ମାଳିକା ଦେଲା ବଡ ଭବିଷ୍ୟବାଣୀ !2022 ଖୁବ୍ ଶୀଘ୍ର ସମୁଦ୍ରରେ ବୁଡ଼ି ଯିବ “ଛତିଆ”, ଜାଣନ୍ତୁ କଣ ରହିଛି ବିଶେଷତ୍ୱ..

2022କୁ ମାଳିକା ଦେଲା ବଡ ଭବିଷ୍ୟବାଣୀ । ଖୁବ୍ ଶିଘ୍ର ସମୁଦ୍ରରେ ବୁଡିଯିବ ଛତିଆ ବଟ । ଆମେ ଆପଣଙ୍କୁ ଅନେକ ସମୟରେ ଅନେକ ଏମିତି ମାଳିକା ବର୍ଣ୍ଣିତ କଥା କହିଥାଉ ଫଳରେ ଆପଣ କିଛି ମାଳିକା ବର୍ଣ୍ଣିତ ସ୍ଥାନ ଏବଂ ମାଳିକା ର ଭକ୍ତ ମାନଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ଏବଂ ଅନେକ ନୂଆ ନୂଆ କଥା ମଧ୍ୟ ସେମାନଙ୍କ ଠାରୁ ଜାଣୁ ଛନ୍ତି। ତେବେ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆଲୋଚନା କରିବା।

ଯାହା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ମହତ୍ କଥା। ତେବେ ମାଳିକା ବର୍ଣ୍ଣିତ ଯେଉଁ ଗୁପ୍ତ ଭକ୍ତ ମାନେ ରହିଛନ୍ତି ସେମାନଂକୁ କ୍ୟାମେରା ସାମ୍ନାକୁ ଆଣିବାକୁ ଏ ପ୍ରୟାସ ଜାରି ରହିଛି ।

ଏହାକୁ ଜାରି ରଖିଛି ସତ୍ୟଭଂଜ ୟୁ ଟ୍ୟୁବ୍ ଚ୍ୟାନେଲ ଏବଂ ତାର ଟିମ୍।ଏହା ସତ ଯେ ମାଳିକା ରେ ରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।

ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନାହାଁନ୍ତି ତଥାପି ବି ଏହି ଘଟଣା ସବୁ ସତ। ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆସନ୍ତୁ ସେହିପରି ଆଜି ଏକ ବିଶେଷ କଥା ବିଷୟରେ ଜାଣିବା ଯାହା ମାଳିକା ରେ ବର୍ଣ୍ଣିତ ରହିଛି। ଆଉ ଏହାକୁ କହିଛନ୍ତି ସବୁରି ପ୍ରିୟ ଶ୍ରୀଧର ବାବା ବା କାହ୍ନୁ ବାବା।

ଆପଣ ଜାଣିଛନ୍ତି ଛତିଆ ବଟ କଥା ଅନେକ ସମୟରେ ଆଲୋଚନା ହୋଇଥାଏ। ତେବେ ସମୟଚକ୍ରରେ ଯାହା ଘଟୁଛି ତାହା କିଛି ନା କିଛି ଦିଗକୁ ଇଙ୍ଗିତ କରୁଛି ଯାହା ଭଗବାନଙ୍କ ନିର୍ଦ୍ଦେଶରେ ସଂକେତରେ ହିଁ ହେଉଛି ବୋଲି ବାବା କହିଛନ୍ତି। ତେବେ ଯେତେବେଳେ ପ୍ରଳୟର ସମୟ ଆସିବ, ସେତେବେଳେ 40 ରୁ 45 କିମି ଦୂରରୁ ସମୁଦ୍ରରୁ ପାଣି ଛତିଆ ବଟ ନିକଟକୁ ମାଡ଼ି ଆସିବ।

ଯେଉଁଭଳି ଭାବରେ ଭଗବାନ ଦେହାନ୍ତ ପୂର୍ବରୁ ଦ୍ୱାରକା କୁ ବୁଡ଼ାଇଦେଲେ ଏବଂ ଫଳରେ କୁଶ ଦ୍ଵୀପ ଉଠି ପଡ଼ିଲା, ସେହିପରି ଏହି ଯୁଗରେ କୁଶ ଦ୍ଵୀପ ବୁଡି ପଡ଼ିବ ଏବଂ ଆଉ ଏକ ଦ୍ଵୀପ ଉଠି ଯିବ ବୋଲି ବାବା କହୁଛନ୍ତି।

ପ୍ରତ୍ୟେକ ଯୁଗରେ ଏହିପରି ଘଟିଥାଏ। ତେବେ ଯଦି ଯୁଗର ସମାପନ କଥା କହିବା ତେବେ ଯେତେବେଳେ ଅତ୍ୟଧିକ କଳି ବୃଦ୍ଧି ପାଇବ ଏବଂ ଏହା ଏ ସମାଜକୁ ଗ୍ରାସ କରିବ। ଫଳରେ ସବୁ ଦେଶ ଦେଶ ମଧ୍ୟରେ ଝଗଡା ପରିସ୍ଥିତି ଉପୁଜିବା ସହିତ ଶେଷରେ ଯୁଦ୍ଧ ହୋଇ ଯୁଗର ସମାପନ ହେବ।

ତେବେ ଭାରତ ହେଉଛି ଦେବ ଭୂମି, ଏଠାରେ ଦେବତା ବାସ କରନ୍ତି। ଅନ୍ଯ ଦେଶ ମାନଂକର ଯେତେ ଅସ୍ତ୍ର ଶସ୍ତ୍ର ରହିଲେ ବି ସେଗୁଡିକ ଭଗବାନଙ୍କ କୃପା ଭୂମି ଆଗରେ ସବୁ ଫିକା ପଡ଼ିଯିବ। ଯେତେବେଳେ ବି ଧର୍ମର ନାଶ ହୁଏ ସେତେବେଳେ ଭଗବାନ ବିରାଜମାନ କରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।