ଦେଖନ୍ତୁ viral vedio -! ରାଷ୍ଟ୍ରପତି ହବିଷ କଲେ ପୁରୀ ପୁରା ବନ୍ଦ ହେବ ? ଶୁଣନ୍ତୁ କଣ କହୁଛନ୍ତି ପ୍ରିୟଦର୍ଶିନୀ ପଟ୍ଟନାୟକ

ପୁରୀ ଅଧୀକ୍ଷକ କାନୱାର ବିଶାଲ ସିଂ ଆଜି କହିଛନ୍ତି ଯେ ପୋଲିସ୍ କର୍ମଚାରୀଙ୍କ ଏକ ସ୍ପଟ୍ ବ୍ରିଫିଂ କରାଯାଇଛି। ପ୍ରୋଟୋକଲ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି |ତେବେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କଡା ସୁରକ୍ଷାବଳୟରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦରେଶନ କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପରେ ମନ୍ଦିର ବାହାରକୁ ଆସିଛନ୍ତି ରାଷ୍ଟ୍ରପତି ।

ଆଜି ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅପରାହ୍ଣ 2ଟା 30ରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ସେଠାରୁ ସିଧାସଳଖ ପୁରୀ ଅଭିମୁଖେ ବାହାରି ଯାଇଥିଲେ ।


3ଟା 5ରେ ପୁରୀ ହେଲିପ୍ୟାଡ୍ରେ ପହଁଚିବା ପରେ ହେଲିପ୍ୟାଡରୁ ବାହାରି ରାଜଭବନକୁ ଯାଇଥିଲେ । ସଂଧ୍ୟା 5ଟାରୁ 5ଟା 45 ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ 40ପ୍ଲାଟୁନ ଫୋର୍ସ ଓ 2ଶହ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯାଇଛି । ବ୍ଲୁ-ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନରେ ରାତ୍ରୀଯାପନ କରିବେ । ସେପଟେ ରାଷ୍ଟ୍ରପତିଙ୍କ ସହ ଆସିଥିବା 40ଜଣ ଅତିଥି ଘରୋଇ ହୋଟେଲରେ ରହିଛନ୍ତି ।

ଅଫିସିଆଲ୍ କର୍ମକର୍ତା ସର୍କିଟ ହାଉସ୍ ଓ ପାନ୍ଥନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । 20ତାରିଖରେ ଗୌଡୀୟ ମଠ ପରିଦର୍ଶନ କରି ଆଳତୀ କର୍ଯ୍ୟକ୍ରମରେ ଯୋଗଦେବେ । ପୂର୍ବାହ୍ନ 11ଟାରେ ଶରଧାବାଲିରେ ଆୟୋଜିତ ତ୍ରିବର୍ଷିୟ ଶ୍ରୀଚୈତନ୍ୟ ଗୌଡିୟ ମଠର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ 150ତମ ଜୟନ୍ତୀ କାଯ୍ୟକ୍ରମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ପୁରୀରେ ଗୌଡୀୟ ମିଶନ ଉତ୍ସବକୁ ଅନୁମତି ପାଇଁ ଜଗନ୍ନାଥ ସେନା ସଂଯୋଜକ ପ୍ରିୟଦର୍ଶିନୀ ପଟ୍ଟନାୟକ | ସେ କହିଛନ୍ତି କୋଭିଡ ପାଇଁ ସବୁ ବନ୍ଦ ଥିବା ବେଳେ, ଏମିତିକି ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ଥିବା ବେଳେ କେମିତି ପୁରୀକୁ ରାଷ୍ଟ୍ରପତି ଆସିବା ନେଇ 5 ଦିନ ଆଗରୁ ସମସ୍ତ ଗରିବ ଉଠା ଦୋକାନୀ ହଟେଇ ଦିଆଗଲା, କାହିଁକି ନାଁ ରାଷ୍ଟ୍ରପତି ଆସିବେ ।,

ତେବେ ତାଙ୍କର କହିବା କଥା ରାଷ୍ଟ୍ରପତି ଯେତିକି ସମୟ ପାଇଁ ଆସିବେ ସେତିକି ସମୟ ପାଇଁ ସବୁ ବନ୍ଦ କରାଯାଉ, କାରଣ ଯଦି ରାଷ୍ଟ୍ରପତି ମାସେ ପାଇଁ ଆସିବେ ତାହାଲେ କଣ ପୁରୀ ପୂରା ବନ୍ଦ କରିଦିଆଯିବ। ସେ ଆହୁରି ମଧ୍ଯ କହିଛନ୍ତି ଓଡିଶାରେ ସବୁବେଳେ 2ପ୍ରକାର ଆଇନ ଦେଖିବାକୁ ମିଳେ ଗୋଟିଏ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟିଏ ଭିଭିଆଇପି, ବଡବଡିଆ ଲୋକଙ୍କ ପାଇଁ।