Budget 2022 : ବଜେଟ୍‌ରେ ଅର୍ଥ ମନ୍ତ୍ରୀ ନିର୍ମଳାଙ୍କ ୧୦ ବଡ ଘୋଷଣା କୁ ନାକ ଟେକି ଘୃଣା କଲେ ମୁଖ୍ୟମନ୍ତ୍ରୀ ନବୀନ ..ଆଉ ଏମିତି କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି 2022-23 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ହେଉଛି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍ । କରୋନା ଭାଇରସ୍ ପାଣ୍ଡମେକ୍ ଯୁଗରେ ଏହି ବଜେଟ୍ ଉପସ୍ଥାପିତ ହୋଇଛି । ଏହା ମଧ୍ୟ ଅର୍ଥମନ୍ତ୍ରୀ ସୀତାରମଣଙ୍କ ଚତୁର୍ଥ ବଜେଟ୍ । ତେବେ ବଜେଟ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ । ଏହା ବ୍ୟତୀତ ବଜେଟରେ କଟା ଏବଂ ପଲିସ୍ ହୋଇଥିବା ହୀରା ଉପରେ କଷ୍ଟମ୍ ଡ୍ୟୁଟି କଟାଯାଇଛି । ପଲିସ ହିରା ଉପରେ ଆମଦାନୀ ଶୁଳ୍କ 5% କୁ ହ୍ରାସ ପାଇଛି ।

ଏହି ସମୟରେ, ବିଦେଶୀ ଛତା କିଣିବା ମହଙ୍ଗା ହେବ । ଛତା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ସେହିପରି ମଦ, ଖାଇବା ତେଲ, ଏଲଇଡି ଲାଇଟ୍ ମହଙ୍ଗା ହୋଇଛି ।

ମୋବାଇଲ୍ ଫୋନ୍ ଚାର୍ଜରର ଟ୍ରାନ୍ସଫର୍ମର ଏବଂ କ୍ୟାମେରା ଲେନ୍ସ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି । ଘରୋଇ ମୋବାଇଲ୍ ଫୋନ୍ ଚାର୍ଜର୍ ଶସ୍ତା ହେବ । ଘରୋଇ ସ୍ତରରେ ମୋବାଇଲ୍ ଉତ୍ପାଦନକୁ ଉତ୍ସାହିତ କରାଯିବ ।

 ଏହା ବ୍ୟତୀତ ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ କିଛି ରାସାୟନିକ ପଦାର୍ଥ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିମଧ୍ୟରେ ମିଥାନୋଲ୍ ମଧ୍ୟ ଅନ୍ତର୍ଭୁକ୍ତ । ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏହା କରାଯାଇଛି ବୋଲି ସେ କହିଛନ୍ତି । ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଛାଡକୁ ଆଉ ଏକ ବର୍ଷ ବଢାଇବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ବଜେଟ୍ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଚାଲନ୍ତୁ ଜାଣିନେବା କଣ କହିଛନ୍ତି ମୁଖ୍ୟମନ୍ତ୍ରୀ,

କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସାଧାରଣ ବଜେଟ ଅଳ୍ପ ଖୁସି ଦେଇଛି, ଅଧିକ ନିରାଶ କରିଛି । ବଜେଟକୁ ନେଇ ଏପରି କିଛି ଇସାରା ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

ନବୀନ କହିଛନ୍ତି, ଟେକ୍ନୋଲୋଜି ଓ ଭିତ୍ତିଭୂମି ବିକାଶ ନେଇ ବଜେଟରେ ଗୁରୁତ୍ୱ ଦିଆଯାଇଥିବାରୁ ଏହାର ସକରାତ୍ମକ ପ୍ରଭାବ ପଡିବ । ତେବେ କୃଷିର ବିକାଶ, କୃଷକ କଲ୍ୟାଣ, ଉଚ୍ଚ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ ପାଇଁ ବ୍ୟୟ ବରାଦ କମିଛି, ଯାହା ସାମଗ୍ରିକ ବିକାଶରେ ବାଧା ସୃଷ୍ଟି କରିବ ।

ମହାମାରୀ ବେଳେ ମନରେଗା ଖର୍ଚ୍ଚ କାଟ କରିବା ମଧ୍ୟ ଗରିବ ଲୋକଙ୍କ ସମସ୍ୟାକୁ ବୃଦ୍ଧି କରିବ । ଖାଦ୍ୟ ସବସିଡି ହ୍ରାସ ପାଇବା ମଧ୍ୟ ଶସ୍ୟ ସଂଗ୍ରହ ନୀତିକୁ ପ୍ରଭାବିତ କରିବ, ଯାହାର ପୁନର୍ବିଚାର ହେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଦରଦାମ ବୃଦ୍ଧି, ଏଲପିଜି ସବସିଡି ହ୍ରାସ ପାଇବା ମଧ୍ୟବିତଙ୍କ ଉପରେ ଚାପ ବଢ଼ାଇବ ।

ଓଡ଼ିଶା ମିଲେଟ୍ ମିଶନ, ପୁଷ୍ଟିକର ଖାଦ୍ୟ ନିରାପତା ଓ କୃଷକଙ୍କ ବଢ଼ାଇବା ପାଇଁ ଗେମ୍ ଚେଞ୍ଜର ହୋଇଛି । କେନ୍ଦ୍ରୀୟ ବଜେଟରେ ମାଣ୍ଡିଆ ବା ମିଲେଟକୁ ଗୁରୁତ୍ୱ ଦିଆଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।