Home Remedies-( ମୂଷା ) ଘର ଛାଡି ପଳେଇବେ, କେବଳ ଏହି ଘରୋଇ ଉପାୟ କରନ୍ତୁ 100 % ଗ୍ୟାରେଣ୍ଟି

ପ୍ରତ୍ୟେକ ଙ୍କ ଘରେ ପ୍ରାୟତଃ ମୂଷା ଦେଖିବା ପାଇଁ ମିଳିଥାଏ। ମୂଷା ଯଦି ଆପଣଙ୍କର ଘରେ ରହିବ ,ତେବେ ଆପଣଙ୍କର ଘରର କୌଣସି ଜିନିଷ ଠିକ୍ ସେ ରହିବ ନାହିଁ। ସେ ତାହାକୁ କାଟି ଉଡ଼େଇଦବ। କପଡ଼ା ଠାରୁ ଆରମ୍ଭ କରି ବିଦ୍ୟୁତ୍ ତାର ପର୍ଯ୍ୟନ୍ତ ସେ କାଟିକି ଉଡ଼େଇଦବ। ସେଥିପାଇଁ ଅନେକ ଲୋକ ବିରକ୍ତ ହୋଇ ଯାଆନ୍ତି।ମୂଷା କୁ ନକରାତ୍ମକ ଓ ଅଜ୍ଞାନ ଶକ୍ତି ର ପ୍ରତୀକ ମାନା ଯାଇଥାଏ। ଯେଉଁ ଘରେ ମୂଷା ଥାଏ ସେହି ଘରେ ଥିବା ଲୋକ ମାନଙ୍କର ଭୌତିକ ବିକାଶ ହୋଇ ପାରେ ନାହିଁ।

ମୂଷା ଘରେ ମଇଳା ଓ ଦରିଦ୍ର ଜିନିଷ କୁ ଜନ୍ମ ଦେଇଥାଏ। ଯାହାର କାରଣରୁ ଘରେ କେତେ ପ୍ରକାର ର ବିମାରୀ ଆସିଥାଏ। ସେମାନେ ଆମ ଘରର ସବୁ ଖାଦ୍ୟ କୁ ନଷ୍ଟ କରି ଦେଇଥାଏ।ଏହା ବ୍ୟତୀତ ଘରେ ମୂଷା ରହିବା ଦ୍ବାରା ପିଲା ମାନଙ୍କୁ କେତେ ସବୁ ବିମାରି ହୋଇଥାଏ। ପ୍ରାୟ ଲୋକ ମାନେ ଘରୁ ମୂଷା କୁ ବାହାର କରିବା ପାଇଁ କେତେ ସବୁ ଉପାୟ କରିଥାନ୍ତି। ବଜାର ରେ ବି କେତେ ପ୍ରକାର ଔଷଧ ମିଳିଥାଏ ମୂଷା କୁ ମାରିବା ପାଇଁ ।କିନ୍ତୁ ହେଲେ ବି ମୂଷା କମନ୍ତି ନାହିଁ। କିନ୍ତୁ ଆଜି ଆମେ ଏକ ଆୟୁର୍ବେଦିକ ଉପାୟ କହିବୁ ଯାହା ଫଳରେ ମୂଷା ଘରୁ ବାହାରି ପଳେଇବ। ଯାହା ସୁରକ୍ଷିତ ଅଟେ। ଏହି ଜିନିଷ ଆପଣଙ୍କୁ ସହଜରେ କିଚେନ ରୁ ମିଳିଯିବ।

୧- ପ୍ରଥମ ଉପାୟ

ପେପରମିଣ୍ଟ ତେଲ ର ବ୍ୟବହାର ରେ ମୂଷା କୁ ଅତି ସହଜରେ ଘରୁ ବାହାର କରି ପାରିବା ।କାରଣ ଏହି ତେଲ ର ଗନ୍ଧ ବହୁତ କଠିନ ହୋଇଥାଏ ଆଉ ଗନ୍ଧ କୁ ମୂଷା ମାନେ ସହନ କରି ପାରନ୍ତି ନାହିଁ। କଟନ ବା ତୁଳା ର ଛୋଟ ଛୋଟ ଗୋଳା କରି ସେଥିରେ ପେପରମିଣ୍ଟ ତେଲ ଲଗେଇ ଦିଅନ୍ତୁ। ଆଉ ତାହାକୁ ସେହି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠି ମୂଷା ମାନେ ରହିଥାନ୍ତି। ଏହାର ଗନ୍ଧ ଯିବା ମାତ୍ରେ ମୂଷା ସେଠାରୁ ବାହାରକୁ ପଳେଇଯାଏ।

– ଦ୍ୱିତୀୟ ଉପାୟ

ଏହି ଉପାୟ ରେ ମୂଷା ଘରୁ ଶୀଘ୍ର ବାହାରି ଯିବ। ଏଥିପାଇଁ ଆପଣ ମରିଚ ଗୁଣ୍ଡ ନିଅନ୍ତୁ। ଆଉ ଅଳ୍ପ ସୁଖିଲା ଅଟା ରେ ତାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଆଉ ଏହାକୁ ମୂଷା ରହୁଥିବା ବା ଯାଉଥିବା ସ୍ଥାନ ରେ ରଖି ଦିଅନ୍ତୁ। ମୂଷା ର ନାକ ସମ୍ବେଦନଶୀଳ ହୋଇଥାଏ।

ଯେମିତି ହିଁ ସେମାନେ ଏହି ମିଶ୍ରଣକୁ ଖାଇବାକୁ ଚେଷ୍ଟା କରିବେ କିମ୍ବା ଏହା ପାଖକୁ ଯିବେ ,ତ ଏହି ଲାଲ ମରିଚ ପାଉଡର ସେମାନଙ୍କୁ ବିତାଡ଼ିତ କରିବ। ଆଉ ମୂଷା ମାନେ ସେହି ଘରୁ ପଳାଇବେ। ପିଲା ମାନଙ୍କୁ ଏହି ମିଶ୍ରଣ ରୁ ଦୂରେଇ ରଖିବେ।

୩- ତୃତୀୟ ଉପାୟ

ରାତିରେ ଶୋଇବା ସମୟରେ ତିନି ଚାରୋଟି ତେଜ ପତ୍ର ଜଳାଇ ଦିଅନ୍ତୁ। ଆଉ କିଛି ସମୟ ପାଇଁ କବାଟ ଝରକା ବନ୍ଦ କରିଦେବେ। ତେଜ ପତ୍ର ର ଗନ୍ଧ ରୁ ମୂଷା ମାନେ ଘରୁ ବାହାରି ପଳେଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।