ପୁଣି ଚର୍ଚ୍ଚାରେ ରାଉଲକେଲାର ଝିଅ ରୋଜା ରାଣା । ଦିନେ ମାଧୁରୀ ଓ ଟାଇଗର ଙ୍କୁ ମଧ୍ୟ କୋରିଓଗ୍ରାଫି କରିଥିଲେ

ସୋନି ଏଣ୍ଟରଟେନମେଂଟ୍ ଟେଲିଭିଜନରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ସୋ ଇଣ୍ଡିଆଜ ବେଷ୍ଟ ଡାନ୍ସର ରେ ଓଡିଶାର ନା ରଖିଛନ୍ତି ରାଉଲକେଲାର ଝିଅ ରୋଜା ରାଣା । ଗତ 10 ତାରିଖ ଅର୍ଥାତ ରବିବାର ଦିନ ଅନୁଷ୍ଠିତ ହେଇଥିଲା ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସ ସୋ’ର ଅଲଟି ମେଟ ଫାଇନାଲ ପ୍ରତିଯୋଗିତା । ଏହି ଡାନ୍ସ ସୋର ବିଜେତା ସୋମ୍ୟା କାମ୍ବଲେ ହେଇଥିବା ବେଳେ ଏହାର ଦ୍ୱିତୀୟ ରନର୍ସ ଅପ ଟାଇଟେଲ ହାସଲ କରିଥିଲେ ଓଡିଆ ଝିଅ ରୋଜା ରାଣା ।

ରୋଜା ରାଣା ଯିଏକି ରାଉରକେଲାରୁ ଯାଇ ମାୟା ନଗରୀ ମୁମ୍ବାଇରେ କମାଲ କରିଛନ୍ତି । ତେବେ କିଛି ଦିନ ପୂର୍ବେ ସୋନି ଟିଭିରେ ପ୍ରସାରିତ ଡ୍ୟାନ୍ସ ଅଫ୍ ଇଣ୍ଡିଆର ବେଷ୍ଟ ଡ୍ୟାନ୍ସ ଶୋ ରେ 2ୟ ରନର୍ସ ଅଫ ହୋଇ ଥିଲେ ।

ତେବେ ସେ ବର୍ତ୍ତମାନ ରାଉରକେଲା ଫେରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହାରି ଭିତରେ ସେ ବହୁ ସୁପରଷ୍ଟାର ମାନଙ୍କୁ ଡ୍ୟାନ୍ସ ର ତଡକା ଶିଖାଇଛନ୍ତି । ରୋଜା ମାଧୁରୀ ଦିକସିତ୍, ଟାଇଗର ଶର୍ଫ ଭଳି ଅଭିନେତା ଅଭିନେତ୍ରୀ ମାନଙ୍କ ପାଇଁ କୋରିଓଗ୍ରାଫ୍ରି କରିଛନ୍ତି । ଆଉ ଆଗକୁ ସେ ଏମିତି ବହୁତ କାମ କରିବେ ବୋଲି ରୋଜା କହିଛନ୍ତି ।

ରୋଜା ରାଣାଙ୍କ ଜନ୍ମ 1996 ମସିହା ଏପ୍ରିଲ 22 ତାରିଖରେ କଟକରେ ହେଇଥିଲା । ରାଉରୋକଲାର ସେଂଟ ଜୋସେଫ କନଭେଂଟ ସ୍କୁଲର ସାରିଥିବା ବେଳେ ନିଜର ହାୟର ଷ୍ଟଡି ମଧ୍ୟ ରାଉରକେଲାରେ କରିଛନ୍ତି । 2015 ମସିହାରେ ଡାନ୍ସ ସୋ ବୁଗି – ବୁଗିରେ ଜଣେ କୋରିଓଗ୍ରାଫର ଭାବରେ ମଧ୍ୟ ନିଜକୁ ପ୍ରମାଣ କରିଛନ୍ତି । ଏହାଛଡା ଡାନ୍ସ ରିଆଲିଟି ସୋ ସୋ ୟୁ ଥିଙ୍କ ୟୁ କେନ ଡାନ୍ସରେ 20 ଜଣ ଫାଇନାଲିଷ୍ଟ ଙ୍କ ମଧ୍ୟରେ ମଧ୍ୟ ରହି ଆସିଛନ୍ତି ।

ରୋଜା କହିଛନ୍ତି ତାଙ୍କର ପିଲା ଟି ଦିନରୁ ହିଁ ଡ୍ୟାନ୍ସ କରିବା ପାଇଂ ବହୁତ ଆଗ୍ରହ ଥିଲା ତେଣୁ ସେ ପ୍ରାୟ ଦେଢ ବର୍ଷ ବୟସରୁ ହିଁ ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ । ରୋଜା ଏହା ମଧ୍ୟ କହିଛନ୍ତି ଯେ ଯଦି ଜୀବନରେ କିଛି କରିବାର ଅଛି ତାହେଲେ ଆପଣଙ୍କୁ କେହି ବି ରୋକି ପାରିବ ନାହିଁ କାହିଁକି ନାଁ ତାଙ୍କୁ ମଧ୍ୟ ସଫଳତା ରାଉରକେଲାରୁ ମାୟାନଗରୀ ପହଞ୍ଚାଇଛି ।

ରୋଜା ଭବିଷ୍ୟତରେ ଜଣେ ଦକ୍ଷ କୋରିୋଗ୍ରାଫର ହେବାର ଲକ୍ଷ୍ୟ ରହିଛନ୍ତି । ସେ ତାଙ୍କର ସଫଳତାକୁ ନେଇ ସାରା ଓଡିଶା ବାସୀ ଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ କହିଛନ୍ତି ଯେ ସମସ୍ତଙ୍କର ଆଶିର୍ବାରୁ ହିଁ ସେ ଇଣ୍ଡିଆ ବେଷ୍ଟ ଡ୍ୟାନ୍ସର କୋରିଓଗ୍ରାଫ ହୋଇପାରିଛନ୍ତି ଏବଂ ସେ ଓଡିଶାର ନାଁ କୁ ବହୁତ ଆଗକୁ ନେଇ ଯିବାର ସ୍ବପ୍ନ ଦେଖିଛନ୍ତି , ତେଣୁ ତାଙ୍କୁ ଆଶିର୍ବାଦ କରିବାକୁ କହିଛନ୍ତି ।

ରୋଜା ଶେଷରେ ତାଙ୍କର ମାଁ-ବାପାଙ୍କୁ ବହୁତ ସାରା ଧନ୍ୟବାଦ ଦେବା ସହିତ ସମସ୍ତ ଓଡିଶାର ତଥା ସାରା ଦେଶର ବାପା-ମାଁଙ୍କୁ କହିଛନ୍ତି ୟେ ସେମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କର ସ୍ବପ୍ନ ସାକାର କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ ଏବଂ ଯେଉଁମାନେ ଡ୍ୟାନ୍ସ, ଗୀତ ତଥା ଅଭିନୟ ପାଇଁ ଇଚ୍ଛୁକ ସେମାନଙ୍କୁ ସବୁବେଳେ ସୁଯୋଗ ଦେବା ଉଚିତ୍ କାହିଁକି ନାଁ ବହୁତ ପିଲାମାନେ ରହିଛନ୍ତି ଯେଉଁମାନେ ସୁଯୋଗ ଏବଂ ପିତା-ମାତାଙ୍କର ସପୋର୍ଟ ବିନା ପଛରେ ରହିଯାଉଛନ୍ତି ।