ପ୍ରେମିକାକୁ ଦେଖା କରିବାକୁ ଯାଇ ଫସିଗଲେ ଯୁବକ, ଶେଷରେ ବାହା କରି ଛାଡି ଦେଲେ… ଦେଖନ୍ତୁ Viral ଭିଡ଼ିଓ

ପ୍ରେମ ଏକ ପବିତ୍ର ଓ ମଧୁର ସମ୍ପର୍କ ହୋଇ ଥାଏ ଯାହା ପ୍ରେମ ପାଇଁ ପ୍ରେମୀ ଯୁଗଳ କିଛି ମଧ୍ୟ କରିବାକୁ ପଛାଇ ନଥାଏ | ପ୍ରେମ ଉଭୟ ଙ୍କର ଭରସା ଓ ବିଶ୍ୱାସ କୁ ନେଇ ଥାଏ ଯେଉଁଥିରେ କୌଣସି ସ୍ୱାର୍ଥ ନଥାଏ | କିନ୍ତୁ ଆଜି କାଲି ର ପ୍ରେମ ରେ ଆଉ ସେହି ନିସ୍ଵାର୍ଥପର ଭଲ ପାଇବା ନାହିଁ, ଯେଉଁଠି ପ୍ରେମ ସେହି ସ୍ଥାନ ରେ କେବଳ ସ୍ୱାର୍ଥ | କିଏ ଟଙ୍କା ର ସ୍ୱାର୍ଥ ରେ ଭଲ ପାଇ ଥାଏ ତ ଆଉ କେହି ଶାରୀରିକ ସମ୍ପର୍କ ପାଇଁ ଭଲ ପାଇ ଥାଏ, କେଉଁଠି ଭଲ ପାଇବାରେ ଆଉ ସଚ୍ଚଟ ଦେଖିବାକୁ ମିଳୁ ନାହିଁ |

ପ୍ରେମ ଆଜି କାଲି ର ଯୁବ ପିଢ଼ି ଠିକ କଣ ଭୁଲ କଣ ତାହା ଜାଣି ପାରୁ ନାହାଁନ୍ତି ଯାହା ଠିକ ଲାଗୁଛି ସେଇଟା ହିଁ କରୁଛନ୍ତି | ପ୍ରେମ ଟିକେ ନିବିଡ଼ ହୋଇ ଗଲେ ଶାରୀରିକ ସମ୍ପର୍କ ରଖି ଦେଉଛନ୍ତି, ଏହା ପରେ କେଉଁଠି ଧରା ପଡ଼ୁଛନ୍ତି ତେବେ କେବଳ ଲଜ୍ୟା ଅନୁଭବ କରିବା ଛଡ଼ା ଆଉ କିଛି ବାଟ ନାହିଁ |

ବୟସ କମ ହୋଇ ଥିଲେ ମଧ୍ୟ ଏହି ପ୍ରେମ ରେ ପଡି ଯାଉଛନ୍ତି ଯାହାକି ସମାଜ ପାଇଁ ନିନ୍ଦନୀୟ ଅଟେ | ତେବେ ସେଭଳି ପ୍ରେମ କୁ ନେଇ ଏକ ଘଟଣା ଆଖି ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ |

ଘଟଣା ଟି ହେଉଛି ଏକ ପ୍ରେମିକ ତା ପ୍ରେମିକା କୁ ଦେଖା କରିବାକୁ ଯାଇ ଥିବାରୁ ତାର ପରିଣାମ ତାକୁ ଭୋଗିବାକୁ ପଡିଛି | ଏହି ଘଟଣା ସମ୍ପର୍କ ରେ ଆପଣ ଜାଣି ସାରିଲା ପରେ ଆପଣ ମଧ୍ୟ ଆପଣଙ୍କ ପ୍ରେମିକା ଙ୍କୁ ଦେଖା କରିବା ପାଇଁ ଶହେ ଥର ଭାବିବେ |

ସୂଚନା ଅନୁଯାଇ ଉଭୟ ଯୁବକ ଯୁବତୀ ପରସ୍ପର ଙ୍କୁ ବହୁତ ଭଲ ପାଉ ଥିଲେ ଆଉ ଫୋନ ରେ ମଧ୍ୟ ପ୍ରତିଦିନ କଥା ହେଉ ଥିଲେ | କିନ୍ତୁ ଦିନେ ଯୁବତୀ ଙ୍କ ଘରେ କେହି ନଥିବାରୁ ସେ ତାଙ୍କ ପ୍ରେମିକ କୁ ଦେଖା କରିବା ପାଇଁ ଘରକୁ ଡାକି ଥିଲେ | ଆଉ ଯୁବକ ଜଣଙ୍କ ମଧ୍ୟ ରାତି ଅଧରେ ପ୍ରେମିକା କୁ ଦେଖା କରିବା ପାଇଁ ଚାଲି ଆସି ଥିଲେ ଆଉ ଏକ ରୁମ ରେ ଦୁଇ ଜଣ ବସି କଥା ହେଉ ଥିଲେ |

ସେହି ସମୟରେ ହଠାତ ଯୁବତୀ ଙ୍କ ମା ଉଭୟ ଙ୍କୁ ଦେଖି ଦେଇ ଥିଲେ, ଯାହାଫଳରେ ଘଟଣା ଯାହା ହୋଇ ଥିଲା ତାହାକୁ ଶୁଣିଲେ ଆପଣ ଚକିତ ହୋଇ ଯିବେ | ଯୁବତୀ ଙ୍କ ମା ଘର ଲୋକ ସମସ୍ତଙ୍କୁ ଡାକି ଦେଇ ଥିଲେ ଆଉ ସେହି ଯୁବକ ଜଣଙ୍କୁ ଧରି ନେଇ ଥିଲେ |

ଘର ଲୋକ ଯୁବକ ଙ୍କୁ ପ୍ରଶ୍ନ କରିବାରୁ ସେ କହି ଥିଲେ ଯେ ଆମେ ପରସ୍ପର କୁ ଭଲ ପାଉ ଆଉ ଯୁବତୀ ଙ୍କ କଥାରେ ହିଁ ସେ ଆସିଛନ୍ତି ବୋଲି କହି ଥିଲେ | ଏହାପରେ ଯୁବତୀ ଙ୍କ ମା ତାଙ୍କ ଝିଅ ଙ୍କୁ ସିନ୍ଦୁର ପିନ୍ଧାଇ ବାହା ହେବାକୁ କହି ଥିଲେ ଯାହାକୁ ନେଇ ଯୁବକ ମଧ୍ୟ ରାଜି ହୋଇ ଗଲେ, ଆଉ ଶେଷରେ ସିନ୍ଦୁର ପିନ୍ଧି ବିବାହ କରି ଥିଲେ |