ଦେଖନ୍ତୁ Shocking ଭିଡ଼ିଓ -ଏକା ଆସୁଥିବା ସମୟରେ ଯୁବତୀ ଙ୍କ ସହ ହେଲା ଏହି ଘଟଣା ..ଆଉ ତା ପରେ ମିଲିଟାରି ଅଫିସର ଆସି ଯାହା କଲେ….

ଆମେ ଯେଉଁ ମାନଙ୍କ ପାଇଁ ଘରେ ନିର୍ଭୟରେ ଶାନ୍ତିରେ ଶୋଇ ପାରୁଛୁ। ସେ ଆଉ କେହି ନୁହନ୍ତି, ଆମର ଆର୍ମି ଯବାନ ସେମନେ ନିଜର ଘର ପରିବାରକୁ ପଛରେ ପକାଇ ସମସ୍ତଙ୍କ ସେବା କରିବା କରିବା ପାଇଁ ସୁରକ୍ଷା ଦେଇଥାନ୍ତି। ଶତ୍ରୁର ଗୁଳିକୁ ନିଜ ଛାତିରେ ନେଇଥାନ୍ତି। ଆମେ ସମସ୍ତେ ଘରେ ସେମାନଙ୍କ ପାଇଁ ହିଁ ଘରେ ସୁରକ୍ଷାରେ ରହିପାରୁ।

ଆପଣ ମାନେ ଦେଖିଥିବେ ଯେ ଅନେକ ସମୟରେ ଯବାନ ମାନେ ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ଜୀବନକୁ ରକ୍ଷା କରିଥାନ୍ତି ଏବଂ କୌଣସି ବି ଲୋକ ଯଦି କିଛି ବି ଅସୁବିଧା ରେ ପଡିଥାଏ ତାହେଲେ ସେମାନେ ଆଗପଛ କିଛି ବି ବିଚାର ନକରି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି ।

ତେବେ ବର୍ତ୍ତମାନ ସମୟରେ ଠିକ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲା ପରେ ଆପଣମାନଙ୍କ ମୁଣ୍ଡ ନିଶ୍ଚିତ ଭାବରେ ଉପରକୁ ହେଇଯିବ ଓ ସେମାନଙ୍କୁ ସେଲୁଟ କରିବା ପାଇଁ ଇଚ୍ଛା ହେବ।

ତେବେ ଘଟଣାଟି ହେଉଛି କି ଜଣେ ଯୁବତୀଙ୍କ ଗାଡି ଅଧା ରାସ୍ତାରେ ଖରାପ ହୋଇଯିବା ପରେ ସେହି ରାସ୍ତା ଦେଇ ଅନେକ ଲୋକମାନେ ଯାତାୟତ କରୁଥିଲେ କିନ୍ତୁ କେହି ବି ମାନବିକତା ଦେଖାଇ ଜଣେ ଏକୁଟିଆ ଝିଅକୁ ସାହାଯ୍ୟ କରିବା ପାଇଁ ଆସିନଥିଲେ ହେଲେ ଜଣେ ଆର୍ମି ଯବାନ ସେହି ରାସ୍ତା ଦେଇ ୟାଉଥିବା ବେଳେ ଯୁବତୀ

ନକହିବା ସତ୍ବେ ବି ସେ ତାଙ୍କର ମାନବିକତା ଦେଖାଇ ଯୁବତୀଙ୍କ ଗାଡିକୁ ଠିକ୍ କରିଥିଲେ ଏବଂ ଯୁବତୀ ଜଣଙ୍କ ସୁରକ୍ଷିତ ଘରକୁ ଯାଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି, ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା,

ଭିଡିଓରେ ଦେଖିବା ପାଇଁ ମିଳିଛି ଯେ ଜଣେ ଯୁବତୀ ଆସୁଥିବା ବେଳେ ହଠାତ୍ ତାଙ୍କର ସ୍କୁଟିର ଷ୍ଟାର୍ଟ ବନ୍ଦ ହୋଇଗଲା । ଏହାପରେ ସେ ଗାଡିରୁ ଓହ୍ଲାଇ ଗାଡିକୁ ଭଲଭାବରେ ଚେକ୍ କରିଲେ ଏବଂ ବାରମ୍ବାର ଷ୍ଟାର୍ଟ ମାରିବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ଷ୍ଟାର୍ଟ ନହେବାରୁ ସେ ବାଧ୍ୟ ହୋଇ ସାହାଯ୍ୟ ପାଇଁ ତାଙ୍କର ବନ୍ଧୁଙ୍କୁ ଫୋନ୍ କରିଲେ ଏବଂ ତାଙ୍କ ବନ୍ଧୁ କହିଲେ ଯେ ରାସ୍ତାରେ କାହାକୁ କହି ଗାଡି ଠିକ୍ କରିବା ପାଇଁ ଚେଷ୍ଟା କର ।

 କିନ୍ତୁ ରାସ୍ତାରେ ଯାଉଥିବା ଲୋକମାନେ ଏହାକୁ ଦେଖି ମଧ୍ୟ କେହି ବି ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ । କିଛି ସମୟ ପରେ ସେହି ରାସ୍ତା ଦେଇ ଜଣେ ଆର୍ମିଯବାନ ଯାଉଥିଲେ ଏବଂ ସେ ଯୁବତୀଙ୍କୁ ଦେଖି ସେଠାରେ ଅଟକି ଗଲେ ଏବଂ ତାଙ୍କର ଅସୁବିଧା ବିଷୟରେ ପଚାରି ବୁଝିଥିଲେ ।

ଏହାପରେ ଯବାନ ଜଣଙ୍କ ଗାଡିକୁ ଷ୍ଟାର୍ଟ କରିବା ପାଇଁ ବହୁ ଚେଷ୍ଟା କରିବା ସତ୍ବେ ବିଫଳ ହୋଇଥିଲେ ଆଉ ଜାଣିପାରିଲେ ଯେ ଗାଡିରେ ପେଟ୍ରୋଲ ସରିଯାଇଛି । ଏହାପରେ ସେ ଗୋଟିଏ ଖାଲିବୋଟଲ ଖୋଜି ଆଣି ନିଜ ଗାଡିରୁ ପେଟ୍ରୋଲ ବାହାର କରି ଯୁବତୀଙ୍କ ଗାଡିରେ ପୂରାଇଥିଲେ ।

ତାପରେ ପୁଣି ଗାଡି ଷ୍ଟାର୍ଟ କରିବା ପାଇଁ ଚେଷ୍ଟା କରିଥିଲେ ଏବଂ ଶେଷରେ ସ୍କୁଟି ଷ୍ଟାର୍ଟ ହୋଇଥିଲା ଏବଂ ଯୁବତୀ ସୁରକ୍ଷିତ ଭାବରେ ଘରକୁ ଯାଇଥିଲେ । ତେବେ ଏଥିରୁ ଏହା ସ୍ପଷ୍ଟ ଜଣାପଡିଗଲା ଯେ ଜଣେ ସାଧାରଣ ଲୋକ ହୁଏତ ମାନବିକତା ଭୁଲିଯାଇପାରେ କିନ୍ତୁ ଜଣେ ଯବାନ କେବେବି ତାଦେଶକୁ ଅସୁରକ୍ଷିତ ଛାଡି ଦେଇପାରିବ ନାହିଁ ।