ସୁପ୍ରିମକୋର୍ଟ ଙ୍କ ଐତିହାସିକ ନିଷ୍ପତି ! ନିର୍ବାଚନ ସମୟରେ ବନ୍ଦ ହେବ ମାଗଣା ଘୋଷଣା ତଥା ମିଛ ପ୍ରତିଶୃତି…ଏଥିରେ ଆପଣ ଙ୍କ ମତାମତ କଣ କମେଣ୍ଟ କରି ଜଣାନ୍ତୁ …

ଲୋଭନୀୟ ଘୋଷଣା ଉପରେ ବର୍ତ୍ତମାନ ଆଇନ ର ଛାଟ ଏହାକୁ ନେଇ ସୁପ୍ରିମ କୋର୍ଟ ନୋଟିସ ଜାରି କଲେ | ଭୋଟ ହାତେଇବା ପାଇଁ ରାଜନୈତିକ ଦଳ ମନ ଇଚ୍ଛା ଘୋଷଣା କରୁଛନ୍ତି | ଏହା ସବୁ କରିବା ଦ୍ୱାରା ରାଜ୍ୟ ଅର୍ଥନୀତି ଉପରେ ଅନେକ ନାକରାତ୍ମକ ପ୍ରଭାବ ପଡୁଛି | ଭୋଟ ହାତେଇବା ପାଇଁ ରାଜନୈତିକ ଦଳ ଗୁଡିକ ମନ ଇଚ୍ଛା ବିଭିନ୍ନ ଯୋଜନା ଘୋଷଣା କରିବାରେ ଲାଗି ପଡିଛନ୍ତି | ଏହାର କୁ ପ୍ରଭାବ ରାଜନୀତି ଅର୍ଥନୀତି ଉପରେ ପଡୁଛି | ଏବେ 5 ଟି ରାଜ୍ୟ ଏହି ନିର୍ବାଚନ ଚାଲି ଥିବା ବେଳେ କିଏ ମାଗଣା ଜୋତା ତ ଆଉ କିଏ ଛତା ଘୋଷଣା କରୁଛି |

କ୍ଷମତା କୁ ଆସିଲେ ବିଜୁଳି ବିଲ ମାଗଣା କରି ଦିଆ ଯିବ ବୋଲି ମଧ୍ୟ କେହି କେହି କହୁଛନ୍ତି | ଭୋଟ ପୂର୍ବରୁ ଋଣ ଛାଡ଼ କଥା ସାଧାରଣ ହୋଇ ଯାଇଛି, ଏହାକୁ ନେଇ ଏକ ଜନ ସ୍ୱାର୍ଥ ମାମଲା ର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟଳୟ ନିର୍ବାଚନ ଆୟୋଗ ଙ୍କ ସମେତ କେନ୍ଦ୍ର ସରକାର ଙ୍କୁ ନୋଟିସ ଜାରି କରିଛି |

ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଉଭୟ ଙ୍କୁ ସମୟ ଦିଆ ଯାଇଛି | ତେବେ ଆବେଦନକାରୀ ପଞ୍ଜାବ ରେ ରାଜନୈତିକ ଦଳ ଦେଇ ଥିବା ମାଗଣା ପ୍ରତିଶୃତି କୁ କୋର୍ଟ ସମ୍ମୁଖରେ ଉଦାହରଣ ଭାବରେ ଉପସ୍ଥାପିତ କରିଛନ୍ତି |

ଯଦି ଏହି ପାର୍ଟି ପଞ୍ଜାବ ରେ କ୍ଷମତା କୁ ଆସେ ତେବେ ପ୍ରତିଶୃତି ମୁତାବକ ରାଜ୍ୟକୁ ବାର୍ଷିକ 12 ହଜାର କୋଟି ଟଙ୍କା ର ଆର୍ଥିକ କ୍ଷତି ସହିବାକୁ ପଡ଼ିବ | ଶିରମଣି ଆକାଳୀ ଦଳ କ୍ଷେତ୍ରରେ ଏହା 25 ହଜାର କୋଟି ଟଙ୍କା,

ସେହିପରି କଂଗ୍ରେସ ଯଦି କ୍ଷମତା କୁ ଆସେ ତାହେଲେ ରାଜ୍ୟ ରାଜ୍ୟ କୁ ପ୍ରତିଶୃତି ରକ୍ଷା ପାଇଁ 12 ହଜାର କୋଟି ଟଙ୍କା ବର୍ବାଦ ହେବ | ରାଜ୍ୟ ର ବାର୍ଷିକ ଜିଏସ୍ଟି ହେଉଛି ମାତ୍ର 14 ହଜାର କୋଟି ଟଙ୍କା | ରାଜ୍ୟ ସରକାର ନିଜସ୍ୱ ଋଣ ଶୁଝିବା ପରେ କର୍ମଚାରୀ ମାନଙ୍କୁ ଦରମା ଓ ପେନସନ ଦେଇ ପାରୁ ନାହାଁନ୍ତି |

ଅପର ପକ୍ଷ ରେ ପ୍ରତିବର୍ଷ ଖୋଲା ବଜାର ରୁ ହଜାର ହଜାର ଟଙ୍କା ର ଋଣ ଉଠାଉଛନ୍ତି | ଏଭଳି ସ୍ଥିତି ରେ ଏହି ଖୋଲା ଖୋଲି ପ୍ରତିଶୃତି ର ମୂଲ୍ୟ କଣ ବୋଲି ଆବେଦନ କାରୀ ପ୍ରଶ୍ନ ଉଠାଇଛନ୍ତି |

 କୋର୍ଟ ଏହାକୁ ଗୁରୁତର ସହ ନେଇଛନ୍ତି, ଯଦି ଏଭଳି କିଛି ବେଆଇନ ପ୍ରତିଶୃତି ଦିଆ ହେଉଛି ତାହେଲେ ପ୍ରାଥି ମାନଙ୍କ ରାଜନୈତିକ ଚି଼ହ୍ନ ବ୍ୟାଚୁକ୍ତି କରାଯିବା ସହିତ ଦଳର ପଞ୍ଜିକରଣ ରଦ୍ଧ କରାଯିବା ନେଇ ମଧ୍ୟ ଟିପ୍ପଣୀ ଦିଆ ହୋଇଛି | ସବୁଠାରୁ ମଜା କଥା ହେଲା ଏହି ପ୍ରତିଶୃତି ର ଲମ୍ବା ଫର୍ଦ ରେ ଆଗକୁ ଲୋକ ମାନଙ୍କ ଘରେ ମାଗଣା ରୋଷେଇ କରି ଖାଇବାକୁ ଦିଆ ଯିବ ବୋଲି ରାଜନୈତିକ ପ୍ରତିଶୃତି କିଛି ବଡ଼ କଥା ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।