dr.mamuni das- ଛୋଟ ପିଲାଙ୍କର କୃମି ଦୋଷର କାରଣ, ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ ଜାଣନ୍ତୁ

ଛୋଟ ପିଲାଙ୍କ ଠାରେ ପ୍ରାୟତଃ କୃମି ଦେଖା ଯାଇଥାଏ। ଯାହାଫଳରେ ସେମାନଙ୍କ ମଳଦ୍ୱାର କୁ କୁଣ୍ଡେଇ ହୋଇଥାଏ। ଖାଦ୍ୟ ଖାଇବା କମିଯାଏ, ପେଟ ଫୁଲିଯିବା, ପାଠ ପଢ଼ିବାକୁ ଇଛା ହୁଏ ନାହିଁ। ଏହି ସମୟରେ ସେମାନଙ୍କ ମଳରେ ଛୋଟ ଛୋଟ କୃମି ପଡ଼ିଥିବାର ଦେଖାଯାଏ। ଏହାକୁ କୃମି ଦୋଷ ବୋଲି କୁହାଯାଏ। ଛୋଟ ପିଲାଙ୍କୁ କୃମି ଦୋଷ ହେଲେ ସେମାନଙ୍କୁ ବେଳେବେଳେ ନାଳଝାଡ଼ା ହୋଇଥାଏ। ତେଣୁ ଯଦି ଆପଣଙ୍କ ପିଲାଙ୍କର କୃମି ଦୋଷର ଏଭଳି ଲକ୍ଷଣ ଦେଖାଦେଉଛି ,ତାହେଲେ ତୁରନ୍ତ ଏହାର ଚିକିତ୍ସା ପାଇଁ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ୍।

ଯଦି ଛୋଟ ପିଲାମାନେ ଖୋଲା ପଡ଼ିଆରେ ମଳତ୍ୟାଗ କରନ୍ତି ,ତାହେଲେ ଅଳ୍ପ ଦିନ ମଧ୍ୟରେ ସେଥିରୁ ଲାଭା ବାହାରି ତାଙ୍କ ଚର୍ମ ଦେଇ ଏହି ଲାଭା ଶରୀର କୁ ପ୍ରବେଶ କରିଥାଏ।

ଅଧିକାଂଶ ଛୋଟ ପିଲାମାନେ ମାଟିରେ ଖେଳିବା ପାଇଁ ଭଲ ପାଇଥାନ୍ତି। ମାଟିରେ ଖେଳିବା ସମୟରେ ସେମାନେ ପାଟିରେ ହାତ ପୁରାଇଥାନ୍ତି। ତେବେ ପାଟି ଦେଇ ଏହି କୃମି ପେଟକୁ ଯାଇଥାଏ। ଏହି ଲାଭା ଗୁଡ଼ିକ ବହୁତ ଛୋଟ ଛୋଟ ହୋଇଥାନ୍ତି। ଏହା କେବେବି ଖାଲି ଆଖିରେ ଦେଖାଯାଏ ନାହିଁ।

ଏହି କୃମି ପିଲାଙ୍କ ଶରୀର ରେ ରହିବା ଦ୍ବାରା ସେମାନଙ୍କ ଶରୀର ରେ ପୃଷ୍ଟିହୀନତା ଓ ରକ୍ତହୀନତା ଭଳି ସମସ୍ୟା ଦେଖିଯାଏ। ରକ୍ତହୀନତା ଅଭାବରୁ ପିଲାଙ୍କର ମାନସିକ ଓ ଶାରୀରିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ। ଏହାସହିତ ପିଲାଙ୍କର ଉଚ୍ଚତା ଓ ଓଜନ ହ୍ରାସ ହେବା ସହିତ ବୁଦ୍ଧି ର ବିକାଶ ମଧ୍ୟ ହୋଇନଥାଏ।

ତେଣୁ କୃମି ଦୋଷ ଠାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। କେବେ ଖୋଲା ସ୍ଥାନରେ ମଳତ୍ୟାଗ କରିବା ଉଚିତ୍ ନୁହେଁ। ଏଥିପାଇଁ ପାଇଖାନା ବ୍ୟବହାର କରନ୍ତୁ। ବଜାରକୁ ପରିବା କିଣିବା ପରେ ଏହାକୁ ଭଲ ଭାବରେ ଧୋଇ ନିଅନ୍ତୁ। ସର୍ବଦା ପାଣିକୁ ଫୁଟାଇ ଓ ଛାଣି କରି ସେବନ କରନ୍ତୁ।

 

ଛୋଟ ପିଲାମାନେ ସବୁବେଳେ ପାଟିରେ ହାତ ଦେଇଥାନ୍ତି , ତେଣୁ ସେମାନଙ୍କ ହାତ ପରିଷ୍କାର ରଖିବା ଉଚିତ୍। ଏଭଳି କରିବା ଦ୍ୱାରା ଆପଣଙ୍କ ସହିତ ଆପଣଙ୍କ ପରିବାର ଲୋକେ ଓ ପିଲାମାନେ ନିରୋଗ ରହିବେ। ତେଣୁ ଏହି ରୋଗରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ଚାହୁଁଥିଲେ ,ପ୍ରଥମେ ପରିଷ୍କାର ପରିଚ୍ଛନ୍ନ ଉପରେ ଧ୍ୟାନ ଦିଅନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।