ବର୍ଷା ଆଉ ଅନୁଭବ ବିବାଦ ପୁଣି ଗୋଟିଏ ପାଦ ଆଗକୁ ବଢ଼ିଛି-ପତ୍ନୀ ତାଲିକାରୁ ବର୍ଷାଙ୍କୁ ବାଦ ଦେଲେ ଅନୁଭବ….ପୁଣି କେଉଁ ସମ୍ପର୍କ ଆଡକୁ ଢଳିଳେ ଅଭିନେତା …..

ବର୍ତ୍ତମାନ ସମୟ ରେ ସବୁଠାରୁ ବଡ଼ ଖବର ହେଉଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କ ପତ୍ନୀ ପରିଚୟ ପତ୍ର ଆଜି ଲୋକ ସଭା ସଚିବାଳୟ ବାତିଲ କରିଛି | ଏହାକୁ ତୁରନ୍ତ ଦାଖଲ କରିବା ପାଇଁ ବର୍ଷା ଙ୍କୁ ପତ୍ର ଲେଖା ଯାଇଛି | ଲୋକସଭା ସଚିବାଳୟ ସୁରକ୍ଷା ବିଭାଗ ର ଉପନିର୍ଦେଶକା ଦୀପିକା ଭାଲା ଙ୍କ ଦ୍ୱାରା ଲେଖା ଯାଇ ଥିବା ପତ୍ର ରେ ଲୋକସଭା ସାଂସଦ ଅନୁଭବ ମହାନ୍ତି ଙ୍କ ପତ୍ନୀ ଭାବେ ବର୍ଷା ଙ୍କୁ ପ୍ରଦାନ କରାଯାଇ ଥିବା ପତ୍ନୀ ପରିଚୟ ପତ୍ର ନମ୍ବର 300 କୁ ତୁରନ୍ତ ବାତିଲ କରାଗଲା ବୋଲି ଉଲ୍ଲେଖ କରା ଯାଇଛି |

ଏହାକୁ ଯଥା ଶୀଘ୍ର ଲୋକସଭା ସଚିବାଳୟ ର ସିପିଆଇସି କାର୍ଯ୍ୟଳୟ ରେ ଦାଖଲ କରିବା ପାଇଁ ତାଙ୍କୁ କୁହା ଯାଇଛି | ସାଂସଦ ଅନୁଭବ ମହାନ୍ତି ଲୋକସଭା ମହାସଚିବ ଙ୍କୁ ଲେଖି ଥିବା ଏକ ପତ୍ର ଆଧାର ରେ 2021 ଡିସେମ୍ବର 20 ରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି |

ତେବେ ସେ ସେଥିରେ ଉଲ୍ଲେଖ କରି ଥିଲେ କି ତାଙ୍କ ପତ୍ନୀ ବର୍ଷା ଲୋକସଭା ସଚିବାଳୟ ପକ୍ଷରୁ ପତ୍ନୀ ପରିଚୟ ପତ୍ର ପ୍ରଦାନ କରାଯାଇଛି ଏବେ ଏହା ତାଙ୍କ ପାଖରେ ରହିଛି |

ନିକଟରେ ବର୍ଷା ପାର୍ଶପର୍ଟ, ଜେନେରେଲା ତଥା ପ୍ୟାନ ନମ୍ବର ଭଳି ଅନ୍ୟ ସରକାରୀ ଦସ୍ତାବିଜ ହାସଲ କରିବା ପାଇଁ ଜାଲ ଓ ଭୁଲ ସୂଚନା ଦେଇ ଥିବା ତାଙ୍କ ନିଜର କୁ ଆସିଛି |

ସାଂସଦ ଙ୍କ ପତ୍ନୀ ରୂପେ ଏଭଳି କାର୍ଯ୍ୟ ଶୋଭନୀୟ ନୁହେଁ, ଜଣେ ଦାୟିତ୍ୱବାନ ତଥା ଆଇନ ପାଳନ କରୁଥିବା ଭାରତୀୟ ନାଗରିକ ଭାବେ ଏହି ପ୍ରସଙ୍ଗ ରେ ସେ ସମ୍ଭୋଧିତ ବିଭାଗ କୁ ଅବଗତ କରାଇଛନ୍ତି | ଏହି ସବୁ ମାମଲା ର ତଦନ୍ତ ଚାଲିଛି ଏବଂ ତଦନ୍ତ ର ଫଳାଫଳ ଆସିବା ପରେ ସେ ଏହି ସମ୍ବଦ୍ଧ ରେ ମଧ୍ୟ ଅବଗତ କରାଇବେ |

ବର୍ଷା ଙ୍କୁ ଦିଆ ଯାଇ ଥିବା ସ୍ବାଧୀକାର ଅଧିକାର ତଥା ପତ୍ନୀ ପରିଚୟ ପତ୍ର କୁ ବାତିଲ କରାଯାଉ | ସାଂସଦ ପରିସର ଓ ବିଦେଶ ଭ୍ରମଣ ପାଇଁ ବର୍ଷା ଙ୍କ ପତ୍ନୀ ପରିଚୟ ପତ୍ର କୁ ବାରଣ କରାଯାଉ ଓ ପତ୍ନୀ ପରିଚୟ ପତ୍ର ସହିତ ଅନ୍ୟାନ୍ୟ ସ୍ବାଧୀକାର ଓ ଅଧିକାର ଗୁଡିକ ର ଯେଭଳି ବର୍ଷା ଙ୍କ ଦ୍ୱାରା ଦୁରୁପଯୋଗ ହେବ ନାହିଁ ତାହାକୁ ନେଇ ଅନୁଭବ ଆବଶ୍ୟକ ପଦକ୍ଷେପ ନେବା ପାଇଁ ତଥା ଲୋକସଭା ସଚିବାଳୟ ଲେଖି ଥିବା ପତ୍ର ରେ ଉଲ୍ଲେଖ କରାଯାଇଛି |

ତେବେ ଏହି ଖବର ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ନେଇ ବର୍ଷା ମଧ୍ୟ ଖୁବ ଲଜ୍ୟା ଅନୁଭବ କରି ଥିବାର ଦେଖିବାକୁ ମିଳିଛି |