ମାଳିକା ଦେଲା ବଡ ଓପନ୍ ଚ୍ୟାଲେଞ୍ଜ୍ ! ଆଗକୁ ସ ‘ ଅକ୍ଷରରେ ହେବେ ପ୍ରଧାନମନ୍ତ୍ରୀ ଶେଷ ହେବ କଳିଯୁଗ !

ଶହ ଶହ ବର୍ଷ ଆଗରୁ କାଗଜ କଲମ ବା ଅତ୍ୟାଧୁନିକ ଯନ୍ତ୍ରପାତି ର ବ୍ୟବସ୍ଥା ନ ଥିଲା।ତେବେ ସେହି କାଳରେ ଲୋକମାନେ ଲେଖିବା ପାଇଁ ତାଳପତ୍ର ଓ ଲେଖନୀ ର ବ୍ୟବହାର କରୁଥିଲେ।ଆଜକୁ ପ୍ରାୟ ଛଅ ଶହ ବର୍ଷ ପୂର୍ବେ ତାଳପତ୍ର ଓ ଲେଖନୀ ସାହାଯ୍ୟରେ କଳିଯୁଗର ଭବିଷ୍ୟତ ର ଘଟଣାବଳୀ ବିଷୟରେ ଆମ ଉତ୍କଳ ର ପଞ୍ଚସଖା ମାନେ ଯେଉଁ ମାଳିକା ଶାସ୍ତ୍ର ଲେଖି ଯାଇଛନ୍ତି ସେଥିରେ ଯେଉଁ ତଥ୍ୟ ଉଲ୍ଲେଖ କରାଯାଇଛି ତାହାକୁ ମାଳିକା ବଚନ ରୂପେ ବିବେଚନା କରାଯାଏ।ଏହି ଉକ୍ତି ଉପରେ ଅଚ୍ୟୁତାନନ୍ଦ ଗୋଟିଏ ସୁନ୍ଦର ଆଲୋଚନା କରିଛନ୍ତି।ସେ କହିଛନ୍ତି ହେ ରାମଚନ୍ଦ୍ର!ମୋର ବାଣୀ କେବେ ଅନ୍ୟଥା ହେବ ନାହିଁ।ତାଙ୍କ ତତ୍ବାବଧାନ ରେ ଲିଖିତ କଳିଯୁଗର ଭବିଷ୍ୟବାଣୀ ସବୁ ସତ୍ୟ ହେବ।

ସାଧାରଣତଃ ମାଳିକା ହେଉଛି ପଞ୍ଚସଖା ଙ୍କ ନିଜ ଅନୁଭୁତ ଓ ଭବିଷ୍ୟତ କୁ ଆଶଙ୍କିତ କରି ପର ପିଢ଼ି ଙ୍କୁ ସତର୍କ କରିବା ପାଇଁ ଲେଖିଥିବା ଦିବ୍ୟ ବାଣୀ ସମୂହ।ଯଦିଓ ମାଳିକା ଶହ ଶହ ବର୍ଷ ପୂର୍ବରୁ ଲେଖା ହୋଇଥିଲା ତଥାପି ଏବେ ତାର ସତ୍ୟା ସତ୍ୟ କୁ ନେଇ ଆମେ ଅନେକ ପ୍ରମାଣ ପାଉଛୁ।ଯଦିଓ ଅନେକ ଏହାକୁ ମାନିବା ପାଇଁ ରାଜି ହୋଇନଥାନ୍ତି ତଥାପି ଏହା ସତ୍ୟ ଅଟେ।


ଅନ୍ୟପକ୍ଷରେ ସେହି ବାଣୀ ସତ୍ୟ ହେଉ ଅବା ଅସତ୍ୟ,ସେହି ବାଣୀ ଅନୁସାରେ ଆମେ ସତର୍କତା ଅବଲମ୍ବନ କରିବାରେ କୌଣସି ଦ୍ଵିଧା ପ୍ରକାଶ କରିବା ଉଚିତ ନୁହେଁ।ତେଣୁ ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହିତ ନିଜ କର୍ମ କୁ ସୁଧାରିନେବା ଉଚିତ।ଆଜିର ଏହି ଅନୀତି, ଅସତ, ସ୍ୱାର୍ଥପର ସଂସାର ରେ ସତ ମାର୍ଗରେ ନିଜକୁ ପରିଚାଳିତ କରି କିପରି ନିଜକୁ ଏକ ନୀତିବାନ ମଣିଷ ରୂପେ ଗଢି ତୋଳିବା ଏହା ହେଉଛି ମାଳିକା ର ପ୍ରମୁଖ ଉଦ୍ଦେଶ୍ୟ।

ସତ୍ୟଭଞ୍ଜ ନାମକ ଏକ youtube channel ମାଳିକା ରେ ବର୍ଣ୍ଣିତ ତଥ୍ୟ ର ସତ୍ୟା ସତ୍ୟ ଉପରେ ନିରୀକ୍ଷଣ କରୁଛନ୍ତି,ଯଉଁଥିପାଇ ମାଳିକା ବର୍ଣ୍ଣିତ ବିଭିନ୍ନ ସ୍ଥାନରେ ସେମାନେ ଯାଇ ପହଂଚିଯାଉଛନ୍ତି ଓ ବିଭିନ୍ନ ଘଟଣା ଉପରେ ନିରୀକ୍ଷଣ କରୁଛନ୍ତି ଓ ଅନେକ ଅଜଣା ତଥ୍ୟ ଆଣୁଛନ୍ତି ଲୋକଲୋଚନକୁ।

ମହାପୁରୁଷ ଙ୍କ ବାଣୀ ଅନୁସାରେ ଭାରତ ଓ ଚୀନ ମଧ୍ୟରେ ଘୋର ଯୁଦ୍ଧ ହେବ କିନ୍ତୁ ପାକିସ୍ତାନ ସହ ନୁହଁ।ଭାରତ, ପାକିସ୍ତାନ,ବାଂଲାଦେଶ,ଆଫଗାନିସ୍ତାନ, ଶ୍ରୀଲଙ୍କା, ନେପାଳ ଆଦି ଭାରତ ସହ ମିଶି ନିଜର ଅଖଣ୍ଡତା ବଜାଇ ରଖିବେ ଓ ଭାରତ ପୁଣି ଏକ ଅଖଣ୍ଡ ଭାରତ ରୂପେ ବିବେଚିତ ହେବ।

ଯେତେବେଳେ ଏଭଳି ସମସ୍ୟା ଅଧିକ ଘନୀଭୂତ ହେବ ସେତେବେଳେ ଜଣେ ଶାସକ ଆସିବେ ଯାହାଙ୍କ ନାମ ସ ଅକ୍ଷରରୁ ଆରମ୍ଭ ହୋଇଥିବ। ଆଉ ଏହି ସମୟ ନିକଟତର ହୋଇ ଆସିଲାଣି ବୋଲି କୁହା ଯାଉଛି। ପରବର୍ତ୍ତୀ ନିର୍ବାଚନ ମାନଙ୍କରେ ଏହାର ପ୍ରମାଣ ଦେଖିବାକୁ ମିଳିବ। ତେବେ ଅନେକ ବିପତ୍ତି ରୁ ଧାର୍ମିକ ମାନେ ଉଦ୍ଧାର ପାଇବେ ଏବଂ ଯେଉଁମାନେ ଅଧର୍ମୀ ସେମାନେ ଧର୍ମ କରିବା ପଥରେ ନାହାଁନ୍ତି ସେମାନେ ଦୃଢ଼ ଶାସ୍ତି ପାଇବେ ବୋଲି ସେ କହିଛନ୍ତି। ଆଉ ସେହି ସମୟରେ କଳିଯୁଗର ଶେଷ ସମୟର ସଂକେତ ମିଳିବ ।