ପୁଣି ଭାଈ ଭଉଣୀ ସମ୍ପର୍କରେ ଲାଗିଲା କଳଙ୍କ ! ଭାଇ ମୋ ଶଙ୍ଖା ସିନ୍ଦୁର ପୋଛିଦେଲା ଆଉ ମୋତେ ବିଧବା ବନାଇଦେଲା….ଶୁଣନ୍ତୁ ଏହି ଭଉଣୀ ଙ୍କର ଦୁଃଖ…ପୁରା ଘଟଣା ଶୁଣିଲେ ଆପଣ ବି କହିବେ ଛିଃ ଛିଃ

ବର୍ତ୍ତମାନ ସମାଜରେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ। ତାହା ଛୋଟ ହେଉ କିମ୍ବା ବଡ଼ ହେଉ ସବୁଦିନ ଲାଗିରହିଥାଏ। ସମସ୍ତ ଘଟଣା ମଧ୍ୟରୁ ବିଶେଷ କରି ପାରିବାରିକ ଜୀବନ ରେ କଳହ ଅଧିକ ମାତ୍ରାରେ ଦୁଇ ଖାଇବାକୁ ମିଳିଥାଏ। ଛୋଟ ଛୋଟ କଥାରୁ ବଡ଼ ଧରଣର ଘଟଣା ଘଟିଥାଏ। ଯାହା ଦ୍ଵାରା ଆଜିକାଲି ଲୋକମାନେ ନିଜ ପରିବାର ଲୋକମାନଙ୍କ ଝଗଡ଼ା, ଗଣ୍ଡଗୋଳ ଓ ମାରପିଟ କରୁଛନ୍ତି। ଏହା ଛଡ଼ା ବର୍ତ୍ତମାନ ସମାଜରେ ଏମିତି କିଛି ଲୋକ ଅଛନ୍ତି, ନିଜ ପରିବାର ଲୋକମାନଙ୍କ ପ୍ରତି ଅତ୍ୟାଚାର କରିଥାନ୍ତି। ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା

ବିଷୟରେ ଶୁଣିବାକୁ ମିଳିଛି , ଯାହାକୁ ଆପଣ ମାନେ ଶୁଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ନିନ୍ଦା ମଧ୍ୟ ଅନୁଭବ କରିବେ। ଏହି ଘଟଣା ଟି ରେ ଜଣେ ଭାଇ ତାର ଭଉଣୀ ର ସ୍ୱାମୀ ଙ୍କୁ ମାରି ଦେଇଥିବାର ଦେଖିବାକୁ ମିଳିଛି।ଯାହକି ଏହା ଏକ ଲଜ୍ଜାଜନକ ବା ନିନ୍ଦା ଜନିତ କଥା।

ସୂଚନା ଅନୁସାରେ, ଶଳା ଏବଂ ଭିଣୋଇ କାମ କରିବା ପାଇଁ ଯାଇ ବାହାରେ ମଦ୍ୟପାନ କରିଥାନ୍ତି। ତେବେ ସେ ଯୁବତୀ ଜଣକ କହିଛନ୍ତି କି ତାଙ୍କ ସ୍ୱାମୀ କାମ ସାରି ମଦ ପିଇ ଘର କୁ ଫେରିଥାଏ ଏବଂ ସେ ଘରେ ପହଞ୍ଚିବା ପରେ ଖାଇ ସାରି କାହାକୁ କିଛି ନ କହି ଶୋଇ ପଡ଼ନ୍ତି। କିନ୍ତୁ ତାଙ୍କ ଭାଇ ଯେତେବେଳେ ଘର କୁ ଫେରିଥାଏ, ସେତେବେଳେ ସେ ଘରେ ପହଞ୍ଚି ଝଗଡ଼ା କରିଥାଏ ଏବଂ କହୁଥାଏ କି ମୁଁ ମାରିଦେବି, ହାଣିଦେବି।

ତେବେ ତାଙ୍କ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କଥା କୁ ନେଇ ତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତା ପରେ ସେ ତାର ବାପ ଘର କୁ ପଳେଇ ଆସିଥିଲେ। କିନ୍ତୁ ଗୋଟିଏ ସପ୍ତାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ନେବା ପାଇଁ ଆସିଥିଲେ ଏବଂ ସବୁ ବୁଝାମଣା କରି ଉଭୟ ସ୍ୱାମୀ ଓ ସ୍ତ୍ରୀ ସେଠାରେ କିଛି ଦିନ ପାଇଁ ରହିଥିଲେ।

କିଛି ଦିନ ପରେ ସେହି ଯୁବତୀ ଜଣକ ର ଭାଇ ତାଙ୍କ ସ୍ୱାମୀ କୁ ଏକ ଛୁରୀ ସାହାଯ୍ୟ ରେ ହତ୍ୟା କରିଥିଲେ। ଯୁବତୀ ଜଣକ କହିବା ଅନୁସାରେ, ତାଙ୍କ ଭାଇ ତାଙ୍କ ସ୍ୱାମୀ ର ମୁହଁ ଭିତରେ ଛୁରୀ ପୁରାଇଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ପୁରା ଘର ରକ୍ତ ରେ ଓଦା ହୋଇଯାଇଛି। ଶଳା ଏବଂ ଭିଣୋଇ ଙ୍କ ମଧ୍ୟରେ କଣ ଝଗଡ଼ା ହୋଇଥିଲା ତାଙ୍କୁ ଜଣାନଥିଲା ଏବଂ ତାଙ୍କ ସ୍ୱାମୀ ସେହି ସବୁ ବିଷୟରେ ମଧ୍ୟ କିଛି କୁହନ୍ତି ନାହିଁ।