ଏତିକି ନା ଆଉ କିଛି ବାକି ଅଛି.. ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ ..ଆଗକୁ ଘଟିବ ଅଘଟଣ

ଆପଣ ମାନେ ଯଦି ଆମର ପୁରାଣ ଶାସ୍ତ୍ର ଓ ବହୁ ଜ୍ଞାନୀ ଗୁଣି ବ୍ୟକ୍ତି ଙ୍କର ଭବିଷ୍ୟ ବାଣୀକୁ ଦେଖିବେ ତେବେ ନିଶ୍ଚିତ ଭାବରେ ଆପଣ ଜାଣିପାରିବେ କି ସେମାନେ ତାଙ୍କର ଜ୍ଞାନ ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଯାହା ବି ଭବିଷ୍ୟ ବାଣୀ ଦେଇଥିଲେ ତାହା ଧୀରେ ଧୀରେ ସମୟ ଚକ୍ର ରେ ସତ ହେବାକୁ ଯାଉଛି । ତେବେ ପଞ୍ଚସଖ୍ୟାଙ୍କ ମାଳିକା ପୂର୍ବରୁ ଅର୍ଥାତ ପ୍ରାୟ ପାଞ୍ଚହଜାର ବର୍ଷ ପୂର୍ବରୁ କଳିଯୁଗର ଲକ୍ଷଣ ବିଷୟରେ ଭାଗବତରେ ବ୍ୟାସଦେବ ଉଲ୍ଲେଖ କରିଯାଇଛନ୍ତି ।

ପାଞ୍ଚହଜାର ବର୍ଷ ପୂର୍ବରୁ ଭାଗବତରେ ଲେଖା ହୋଇଛି କି ସମାଜରେ ଜ୍ଞାନୀଗୁଣି ଲୋକମାନେ ନୀରବ ରହିବେ ଏବଂ ଝିଅମାନେ ଅନ୍ୟଜାତିରେ ବିବାହ କରିବେ ଅର୍ଥାତ ସେମାନଙ୍କର ନିଜ ଇଚ୍ଛାରେ ସେମାନେ ବିବାହ କରିବେ ।

ଏହାଛଡା ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଏମିତି ସମୟ ଆସିବ ଯେଉଁ ସମୟରେ ସମାଜରେ ଦେଖାଯିବ କି ୟେଉଂମାନଙ୍କ ପାଖରେ ଅଧିକ ଟଙ୍କା ରହିଥିବ ସେମାନେ ହିଁ ସମାଜରେ ଶ୍ରେଷ୍ଠ ବୋଲି ମାନ୍ୟତା ପାଇବେ ଏବଂ ଜ୍ଞାନୀଲୋକମାନେ ନିରବ ରହିବା ପାଇଁ ବାଧ୍ୟ ହେବେ, ଯେଉଂମାନେ ଭାଗବତ ପଢୁଥିବେ ସେମାନେ ଏକଥା ନିଶ୍ଚୟ ଜାଣିଥିବେ ଆଉ ଯାହା ବର୍ତ୍ତମାନ ସମାଜରେ ଦେଖିବାକୁ ମଧ୍ୟ ମିଳୁଛି ।

ବର୍ତ୍ତମାନ ଦେଖାଯାଉଛି କି ଆଚ୍ୟୁତାନନ୍ଦ ତାଙ୍କର ମାଳିକା ରେ ଯାହା କିଛି ବି ଭବିଷ୍ୟ ବାଣୀ କରିଥିଲେ ତାହା ସତରେ ପ୍ରକାଶିତ ହେବା କୁ ଯାଉଛି। ଏହାର ବଡ଼ ଉଦାହରଣ ହେଉଛି ବର୍ତ୍ତମାନ ର ମାରାତ୍ମକ କରନା ଯାହାକି 2019 ର ଶେଷ ଏବଂ 2020 ରୁ ଆରମ୍ଭ ହୋଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଥମିବାର ନାମ ନେଉ ନାହିଁ ।ଯାହା ବିଷୟରେ ମାଳିକା ରେ ଆଗରୁ ବର୍ଣ୍ଣିତ ହୋଇଥିଲା।

ତେବେ ଏହି ମାଳିକା ପ୍ରବର୍ତକ ମାନେ ମାଳିକା କୁ ବିବେଚିତ କରିଛନ୍ତି ,ତେବେ ଏହି ଯୁଗର ଶେଷ କୁ ନେଇ ଏମିତି କିଛି ଭବିଷ୍ୟତ ବାଣୀ କରିଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ମାଳିକା ରେ ଲେଖାଯାଇଛି ଯେ , ଭଗବାନ ଶ୍ରୀ ଜଗନ୍ନାଥ ପୁରୀ ବଡ଼ଦାଣ୍ଡ ଛାଡି ଛତିଆମଠ କୁ ଯିବେ ।କରନା କଣ ଏହା ଠାରୁ ଆହୁରି 64 ଟି ଏହିପରି ମାରାତ୍ମକ ରୋଗ ଆସିବ ଯାହା ଆଗରେ ଡାକ୍ତର ଓ ବିଶେଷଜ୍ଞ ମାନେ ହାର ମାନିବେ ଆଉ ଲୋକମାନେ ପୋକ ମାଛି ପରି ମୃତ୍ୟୁ ବରଣ କରିବେ।

ତେବେ ମାଳିକା ରେ ଏହା ମଧ୍ୟ ଲେଖାଯାଇଛି ଯେ, ଏହି ଯୁଗର ଶେଷ ସମୟ ବେଳ କୁ ପ୍ରାୟ ମୁମ୍ବାଇ , କଲିକତା ପରି ବଡ଼ ବଡ଼ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ। ସାତ ଦିନ ସାତ ରାତି ଅନ୍ଧାର ହେବ, ଭଗବାନ ଶ୍ରୀକୃଷ୍ଣ ନିଜେ କଳ୍କୀ ଅବତାର ନେଇ ଏହି ଧରାପୃଷ୍ଠ ରେ ପାଦ ଦେବେ ଆଉ ପାପୀ ଙ୍କର ସଂହାର କରିବେ।ଦେଖୁ ଦେଖୁ ବାପା ମା ଙ୍କର ଆଗରେ ପିଲା ନିଜ ଜୀବନ ହରାଇବେ।ବାଇଶି ପାହାଚ ରେ ମୀନ ଖେଳିବ ।

ତେବେ ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି କିଛି ଏମିତି ଘଟଣା ଆଗକୁ ଘଟିବା ପାଇଁ ଯାଉଛି ଯାହା ଆପଣଙ୍କୁ ସତର୍କ କରିବା ପାଇଁ ଉଦ୍ଦିଷ୍ଟ ଅଟେ। କାରଣ ଏହା ଆପଣଙ୍କୁ ସଚେତନ କରାଇବା ପାଇଁ ଲେଖା ଯାଇଛି ଯେ କିଭଳି ଭାବରେ ଆମର ଆଗାମୀ ଭବିଷ୍ୟତ ରହିବ । ତେବେ ମାଳିକା କାହାକୁ ଭୟ କରାଇବା ପାଇଁ ନୁହେଁ ବରଂ ସତର୍କ କରିବା ପାଇଁ ।