ଦେଖନ୍ତୁ viral vedio -ଶ୍ବଶୁର ଓ ସ୍ବାମୀ ଡେଇଁଲେ ସବୁ ସୀମା, ଦାଣ୍ଡରେ ଗୋଡାଇ ଗୋଡାଇ ବୋହୂ ସହିତ ଏମିତି କାଣ୍ଡ କଲେ ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି….

ବର୍ତ୍ତମାନ ସମାଜରେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ। ତାହା ଛୋଟ ହେଉ କିମ୍ବା ବଡ଼ ହେଉ ସବୁଦିନ ଲାଗି ରହିଥାଏ। ସମସ୍ତ ଘଟଣା ମଧ୍ୟରୁ ବିଶେଷ କରି ପାରିବାରିକ ଜୀବନରେ କଳହ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଛୋଟ ଛୋଟ କଥାରୁ ବଡ଼ ଧରଣର ଘଟଣା ଘଟିଥାଏ। ତେବେ ସମାଜରେ ଯୌତୁକ ପାଇଁ ନାରୀ ମାନଙ୍କ ପ୍ରତି ଖୁବ୍ ଜୋର ସୋର ଭାବରେ ନିର୍ଯ୍ୟାତନା ଓ ଅତ୍ୟାଚାର କରାଯାଉଛି। ସମାଜର ଲୋକମାନେ ସେମାନଙ୍କ ପ୍ରତି ହିଂସ୍ର ଭଳି ବ୍ୟବହାର କରୁଛନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ।

ସେମାନେ କାହାରିକୁ ଖାତିର କରନ୍ତି ନାହିଁ ଏବଂ ସେମାନଙ୍କ ହାତରେ ଯେମିତି ଆଇନ ରହିଥାଏ ବୋଲି ଭାବି ନେଇ ଏକର କାର୍ଯ୍ୟ କରିଥାନ୍ତି। ଏଭଳି ଘଟଣା ଟିଭି, ସମ୍ବାଦ, ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକି ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହେବା ସଙ୍ଗେ ସଙ୍ଗେ ଝଟକା ଅନୁଭୂତ କରିବେ। ତେବେ ଘଟଣା ଟି ହେଉଛି ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଅତି ନିର୍ଦ୍ଦୟ ଭାବରେ ମାଡ଼ ମାରିଥିବା ସହିତ ଚୁଟି ମଧ୍ୟ ଘୋଷାଡ଼ିଛନ୍ତି।

ତେବେ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ। ଏଭଳି ଏକ ଘଟଣା ବାଡ଼େମେର ଜିଲ୍ଲା ର ଧରିମନା ଥାନା କ୍ଷେତ୍ରର ବାଞ୍ଛଡାଉ ଗାଁ ରୁ ଆସିଛି। ସୂଚନା ଅନୁସାରେ ବାଞ୍ଛଡାଉ ଗାଁ ର ଓମି ନାମକ ଜଣେ ମହିଳା ବିବାହିତା ଅଟନ୍ତି।ମହିଳାଙ୍କ ସ୍ୱାମୀ କେଶାରାମ ଓ ତାଙ୍କ ଶ୍ୱଶୁର ମହିଳାଙ୍କୁ ନିର୍ଯାତନା ଦେଉଥିଲେ।


ମହିଳା ଙ୍କ କହିବା ଅନୁସାରେ ସେ ଫିୟର ଯାଇଥିଲେ।ସେଠାରୁ ଫେରିବା ପରେ ଯୌତୁକ କଥା କୁ ନେଇ ସ୍ୱାମୀ ଓ ଶ୍ୱଶୁର ଦୁଇ ଜଣ ମିଶି ମହିଳାଙ୍କ ଚୁଟି ଘୋଷାଡ଼ିବା ସହିତ ଖୁବ୍ ଜୋର ସୋର ଭାବରେ ମାଡ଼ ମାରିଥିଲେ ଏବଂ ପରେ ତାଙ୍କୁ ଆହତ ମଧ୍ୟ କରି ଦେଇଥିଲେ।

ତେବେ ପରେ ଏହି ଘଟଣା କୁ ନେଇ ମହିଳା ଜଣକ ଧରିନାମ ଥାନା ରେ ଅଭିଯୋଗ କରିଥିଲେ ଏବଂ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ। ତେବେ ସେମାନେ ମହିଳାଙ୍କୁ ମାଡ଼ ମାରିଥିବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି।

ବାଡେମେର ପୋଲିସ ଥାନା ଅଧିକାରୀ ଦୀପକ ଭାର୍ଗବ କହିଛନ୍ତି ଯେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଅଲଗା ଅଲଗା ଦଳ ତିଆରି କରି ଦୋଷୀ କୁ ଗିରଫ କରିବା ପାଇଁ ପଠାଯାଇଛି। ଏହା ବ୍ୟତୀତ ସେ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବ। ଏହି ଭିଡିଓ କୁ ହଜାର ହଜାର ଲୋକ ଦେଖି ସାରିଲେଣି ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଏଭଳି ଲୋକଙ୍କୁ ଧରି ଉଚିତ୍ ଦଣ୍ଡ ମିଳିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।