ଗେଲଙ୍କ ନିଦ ଭାଙ୍ଗି ଦେଲା ମୋଦିଙ୍କ ଗୋଟିଏ ମେସଜ୍..ପଢନ୍ତୁ ସେହି ଖାସ୍ ମେସେଜ୍ ଟି କଣ ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି

ସାଧାରଣତନ୍ତ୍ର ଦିବସ ଅବସର ରେ କିଏ କେତେ ଢଙ୍ଗ ରେ ଭାରତୀଯ ଙ୍କୁ ଶୁଭେଚ୍ଛା ଜଣାଉ ଛନ୍ତି , ଆଉ ଏହି କ୍ରମ ରେ ଭାରତୀୟ ଙ୍କୁ ଭିନ୍ନ ଢଙ୍ଗ ରେ ଶୁଭେଚ୍ଛା ଜଣାଇ ଛନ୍ତି ୱେଷ୍ଟ ଇଣ୍ଡିଜ୍ ର ଧୂଆଁଧାର ବ୍ୟାଟ୍ସ ମ୍ୟାନ କ୍ରିସ ଗେନ ।ତେବେ ଦେଶ ପାଳୁଛି 73 ତମ ସାଧାରଣତନ୍ତ୍ର ଦିବସ । ଆଉ ଏଥି ପାଇଁ ଦେଶ ବିଦେଶ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି । ବିଭିନ୍ନ ଦେଶ ର ରାଷ୍ଟ୍ରମୁଖ୍ୟ ଭାରତ କୁ ସାଧାରଣତନ୍ତ୍ର ଦିବସ ର ଶୁଭେଚ୍ଛା ଜଣାଇ ଥିବା ବେଳେ ୟୁନିଭର୍ସ ବସ୍ ତଥା ୱେଷ୍ଟଇଣ୍ଡିଜ ର ଦୁର୍ଦ୍ଦଷ କ୍ରିକେଟ ର କ୍ରିସ୍ ଗେଲ ମଧ୍ୟ ଏହି ତାଲିକା ରେ ନିଜକୁ ସାମିଲ କରିଛନ୍ତି ।

ତେବେ ଗେଲ ଭାରତୀୟ ମାନଙ୍କୁ ଗଣତନ୍ତ୍ର ଦିବସ ର ଶୁଭେଚ୍ଛା ଜଣାଇବା ସହ ଶୁଭ କାମନା ଜଣାଇଛନ୍ତି । ଭାରତ ରେ କ୍ରିସ୍ ଗେଲ ଙ୍କ ର ଅନେକ ପ୍ରଂଶସକ ରହି ଛନ୍ତି ଏବଂ ଗେଲ ଙ୍କ ର ଏଭଳି ଉଦ୍ୟମ କୁ ଏବେ ବେଶ ପ୍ରଂଶସା କରା ଯାଉଛି ।

ତେବେ କ୍ରିସ ଗେଲ ଟ୍ୱିଟ୍ କରି ଲେଖିଛନ୍ତି 73 ତମ ସାଧାରଣତନ୍ତ୍ର ଦିବସ ଅବସର ରେ ଭାରତ ବାସୀ ଙ୍କୁ ବହୁତ ବହୁତ ଅଧିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ସହ କହି ଛନ୍ତି, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଏକ ବ୍ୟକ୍ତି ଗତ ସନ୍ଦେଶ ସହ ମୋର ନିଦ ଭାଙ୍ଗି ଥିଲା ।

ଯେଉଁ ଥିରେ ଭାରତ ର ଲୋକ ଏବଂ ତାଙ୍କ ସହ ଥିବା ଘନିଷ୍ଠ ସମ୍ପର୍କ ବାବଦ ରେ ଉଲ୍ଲେଖ ରହି ଥିଲା । ୟୁନିଭର୍ସ ବସ୍ ଙ୍କ ତରଫରୁ ଅଭିନନ୍ଦନ ଏବଂ ଅନେକ ସ୍ନେହ ବୋଲି ଟ୍ବିଟ୍ କରିଛନ୍ତି କ୍ରିସ ଗେଲ । ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ଆଇପିଏଲ୍ ରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଗେଲ୍ ଭାରତ ରେ ଖୁବ୍ ଲୋକପ୍ରିୟ ।

42 ବର୍ଷିୟ ଗେଲ୍ କୋଲକତା ନାଇଟ ରାଇଡର୍, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଏବଂ ପଞ୍ଜାବ କିଙ୍ଗସ୍ ତରଫରୁ ଆଇପିଏଲ ଖେଲିଛନ୍ତି । ରୟାଲ ଚାଲେଞ୍ଜେର୍ସ ବାଙ୍ଗଲୋର ଦଳ ରେ କ୍ରିସ ଗେଲ୍ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି । ବିରାଟ କୋହିଲି ଏବଂ ଏଫଡି ଭାଇଲଟ୍ସଙ୍କ ପରେ ସେ ହେଉଚନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର ର ତୃତୀୟ ସର୍ବାଧୀକ ରନ୍ ସ୍କୋରର୍ ।

 ତେବେ ବିଶ୍ୱ କ୍ରିକେଟ ରେ ଦୁର୍ଦ୍ଦଷ କ୍ରିକେଟ ର ଭାବେ ଜଣା ଶୁଣା କ୍ରିସ୍ ଗେଲ ଙ୍କ ର ଭାରତ ପ୍ରତି ବେଶ ଭଲ ପାଇବା ରହିଛି । ଆଇପିଏଲ ଖେଳିବା ପରେ ଗେଲ ଙ୍କ ର ଭାରତ ରେ ଯଥେଷ୍ଟ କ୍ରେଜ ବଢିବା ଲକ୍ଷ ଲକ୍ଷ ପ୍ରଂଶସକ ରହିଛନ୍ତି । ଏପରି କି ଆଇପିଏଲ ରେ ମଜାଳିଆ ଅନ୍ଦାଜ ଭାରତୀୟ କ୍ରିକେଟ ପ୍ରେମୀ ଙ୍କ ମନ ରେ ଗେଲ ଙ୍କୁ ନେଇ ଯଥେଷ୍ଟ ସମ୍ମାନ ରହିଛି । ୱେଷ୍ଟ ଇଣ୍ଡିଜ ପକ୍ଷ ରୁ ଖେଳୁ ଥିବା ଗେଲ ଟି-20 ବିଶ୍ୱ ବିଜୟୀ ଟିମ ର ସଦସ୍ୟ ରହି ସାରି ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।