ଦେଖନ୍ତୁ ଭିଡିଓ ! ରାଜନେତା କୁ ଆସିଲେ ବିଟେକ ଛାତ୍ରୀ ..ଆଉ ଏମିତି କିଛି କହିଲେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ତେବେ ବର୍ତ୍ତମାନ ହେଉଛି ନମିନେସନ ର ତୃତୀୟ ଦିନ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏକ ଭିନ୍ନ ପରିବେଶ ମଧ୍ୟ ସୃଷ୍ଟି ହୋଇ ଥିବାର ଦେଖିବାକୁ ମିଳିଛି | ଦେଖିବାକୁ ମିଳିଛି ଯେ ଅସରଙ୍ଗ ବ୍ଲକ ର ଜୋନ 1 ର ଜିଲ୍ଲା ପରିସୟଦୟ ର ଜଣେ ମହିଳା ପାର୍ଥି ହୋଇଛନ୍ତି | ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଯୁବତୀ ଜଣଙ୍କ ବିଟେକ ର ତୃତୀୟ ବର୍ଷ ଛାତ୍ରୀ, ସିଭିଲ ଇଞ୍ଜିନିଅର କରୁଥିବା ଛାତ୍ରୀ ଯିଏ କି ରାଜନୀତି ରେ ପାଦ ଦେଇଛନ୍ତି | ଆମେ ଅନେକ ଦେଖିବାକୁ ପାଇଛୁ ଯେ ସିଭିଲ ଇଞ୍ଜିନିଅର ହୁଅନ୍ତୁ କିମ୍ବା ବିଟେକ ରେ ପାସ କରିଥିବା ଛାତ୍ର ଛାତ୍ରୀ ରାଜନୀତି ରେ ପର୍ଦାପଣ କରି ସଫଳତା ଅର୍ଜନ କରିଛନ୍ତି |

ତେଣୁ ସେହି ଛାତ୍ରୀ ଆଜି କଂଗ୍ରେସ ର ପାର୍ଥି ହୋଇ ପାରିଛନ୍ତି ଯାହାକି ଏକ ବହୁତ ବଡ଼ ଗର୍ବ ର କଥା ଅଟେ | ତେବେ ଆସନ୍ତୁ ଜାଣିବା ଏହି ଯୁବତୀ ଜଣଙ୍କ କିଏ ଏବଂ କାହିଁକି ପାଠ ପଢ଼ୁଥିବା ସମୟରେ ଏଭଳି ଏକ ନିଷ୍ପତି ନେଲେ |

ଏହି ଯୁବତୀ ଙ୍କର ନାମ ହେଉଛି ଶୁଭସ୍ମିତା ସାହୁ ଯିଏ କି ଏବେ ଇଞ୍ଜିନିଅର କରୁଛନ୍ତି | ତେବେ ସେ କହିଛନ୍ତି କି ମୁଁ ହଠାତ ରାଜନୀତି ରେ ଆସିବାର କାରଣ ହେଉଛି, ଆମ ଓଡ଼ିଶା ରେ ହେଉ ଭାରତ ରେ ହେଉ କୁ ପୃଥିବୀ ପୃଷ୍ଠ ହେଉ ଯେତିକି ଦୁର୍ନୀତି ଚାଲିଛି ସେ ଯେଉଁ କୌଣସି ମାଧ୍ୟମ ରେ ହେଉ ଏବଂ ନାରୀ ପ୍ରତି ମଧ୍ୟ ଯେତିକି

ନିର୍ଯ୍ୟାତନା ଚାଲିଛି, ଏହି ସବୁ ରୁ ସୁବିଧା ପାଇବା ପାଇଁ ଏକ ଉପଯୁକ୍ତ ପାର୍ଥି ଟିଏ ଦରକାର | ମୁଁ ଯେହେତୁ ଶିକ୍ଷିତ ଏଣୁ ଲୋକ ମାନଙ୍କ ପାଇଁ କିଛି କରି ପାରିବି ଏମିତି କି ମୋର ଲୋକ ମାନଙ୍କର ସେବା କରିବା ପାଇଁ ବହୁତ ଇଚ୍ଛା ବୋଲି କହିଛନ୍ତି |

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ପ୍ରକାର ଉନ୍ନତ ଓ ଲୋକ ମାନଙ୍କୁ ମୌଳିକ ସୁବିଧା ମିଳି ପାରି ନାହିଁ | ଚିକିତ୍ସା ପାଇଁ ଭଲ ପରିବେଶ ନାହିଁ କି ଡାକ୍ତର ନାହାଁନ୍ତି ଏବଂ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଠିକ ଭାବରେ ମିଳି ପାରୁ ନାହିଁ ଯାହାକୁ ମୁଁ ପରିବର୍ତ୍ତନ କରିବାକୁ ଚାହୁଁଛି |

ତେବେ ସୂଚନା ଯୋଗ୍ୟ ଶୁଭସ୍ମିତା ମୁମ୍ବାଇ ରେ ଚାକିରୀ ମଧ୍ୟ କରି ଥିଲେ କିନ୍ତୁ ରାଜନେତା ରେ ସେ ପାଦ ଦେବା ପାଇଁ ନିଜ ଚାକିରୀ ଛାଡି ଆସିଲେ | ଶୁଭସ୍ମିତା ଏହା ମଧ୍ୟ କହିଛନ୍ତି ଯେ ଯଦି ମୁଁ ଶିକ୍ଷିତ ହୋଇ ମୋ ଗ୍ରାମ ବାସୀ ଙ୍କ ପାଇଁ କିଛି କରି ପାରିଲିନି ତେବେ ମୋ ପଢିବା ହି ବୃଥା ଗଲା | ତେବେ ଶୁଭସ୍ମିତା ଙ୍କୁ ନେଇ ବର୍ତ୍ତମାନ ସମୟରେ ସମସ୍ତେ ପ୍ରଶଂସା କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।