Facial tips-କେତେ ବି ପୁରୁଣା ଦାଗ , ଚିହ୍ନ ହେଉ 5 ମିନିଟ୍ ରେ କରନ୍ତୁ ଏହି ଘରୋଇ ଉପାୟ ଆଉ ପାଆନ୍ତୁ ଚମକୁଥିବା ଚେହେରା…..100 % ଗ୍ୟାରେଣ୍ଟି….

ନାରୀ ହେଉ ଅବା ପୁରୁଷ,ସୁନ୍ଦର ସ୍କିନ୍ କିଏ ବା ନ ଚାହେଁ।କାରଣ ସୁନ୍ଦର ଓ ଗ୍ଲୋଇଂ ସ୍କିନ୍ ଆକର୍ଷଣୀୟ ବ୍ୟକ୍ତିତ୍ୱ ର ଏକ ମାପ କାଠି ହୋଇଥାଏ।ସେଥି ପାଇଁ ତ ଫ୍ରେଶ୍ ଓ ଗ୍ଲୋଇଂ ସ୍କିନ୍ ପାଇଁ ସମସ୍ତେ କେତେ କଣ କରିଥାନ୍ତି।ତେବେ କିଏ କେତେ ପ୍ରକାର ଘରୋଇ ଉପଚାର ବ୍ୟବହାର କରିଥାନ୍ତି।କସମେଟିକ ର ବ୍ୟବହାର ମଧ୍ୟ କରିଥାନ୍ତି।ଏହି କସମେଟିକ ର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିବା ଯୋଗୁ କିଛି ଲୋକଙ୍କର ସ୍କିନ ସମସ୍ୟା ଦୂର ହେବା ପରିବର୍ତ୍ତେ ଅଧିକ ବଢିଯାଉଛି।

ପ୍ରକୃତି ମନୁଷ୍ୟକୁ ଜନ୍ମ ଦେଇଛି ତାକୁ ବଞ୍ଚେଇ ରଖିବା ପାଇଁ ଖାଦ୍ୟ,ରହିବା ପାଇଁ ବାସଗୃହ ଦେଇଛି,ତତ ସହିତ ମନୁଷ୍ୟର ଆବଶ୍ୟକତା ପୂରଣ ପାଇଁ ଅନ୍ୟାନ୍ୟ ଜିନିଷ ମଧ୍ଯ ଯୋଗାଇଦେଇଛି।ଏହି ପ୍ରକୃତି ରେ ଏପରି ଅନେକ ପ୍ରାକୃତିକ ଜିନିଷ ରହିଛି ଯାହା ବିନା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ରେ ଆମର ସମସ୍ତ ସମସ୍ୟା ଦୂର କରିପାରିବ।କେବଳ ମାତ୍ର ତାର ଉପଯୋଗ କରିବା ଆମକୁ ଶିଖିବାର ଅଛି। ସେହିପରି ଆଜି ଜାଣିବା ସ୍କିନରେ ଥିବା ଚୁଟିକୁ ଉପାଡିବାର ଏକ ସହଜ ସରଳ ଘରୋଇ ଉପଚାର।

ସୁନ୍ଦର ଗ୍ଲୋଇଂ ସ୍କିନ ସୌନ୍ଦର୍ଯ୍ୟ ଏକ ପ୍ରମୁଖ କାରଣ ଅଟେ।ସୁନ୍ଦର ଗ୍ଲୋଇଂ ସ୍କିନ ନାରୀ ର ମୁଖ ମଣ୍ଡଳ କୁ ଏକ ଚମକ ପ୍ରଦାନ କରିଥାଏ।କିନ୍ତୁ ଆଜିର ସମୟରେ ବିଭିନ୍ନ ପ୍ରକାର ର କସମେଟିକ ତଥା କେମିକାଲ ମିଶା ଦ୍ରବ୍ୟର ବ୍ୟବହାର କାରଣରୁ ମୁଖରେ ଦାଗ,ବ୍ରଣ ତଥା ମଳିନ ଦେଖାଯିବା ଯୁବପିଢ଼ି ଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏତଦ୍ବ୍ୟତୀତ ପରିବେଶରେ କ୍ଷତିକାରକ ଗ୍ୟାସ ର ପରିମାଣ ବଢ଼ି ଯାଉଥିବା ରୁ ସ୍କିନ ସମସ୍ୟା ଦେଖାଯାଉଛି ।

ତେବେ ଆସନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାର ଏକ ସହଜ ରେଡିମିର ପ୍ରସ୍ତୁତି ଓ ବ୍ୟବହାର ପ୍ରଣାଳୀ ଯେଉଂଥିରେ ଆପଣ ଆପଣଙ୍କର ଫେସିଆଲ ହେୟାର ଏବଂ ଆନୱାଣ୍ଟେଡ୍ ହେୟାରକୁ ସବୁ ଦିନ ପାଇଁ ରିମୋଭ୍ କରିପାରିବେ କେବଳ 10 ମିନିଟ୍ ରେ ।

ଆବଶ୍ୟକ ସାମଗ୍ରୀ –

1.1 ଚାମଚ Gelatine Powder
2. 2-3 ଚାମଚ କଞ୍ଚାକ୍ଷୀର
3. ଅଧା ଚାମଚ ଲେମ୍ବୁରସ
ପ୍ରସ୍ତୁତ ପ୍ରଣାଣୀ ଏବଂ ପ୍ରୟୋଗ-
ପ୍ରଥମେ ଏକ ବାଉଲରେ 1 ଚାମଚ Gelatine Powder, 2-3 ଚାମଚ କଞ୍ଚାକ୍ଷୀର , ଅଧା ଚାମଚ ଲେମ୍ବୁରସ ନେଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହାପରେ ଗୋଟିଏ ପାତ୍ରରେ ଗରମପାଣି ନିଅନ୍ତୁ ଏବଂ ସେହି ବାଉଲକୁ ଗରମପାଣି ଉପରେ ରଖନ୍ତୁ ଏବଂ ଭଲଭାବରେ ଗୋଳି ଦିଅନ୍ତୁ ।

ଏହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ମୁହଁକୁ ଭଲଭାବରେ ଧୋଇ ଦିଅନ୍ତୁ । ଏହାପରେ ସେହି ମିକ୍ସକୁ ମୁହଁରେ ଭଲଭାବରେ ଲଗାନ୍ତୁ, ମନେରଖିବେ ଏହାକୁ ଆଖି, ଆଇବ୍ର ଏବଂ ଓଠରେ ଲଗାଇବେ ନାହିଁ । ଏହକୁ ସେତେପର୍ଯ୍ୟନ୍ତ ମୁହଁରେ ରଖିବେ ଯେତେପର୍ଯ୍ୟନ୍ତ ଏହା ଭଲଭାବରେ ଶୁଖି ନଯାଇଚି ।

 ଶୁଖିଗଲା ପରେ ଏହାକୁ ଧିରେଧିରେ ମୁଁହରୁ ମାକ୍ସ ଭାବରେ କାଢିଦେବେ ଏବଂ ସଫା ପାଣିରେ ମୁହଁକୁ ଭଲଭାବରେ ଧୋଇଦେବେ । ଦେଖିବେ ମୁହଁରେ ଆଉ ଗୋଟିଏ ବି ହେୟାର ରହିବନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।