ପିରିୟଡ୍ସ ରେ ଅନିୟମିତତା ଦେଖାଯିବାର କାରଣ ଓ ନିରାକରଣ , ଜାଣି ରଖନ୍ତୁ ନହେଲେ …

ଆଜିର ସମୟରେ ଯୁବତୀ ମାନଙ୍କର ୠତୁସ୍ରାବ ଜନିତ ଅନିୟମିତତା ଏକ ବଡ଼ ସମସ୍ୟା ରୂପେ ଜଣା ଯାଉଛି।ତେବେ ଆସନ୍ତୁ ଏହାର କାରଣ କଣ ଓ ଏହାକୁ କିପରି ଚିକିତ୍ସା କରାଯାଇ ପାରିବ ସେ ବିଷୟରେ କିଛି ଆଲୋଚନା କରିବା।ୠତୁସ୍ରାବରେ ଅନିୟମିତତା ହୋଇଥାଏ କାହିଁକି(Cause of Abnormal Menstruction)?:-ୠତୁସ୍ରାବ ଜନିତ ଅନିୟମିତତା ଦୁଇ ପ୍ରକାରର ହୋଇଥାଏ ।
1-ଫିଜିଓଲୋଜିକାଲ,
2-ପାଥୋଲୋଜିକାଲ।

1-ଫିଜିଓଲୋଜିକାଲ ଏବନର୍ମାଲ ପିରିୟଡ୍ସ-

ନାରୀମାନଙ୍କ ଶରୀରରେ ବହୁ ଏକ୍ସଟ୍ରା ଫନକ୍ସନ କାମ କରିଥାଏ ଯଦ୍ୱାରା ନାରୀଟିଏ ହିଁ କେବଳ ପିଲା ଜନ୍ମ କରିପାରେ ।
a- ଝିଅ ମାନଙ୍କର pubarty ସମୟରେ ଅର୍ଥାତ ପିରିୟଡ୍ସ ଆରମ୍ଭ ହେବା ସମୟର ବର୍ଷେ ଦୁଇ ବର୍ଷ ଯାଏ ୠତୁସ୍ରାବରେ ଅନିୟମିତତା ହୋଇଥାଏ ।
b- menopouse ସମୟରେ ବା ୠତୁସ୍ରାବ ବନ୍ଦ ହେବା ସମୟର ବର୍ଷେ ଦୁଇ ବର୍ଷ ପୂର୍ବରୁ ମଧ୍ୟ ୠତୁସ୍ରାବରେ ଅନିୟମିତତା ହୋଇଥାଏ।

c-ପ୍ରେଗନେନ୍ସି ସମୟରେ ମଧ୍ୟ ଆଦୌ ୠତୁସ୍ରାବ ହୋଇନଥାଏ।ତେବେ ଏହି ତିନୋଟି କେସରେ ଯେଉଁ ୠତୁସ୍ରାବରେ ଅନିୟମିତତା ଦେଖାଯାଏ ତାହା ଫିଜିଓଲୋଜିକାଲ ହୋଇଥାଏ।ତେଣୁ ଏଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ । ସମୟ କ୍ରମେ ଏହା ଠିକ ହୋଇଯିବ ।

ପାଥୋଲୋଜିକାଲ ଏବନର୍ମାଲ ପିରିୟଡ୍ସ-

1-ଯୁବତୀ ମାନଙ୍କର ଥାଇରଏଡ଼ ପ୍ରବ୍ଲେମ ଥିଲେ ଏହି ପ୍ରକାରର ଅନିୟମିତତା ଦେଖାଯାଏ । ହାଇପୋଥାଇରଏଡ଼ ହେଉ ଅବା ହାଇପର ଥାଇରଏଡ଼ ସବୁଥିରେ ୠତୁସ୍ରାବ ଜନିତ ଅନିୟମିତତା ଦେଖାଦିଏ ।
2-ଅଧିକ ଓଜନ ବଢିଲେ କିମ୍ବା ଓଜନ କମିଲେ ମଧ୍ୟ ଅନିୟମିତତା ଦେଖାଯାଏ ।
3-ଅଧିକ ଷ୍ଟ୍ରେସ ନେବା,ଅତ୍ୟଧିକ ଏକ୍ସସାଇଜ କରିବା ଦ୍ୱାରା ଏପରି ହୋଇଥାଏ।
4-ପ୍ରୋଲାକଟିନ ହରମୋନ ଇମବାଲାନ୍ସ ହେଲେ ଏପରି ହୁଏ ।
5 -ଓଭାରୀରେ ପଲିସିଷ୍ଟିକ ଓଭାରିଆନ ଡିଜିଜ ନାମକ ଏକ ରୋଗ ହେଲେ3-4 ମାସରେ ଥରେ ୠତୁସ୍ରାବ ହୁଏ ।
6-କିଛି ମେଡିକେସନ ବା ଡ୍ରଗ୍ସ ଯେପରି ଆଣ୍ଟି କ୍ୟାନ୍ସର ଡ୍ରଗ୍ସ, ଆଣ୍ଟି ସାଇକୋଟିକ ମେଡିକେସନ, ଆଣ୍ଟି ଡିପ୍ରେସନ ମେଡିକେସନ ଆଦି ନେବା ଦ୍ୱାରା ମଧ୍ୟ ଅନିୟମିତତା ଦେଖାଦିଏ ।
7-ଏଣ୍ଡୋମିଟ୍ରାଇସିସ ବା ୟୁଟେରସ ଇଂଫେକ୍ସନ ଓ ଟିବି ରୋଗ ହେଲେ ମଧ୍ୟ ଏପରି ଅନିୟମିତତା ହୋଇଥାଏ ।

କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ:-
1-ଯଦି ୠତୁସ୍ରାବର ଦୁଇଟି ସାଇକେଲ ମଧ୍ୟରେ 24-38 ଦିନର ବ୍ୟବଧାନ ରହୁଥିବ ତେବେ ତାହା ରେଗୁରାଲ ୠତୁସ୍ରାବ ହୋଇଥାଏ । 24 ଦିନ ଆଗରୁ ହେଲେ ଫ୍ରିକ୍ୱେଣ୍ଟ ସାଇକେଲ ଓ 38 ଦିନ ପରେ ହେଲେ ଇନଫ୍ରିକ୍ୱେଣ୍ଟ ସାଇକେଲ କୁହାଯାଏ ।
2-ସେହିପରି ନର୍ମାଲ bleeding 8 ଦିନ ଯାଏହୋଇଥାଏ । ଯଦି 8ଦିନରୁ ଅଧିକ bleeding ହେଉଛି ତାହାକୁ excesive bleeding କୁହାଯାଏ । 2-3ଘଣ୍ଟାକୁ ଥରେ ଯଦି pad change କରିବା ପାଇଁ ପଡେ ତେବେ ତାହା excesive bleeding ହେଉଛି।
3-ପେଟ ଅଧିକ ଯନ୍ତ୍ରଣା କରିଲେ ବା ମେଡିକେସନ ଦ୍ୱାରା ଯନ୍ତ୍ରଣା ଯଦି ନ କମିଲେ ।
4-ଏକ ବର୍ଷ ଭିତରେ 3ଥର ରୁ ଅଧିକ ଅନିୟମିତତା ଦେଖାଦେବା ।
ଉପରୋକ୍ତ ସମସ୍ତ ସମସ୍ୟା ଦେଖା ଦେଲେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଚିକିତ୍ସା:-
ଡାକ୍ତର ଆପଣଙ୍କୁ ଅପଣଙ୍କ ୠତୁସ୍ରାବର ତାରିଖ ପଚାରିବେ ନିଶ୍ଚୟ ତେଣୁ ଆପଣ ଠିକ ଭାବରେ ଏହା କୁହନ୍ତୁ।ଏଥିପାଇଁ ଆପଣ କ୍ୟାଲେଣ୍ଡରର ବ୍ୟବହାର ମଧ୍ୟ କରି ପାରିବେ । ପରେ ସେ ଆପଣଙ୍କୁ କିଛି ଟେଷ୍ଟ କରିବା ପାଇଁ କହିବେ । ଆବଶ୍ୟକ ସ୍ଥଳେ ଅଲ୍ଟ୍ରାସାଉଣ୍ଡ ମଧ୍ୟ କରିବା ପାଇଁ କହିବେ । ଏହି ସମସ୍ତ ରିପୋର୍ଟ ଅନୁସାରେ ଡାକ୍ତର ଆପଣଙ୍କ ଚିକିତ୍ସା କରିବେ ।