ ଯଦି ଆପଣ ଗର୍ଭ ଧାରଣ ହୋଇ ପାରୁ ନାହାଁନ୍ତି ତେବେ ଏଥିପାଇଁ ଅଧିକ ଚିନ୍ତା କରିବାର କୌଣସି କଥା ନାହିଁ | 6 ମାସ ପର୍ଯ୍ୟନ୍ତ ଚେଷ୍ଟା କରନ୍ତୁ ଗର୍ଭବତୀ ହେବା ପାଇଁ, କିନ୍ତୁ ଏଥିପାଇଁ ଧ୍ୟାନ ରଖିବେ ଯେ ଉଚିତ ସମୟ ରେ ହିଁ ଚେଷ୍ଟା କଲେ ଆପଣ ନିହାତି ଭାବରେ ଗର୍ଭବତୀ ହୋଇ ପାରିବେ |

ଗର୍ଭ ନ ରହିବାର ପ୍ରମୁଖ କାରଣ :-

1. ଫେଲପିଉନ ଟ୍ୟୁବ ବ୍ଲାକେଜ :-

ତେବେ ଯେତେ ବେଳେ ଗୋଟେ ମହିଳାର ଶରୀର ରେ ଏଗ୍ ମେଚର ହୁଏ , ସେହି ଅଣ୍ଡା ଓଭାରୀରୁ ନିର୍ଗତ ହୋଇ ଫେଲପିଉନ ଟ୍ୟୁବ ତାକୁ ଟାଣିଆଣେ | ଯେତେ ବେଳେ ସ୍ପର୍ମ ସ୍ତ୍ରୀର ଶରୀରରେ ଏଣ୍ଟ୍ରି କରିଥାଏ ସେତେବେଳେ ସେ ତଳପଟ ଦେଇ ଯାଇ ଫେଲୋପିଉନ ଟ୍ୟୁବ ଦେଇ ଅଣ୍ଡାରେ ମିଶିଥାଏ ଏବଂ ଫେଲପିଉନ ଟ୍ୟୁବର କାମ ହେଉଛି ଅଣ୍ଡା ସ୍ପର୍ମ କୁ ଏକାଠି କରିବା |

2. ନୋ ଅଭୁଲେସନ :-
ତେବେ ଜଣେ ଗର୍ଭବତୀ ହେବା ପାଇଁ ମହିଳା ର ଏଗ ଓ ପୁରୁଷ ର ସ୍ପର୍ମ ବହୁତ ଜରୁରୀ ଅଟେ | କିନ୍ତୁ କିଛି କ୍ଷେତ୍ରରେ ମହିଳା ମାନଙ୍କର ଥିବା ଏଗ ରିଲିଜ ହୁଏ ନାହିଁ ଅର୍ଥାତ ଅଭୁଲେସନ ହୁଏ ନାହିଁ | ତେବେ ନୋ ଅଭୁଲେସନ ହେଲେ ପିରିୟଡ଼ସ ରେ ଅନିୟମିତତା ଦେଖା ଯାଇ ଥାଏ, ଯାହାଦ୍ୱାରା ଶରୀର ରେ ଅଣ୍ଡା ତିଆରି ହୋଇ ପାରେ ନାହିଁ |

3. ବୟସ :-
ଯଦି ସ୍ତ୍ରୀ ର ବୟସ 35 ରୁ ଅଧିକ ହୋଇ ଥାଏ ଏବଂ ପୁରୁଷ ର ବୟସ 40 ରୁ ଅଧିକ ହୋଇ ଥାଏ ତେବେ ସେମାନଙ୍କ ପାଇଁ କନସିଭ କରିବା ବହୁତ କଷ୍ଟକର ହୋଇ ପଡ଼ି ଥାଏ |

4. ଏଣ୍ଡମେଟ୍ରିଓସିସ :-
ତେବେ ଏଣ୍ଡମେଟ୍ରିଅମ ବୋଲି ଗୋଟେ ଟିସୁ ଯାହାକି ଓଭାରୀ ରେ ଫେଲପିଉନ ଟ୍ୟୁବ ରେ ବଢିବାରେ ଲାଗିଥାଏ | ଏହାର ସଙ୍କେତ ହେଉଛି ପିରିୟଡ୍ସ ହେଲେ ଅଧିକରୁ ଅଧିକ ଯନ୍ତ୍ରଣା ହେବା ତେବେ ଏସବୁ ଅନୁଭବ କରୁଥିଲେ ନିହାତି ଭାବରେ ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ |

5. ଇନଫର୍ଟିଲିଟି ମେଲ :-
ପୁଅ ମାନଙ୍କ ଶରୀର ରେ ହରମୋନ ବା ସିମେଲ ର କ୍ୱାଲିଟି ଭଲ ନଥାଏ କିମ୍ବା ସେମାନଙ୍କର ବୟସ ବହୁତ ବଢ଼ି ଯାଇ ଥାଏ, ତେଣୁ ପୁରୁଷ ମାନଙ୍କ କ୍ଷେତ୍ରରେ ଏହା 30 ରୁ 20 ପର ସେକେଣ୍ଡ ଦେଖା ଯାଇ ଥାଏ | ସେମାନଙ୍କ ଶରୀର ରେ କିଛି ସମସ୍ୟା ଯୋଗୁଁ ସେମାନେ ଦୀର୍ଘଦିନ ଧରି ମେଡ଼ିସିନ ଖାଇ ଥାଆନ୍ତି ଯାହା ଦ୍ୱାରା ଏକ ମହିଳା ମା ହୋଇ ପାରି ନଥାନ୍ତି |