breaking news- ରାଜ୍ୟ ସରକାରଙ୍କ ଶେଷ ନିଷ୍ପତି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପ୍ରର୍ଯ୍ୟନ୍ତ ଖୋଲିବ ସ୍କୁଲ…,ତାରିଖ ହେଲା ଘୋଷଣା ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ …

ଯେତେବେଳେ ଏହି କୋରନା ଭାଇରସ୍ ୨୦୧୯ ଠାରୁ ସାରା ବିଶ୍ୱ କୁ ନିଜ ଅଧୀନରେ ରଖିଥିଲା। ସେତେବେଳେ ସମସ୍ତ ପ୍ରକାରର ଦୋକାନ, ବାର , ହୋଟେଲ, ବଜାର ତା ସାଙ୍ଗକୁ ସମସ୍ତ ପ୍ରକାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇ ଯାଇଥିଲା। ତେବେ ୨ ବର୍ଷ ର ଊର୍ଦ୍ଧ୍ବ ଧରି ହେବ ପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇ ରହିଛି। ଅନ୍ୟ ଶିକ୍ଷାନୁଷ୍ଠାନର ଖୋଲିଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ର କୌଣସି ବି ଶ୍ରେଣୀ ଖୋଲି ନଥିଲା। ତେବେ ଏହି କୋରନା କୁ ଦୃଷ୍ଟି ରେ ଓଡ଼ିଶା ର ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଦେଇ ନଥିଲେ।

କିନ୍ତୁ ବର୍ତ୍ତମାନ ସମୟରେ ଯେତେବେଳେ କୋରନା ଟିକିଏ ମାତ୍ରାରେ ହ୍ରାସ ପାଇଛି ତେଣୁ ଶିକ୍ଷା ମନ୍ତ୍ରୀ ସ୍କୁଲ ଖୋଲିବା ନେଇ କିଛି ନିଷ୍ପତି ନେଇଛନ୍ତି। ତେବେ ସେ କହିଛନ୍ତି କି ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ତୃତୀୟ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହେବ।

ତେବେ ସ୍କୁଲ୍ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ଙ୍କ ସାମ୍ବାଦିକ ସମ୍ମୀଳନୀ କରୀଥିଲେ। ଜାନୁଆରି ୩ ତାରିଖରୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଷଷ୍ଠ ରୁ ଦ୍ୱା ଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲା ଯାଇଥିଲା। କିନ୍ତୁ ବର୍ତ୍ତମାନ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ୨୭ ହଜାର ସ୍କୁଲ୍ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।


ତେବେ ପ୍ରାୟତଃ ମାର୍ଚ୍ଚ ୨୦ ରୁ ଏହି ଶିକ୍ଷାନୁଷ୍ଠାନ ଗୁଡିକ ସବୁ ବନ୍ଦ ହୋଇ ଯାଇଥିଲା। ଯଦି ସ୍କୁଲ୍ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଥାନ୍ତେ ସେତେବେଳକୁ ପୁଣି ଥରେ ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଆସିଥିଲା ସେଥିପାଇଁ ପିଲା ମାନଙ୍କ ସୁରକ୍ଷା କୁ ନେଇ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଥିଲେ। ତେବେ ବର୍ତ୍ତମାନ ପରିସ୍ଥିତି କୁ ଦୃଷ୍ଟି ରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ଲକ୍ଷ୍ୟ ରଖାଯାଇଛି।

ସେମାନଙ୍କ ପାଇଁ ସକାଳ ୯ ଟାରୁ ସ୍କୁଲ୍ ଆରମ୍ଭ ହେଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବ। ତେବେ ଯେଉଁ ବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ଚାଲିଛି ସେହି ବିଦ୍ୟାଳୟ ଗୁଡିକ ରେ ପରୀକ୍ଷା ସରିଲେ ୧୦ ତାରିଖରୁ ସ୍କୁଲ ଖୋଲିବ ବୋଲି ସରକାର ସୂଚନା ଦେଇଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ବିଷୟରେ ଯାହା କିଛି କରାଯିବ ତାହା ପୂର୍ବ ଗାଇଡଲାଇନ ଅନୁସାରେ ହେବ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।