ଦେଖନ୍ତୁ viral ଭିଡିଓ ! ଆଜ୍ଞା ମୋର ଭୁଲ ହୋଇଯାଇଛି ମୋତେ ଛିଡି ଦିଅ…ପୁରା ଭିଡିଓ ଦେଖିଲେ ଆପଣ ବି କ୍ରୋଧିତ ହେବେ

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି। ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି। ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ। ଏହି ସୋସିଆଲ ମିଡ଼ିଆ କୁ ପ୍ରାୟତଃ ଯୁବପିଢି ମାନେ ବ୍ୟବହାର କରିଥାନ୍ତି।

ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି। କିନ୍ତୁ ବେଳେବେଳେ ମଧ୍ୟ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଯେ କୌଣସି କାମ କରିବେ ତା ପୂର୍ବରୁ ଶହେ ଥର ଭାବି କାମ କରିବେ।
କାରଣ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ଆପଣ ଦେଖିଲା ପରେ କହିବେ କି ଆଉ ମୁଁ କେବେ ବି ଏହି କାମ ଭୁଲ ରେ ବି ସୁଦ୍ଧା କରିବି ନାହିଁ। ତେବେ ଆପଣ ମାନେ ନିଶ୍ଚିତ ଭାବରେ ସମସ୍ତେ ଜାଣିଥିବେ ଓଡ଼ିଆ ମାନଙ୍କ ର ଏକ ବଡ଼ ସଂକ୍ରାନ୍ତି, ଯାହା ହେଉଛି ମକର ସଂକ୍ରାନ୍ତି।

ଏହି ସଂକ୍ରାନ୍ତି ର ପରମ୍ପରା ଅନୁଯାୟୀ ଏହି ଦିନ ଗୁଡ଼ି ଉଡ଼ାଯାଏ। ଆଉ ଏହି ଦିନ ରେ ପିଲା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ଗୁଡ଼ି ଉଡ଼ାଇ ବେଶ୍ ଖୁସି ରେ ଏହି ଦିନ ଟିକୁ ପାଳନ କରିଥାନ୍ତି।

କିନ୍ତୁ ଏହି କଥା ବି ଆପଣ ମାନେ ସମସ୍ତେ ଜାଣିଥିବେ କି, ଏହି ଗୁଡ଼ି ଉଡ଼ାଇ ଖୁସି କରୁଥିବା ବେଳେ ଏହା କେତେବେଳେ କେଉଁ ମୋଡ଼ ନେଇଥାଏ ତାହା କେହି ବି କହି ପାରିବେ ନାହିଁ। କାରଣ ଏହି ଗୁଡ଼ି ଉଡ଼ାଇବା ଦ୍ୱାରା କାହାର ଜୀବନ ମଧ୍ୟ ଯାଇଛି ଏବଂ ଯାଇପାରେ ମଧ୍ୟ।

ଏହି କିଛି ଦିନ ପୂର୍ବରୁ ଗୋଟିଏ ଘଟଣା ସାମ୍ନାକୁ ଆସିଥିଲା କି, କିଛି ପିଲା ଗୁଡ଼ି ଉଡ଼ାଉଥିବା ସମୟରେ ସେହି ପିଲା ମାନେ ଗୁଡ଼ି ସହିତ ଉଡ଼ି ଯାଇଥିଲେ। ଏହା ବ୍ୟତୀତ ଦିନେ ଉଭୟ ସ୍ୱାମୀ ଓ ସ୍ତ୍ରୀ ବାଇକ୍ ରେ ଯାଉଥିବା ସମୟରେ ଗୁଡ଼ି ର ସୂତା ଟି ଆସି ସେହି ଯୁବକ ଜଣକ ର ବେକ କଟି ଯାଇଥିଲା। ଆଉ ତାହାର ମୃତ୍ୟୁ ମଧ୍ୟ ହୋଇଥିଲା।

ସେହି ଦିନ ଠାରୁ ଗୁଡ଼ି ଉଡ଼ାଇବା ଉପରେ ପୋଲିସ୍ କଟକଣା ଜାରି କରିଛନ୍ତି। ଯିଏବି ଗୁଡ଼ି ଉଡ଼ାଉଛି ତାକୁ ପୋଲିସ୍ ଉଚିତ୍ ଦଣ୍ଡ ଦେଉଛନ୍ତି। ତେବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି କି, ଜଣେ ପିଲା ଟି ଗୁଡ଼ି ଉଡ଼ାଉଥିବା ସମୟରେ ତାକୁ ପୋଲିସ୍ ଦେଖି ନେଇଥିଲେ। ପିଲାଟି ପୋଲିସ କୁ ଦେଖି ଭୟରେ ସେ ଆଉ ଗୁଡ଼ି ଉଡ଼େଇବନି ବୋଲି କହି ଜୋର ରେ କାନ୍ଦୁଥାଏ। ପୋଲିସ୍ ସେ ପିଲାଙ୍କୁ କାନ ଧରି ଉଠବସ୍ ମଧ୍ୟ କରାଇଥିଲେ, ପରେ ପିଲାଟି କାନ୍ଦି କାନ୍ଦି ପଳାଇଥିଲା।