ଦେଖନ୍ତୁ ଏହି ବ୍ୟକ୍ତି ଜଣଙ୍କ ପାଟିରେ ବାଜୁଛି ଟ୍ରକ, ବସର ହର୍ଣ୍ଣ , ନ ଦେଖିଲେ ବିଶ୍ୱାସ କରିବେନି…. 75 କୋଟି ଲୋକ ଦେଖି ସାରିଲେଣି…

ତେବେ ସୋସିଆଲ ମିଡ଼ିଆ ରେ ଆପଣ ଅନେକ ଙ୍କର ପ୍ରତିଭା ଦେଖିବାକୁ ପାଉ ଥିବେ | କିନ୍ତୁ ଏଭଳି କିଛି ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି ଯେଉଁ ମନେ ତାଙ୍କ ପ୍ରତିଭା କୁ ଲୋକ ମାନଙ୍କୁ ସାମ୍ନା କୁ ଆଣି ପାରନ୍ତି ନାହିଁ | ମହିନ୍ଦ୍ରା ଗ୍ରୁପ ର ଅଧକ୍ଷ ଆନନ୍ଦ ମହିନ୍ଦ୍ରା ତାଙ୍କ ଟୁଇଟର ଆକାଉଣ୍ଟ ରେ ଗତ 18 ତାରିଖ ଦିନ ଏକ ଭିଡ଼ିଓ ପୋଷ୍ଟ କରି ଥିଲେ | ତେବେ ଏହି ଭିଡ଼ିଓ ଟିକୁ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହେବା ସହିତ ବିଶ୍ୱାସ ମଧ୍ୟ କରି ପାରିବ ନାହିଁ |

କାରଣ ଭିଡ଼ିଓ ରେ ଥିବା ଜଣେ ବ୍ୟକ୍ତି ଯିଏ କି ସବୁ ଟ୍ରକ ଆଉ ବସ ର ହନ ସାଉଣ୍ଡ ତାଙ୍କ ପାଟି ରେ ହିଁ କରି ଦେଉଛନ୍ତି | ଏହି ବ୍ୟକ୍ତି ଜଣଙ୍କ ପ୍ରଥମେ ଟ୍ରକ ର ହନ ଭଳି ସ୍ୱର କରୁ ଥିଲେ ଯାହାକି ସେ ପୁରା ଅବିକଳ କରି ଦେଉ ଥିଲେ |

ତାପରେ ଜଣେ ବ୍ୟକ୍ତି ବସ ହନ ଭଳି ସ୍ୱର କରିବା ପାଇଁ କହୁ ଥିବାର ଶୁଣା ଯାଇ ଥିଲା | ଆଉ ସେହି ବ୍ୟକ୍ତି ଜଣଙ୍କ ମଧ୍ୟ ତାଙ୍କ କଥା ଶୁଣି ପରେ ପରେ ବସ ର ହନ ଭଳି ସ୍ୱର କରି ଥିଲେ | ପରେ ତାଙ୍କ ସମ୍ମୁଖରେ ଥିବା ବ୍ୟକ୍ତି ଜଣଙ୍କ କିଛି ବସ ର ନାଁ ନେଇ ସେଗୁଡିକ ରେ ବାଜୁ ଥିବା ହନ ଭଳି ସ୍ୱର କରିବାକୁ କହୁଛନ୍ତି | ଆଉ ତାଙ୍କ କଥା ମାନି ବ୍ୟକ୍ତି ଜଣଙ୍କ ଗୋଟିଏ ପରେ ଗୋଟିଏ ବିଭିନ୍ନ ପ୍ରକାର ର ହନ ର ସ୍ୱର କରୁଛନ୍ତି |

ତେବେ ଏହି ଭିଡ଼ିଓ ଟିକୁ ଲୋକେ ବେସ ପସନ୍ଦ କରିଛନ୍ତି ଆଉ ଏହାକୁ କମ ଦିନରେ ଅଧିକ ଲୋକ ଦେଖିବା ସହିତ ଅନେକ ଲୋକ ପସନ୍ଦ ମଧ୍ୟ କରିଛନ୍ତି | କେହି କେହି ଏହାକୁ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି, ତାଙ୍କର ପ୍ରତିଭା ଅଧିକ ରୁ ଅଧିକ ଲୋକ ଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି କିଛି ୟୁଜର୍ସ ଲେଖିଛନ୍ତି |

ଆନନ୍ଦ ମହିନ୍ଦ୍ରା ଏହି ଭିଡ଼ିଓ ଟିକୁ ପୋଷ୍ଟ କରି ଲେଖିଛନ୍ତି ଯେ ଯାନବାହାନ କିପରି ଲୋକ ମାନଙ୍କ ଦୈନନ୍ଦିନ ଜୀବନ କୁ ଵିବୋହିତ କରେ ଏହା ଆମକୁ ସେହି କଥା ମନେ ପକାଇ ଦେଇଛି | ଏହି ବ୍ୟକ୍ତି ଜଣଙ୍କ ଇଣ୍ଡିଆସ ଗଡ଼ ଟ୍ୟାଲେଣ୍ଟ ରେ ସାମିଲ ହେବା ଉଚିତ | ଅବଶ୍ୟ ଏହି ବ୍ୟକ୍ତି ଜଣଙ୍କ କିଏ ଏବଂ ଏହି ଭିଡ଼ିଓ ଟି କେଉଁଠାର ସେ ବିଷୟ ରେ ଆନନ୍ଦ ମହିନ୍ଦ୍ରା କିଛି ଲେଖି ନାହାଁନ୍ତି | ଏଠାରେ ଆମେ କହି ରଖୁଛୁ ଯେ ଆନନ୍ଦ ମହିନ୍ଦ୍ରା ପୂର୍ବରୁ ତାମିଲନାଡୁ ର ଭଳିବେଲମ ପାଲାୟନମ ରେ 80 ବର୍ଷୀୟା ବୃଦ୍ଧ ଙ୍କର କେକାମଲା ଙ୍କ କଥା ସେୟାର କରି ଥିଲେ | ଏହି ବୃଦ୍ଧା ଜଣଙ୍କ ଏବେ ପର୍ଯ୍ୟନ୍ତ ମଧ୍ୟ 1 ଟଙ୍କା ରେ ଇଟିଲି ବିକ୍ରି କରନ୍ତି |