Niharika Dash – ଶୀତ ଦିନେ ତ୍ୱଚାରେ ହଳଦୀ ପାଣିରେ କରନ୍ତୁ ଏହି କାମ ଚେହେରା ସବୁଦିନ ପାଇଁ ଚମକୁଥିବ ଜାଣନ୍ତୁ ଏହି ସୁନ୍ଦର ଟିପ୍ସ ସମ୍ପର୍କରେ….

ଏହି ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ । ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ନିୟନ୍ତ୍ରଣ ରେ ରଖିବାକୁ ଚାହାନ୍ତି ।

ଏହା ପ୍ରାୟ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ଟିକେ ଅଧିକ ଚିନ୍ତା କରିଥାନ୍ତି ନିଜର ସୁନ୍ଦର ରୂପ ଓ ତ୍ୱଚା ଉପରେ । ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିବା ସହ ବହୁ କସମେଟିକ ମଧ୍ୟ ବ୍ୟବହାର କରିଥାନ୍ତି । ଆପଣ ମାନେ ଜାଣିଥିବେ କି ଶୀତ ଋତୁରେ ଆମକୁ ନିଜର ସୁନ୍ଦରତା ପ୍ରତି ଟିକିଏ ଅଧିକ ସଚେତନ ରହିବାକୁ ପଡିଥାଏ। କାରଣ ଏହି ଦିନରେ ଆମର ତ୍ୱଚା ବହୁତ ରୁକ୍ଷ ହୋଇଯାଇଥାଏ ।

ତେବେ ଶୀତଦିନେ ଆମେ ଅଧିକ ସମୟ ସୂର୍ଯ୍ୟକିରଣରେ ବସିବା ପାଇଁ ଇଚ୍ଛା କରିଥାଏ ଏବଂ ଏହାଫଳରେ ସୂର୍ଯ୍ୟଙ୍କର ଅତି ବାଇଗଣି ରଶ୍ମୀ ଆମ ସ୍କିନ ଉପରେ ପଡିଥାଏ, ଯାହା ଆମ ସ୍କିନ ପାଇଁ ବହୁତ କ୍ଷତିକାରକ ।

ଏହାଛଡା ବୟସର ପରିପକ୍ବ ନଆସିବା ପୂର୍ବରୁ ବାର୍ଦ୍ଧକ୍ୟ ଆସିବା ଏବଂ ଅନେକ ରୋଗ ସମସ୍ୟାକୁ ସାମ୍ନା କରିବାପଡିଥାଏ । ତେବେ ଆସନ୍ତୁ ଜାଣିବା ନିଜର ସୁନ୍ଦରତାକୁ ବଜାୟ ରଖିବା ପାଇଁ କଣ ସବୁ କରିବା ଆବଶ୍ୟକ ।

ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଭୁ ରାମଚନ୍ଦ୍ର ପିତୃସତ୍ୟ ପାଳନ କରି 14ବର୍ଷ ବନବାସରେ ରହିଥିଲେ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏହାର ପ୍ରମୁଖ କାରଣ ହେଉଚି ସେ ଜଙ୍ଗଲରେ ରହୁଥିଲେ ମଧ୍ୟ ଫଳମୂଳ ସେବନ କରୁଥିଲେ ।

ଯାହା ତାଙ୍କର ଶରୀରକୁ ସୁସ୍ଥ ରଖିବା ସହିତ ଯୌବନକୁ ବଜାୟ ରଖିଥିଲା । ତେଣୁ ଆପଣମାନେ ଯେତେ ପରିମାଣରେ ହେଉଛି ପ୍ରତ୍ୟକ ଦିନ ଫଳମୂଳ ସେବନ କରନ୍ତୁ । ଏହାସହିତ ପ୍ରତିଦିନ 8 ଗ୍ଲାସ ପାଣି ପିଅନ୍ତୁ । ଯୌବନକୁ ଅଧିକ ଦିନ ଯାଏ ବଜାୟ ରଖିବା ପାଇଁ ହଳଦୀପାଣି ପିଅନ୍ତୁ ।

ଏହାଛଡା ଶୋଇବା ପୂର୍ବରୁ କେବେ ହେଲେ ଦର୍ପଣରେ ମୁଙଁ ଦେଖନ୍ତୁ ନାହିଁ ଏବଂ ରୁମରେ ବଡ ଦର୍ପଣ ଥିଲେ ଶୋଇବା ପୂର୍ବରୁ ତାଉପରେ କଳାରଙ୍ଗର କପଡା ଘୋଡାଇ ଦିଅନ୍ତୁ । ତେଣୁ ଏପରି କରିଲେ ଆପଣଙ୍କର ଯୌବନ ଦୀର୍ଘଦିନ ପର୍ଯୟ୍ନ୍ତ ଅକ୍ଷୁର୍ଣ୍ଣ ରହିବା ସହିତ ଫେସ ଗ୍ଲୋ କରିବ ଏବଂ ସବୁବେଳେ ଚିନ୍ତାମୁକ୍ତ ଏବଂ ମୁହଁରେ ହସ ରଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।