OMG ବିବାହ କରି ନେଲେ ପୱନଦୀପ-ଅରୁଣିତା ! ଭାଇରାଲ୍‌ ହେଉଛି ଏହି ଫଟୋ…ଜାଣନ୍ତୁ ଫୋଟୋ ପଛର ସତ୍ୟତା

ସିଙ୍ଗିଗ୍ ରିୟାଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ 12 ସମୟରେ ଅରୁଣିତା କାଞ୍ଜିଲାଲ ଏବଂ ପୱନଦୀପ ରାଜନଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା। ପ୍ରଶଂସକ ସେମାନଙ୍କର ଯୋଡିକୁ ଖୁବ୍ ପସନ୍ଦ କରୁଥିଲେ। ଶୋ ’ପରେ, ସେମାନେ ଏକ ଗୀତରେ ଏକାଠି ନଜର ଆସିଥିଲେ, ଯାହା ଏକ ଚାର୍ଟବଷ୍ଟର ହିଟ୍ ହୋଇଥିଲା ।

ତେବେ ସୋନି ଟିଭିରେ ପ୍ରସାରିତ ହେଉଥିବା ସୋ’ ଇଣ୍ଡିଆନ୍ ଆଇଡଲ୍ -12 ର ପ୍ରତିଯୋଗୀ ପୱନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲଙ୍କ ମଧ୍ୟରେ ଥିବା ରିଲେସନସିପ୍ ବିଷୟରେ ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପୱନଦୀପ ଏ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ । ଅନେକ ଥର ସୋ’ ରେ ପୱନଦୀପ ଏବଂ ଅରୁଣିତାଙ୍କ ନାମ ଏକାଠି ଯୋଡା ହୋଇଥିଲା, ଯାହା ପରେ ରିଲେସନସିପର କଳ୍ପନା କରାଯାଇଥିଲା ।

ପୱନଦୀପ କହିଥିଲେ, “ସତ କହିବାକୁ ଗଲେ ଆମେ ସମସ୍ତେ ଏକାଠି ଏତେ ସମୟ ଅତିବାହିତ କରିଛୁ ଯେ ଆମେ ସମସ୍ତ ପ୍ରତିଯୋଗୀ ପରସ୍ପରର ଅତି ନିକଟତର। ସମୟ ଆସିଲେ ଲୋକମାନେ ଜାଣିପାରିବେ ଯେ ମୋ ଏବଂ ଅରୁଣିତାଙ୍କ ମଧ୍ୟରେ କିଛି ନାହିଁ। ଆମେ ଏବେ ୟଙ୍ଗ୍ ଅଛୁ ଏବଂ ଆମକୁ ଆମର କ୍ୟାରିୟର ଉପରେ ଧ୍ୟାନ ଦେବାର ଅଛି। ପ୍ରେମ ପରି ସମସ୍ତ ଜିନିଷ ଅପେକ୍ଷା କରିପାରିବ । କିନ୍ତୁ ମୁଁ ଚାହେଁ ଯେ ଆମର ବନ୍ଧୁତା ଯେପର୍ଯ୍ୟନ୍ତ ରହୁ ଯେ ପର୍ଯ୍ୟନ୍ତ ଆମେ ବୁଢା ହୋଇନାହୁଁ । “

ତେବେ ଇଣ୍ଡିଆନ୍ ଆଇଡଲ୍-12ର ପ୍ରତିଯୋଗୀ ଥିବା ଗାୟକ ପୱନଦୀପ ରାଜନ ଏବଂ ଅରୁଣିତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିଲା । ମଝିରେ ଦୁହିଁଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। କୁହାଯାଉଥିଲା କି ଦୁହିଁ ପ୍ରେମ ସମ୍ପର୍କରେ ଅଛନ୍ତି ।

ଏହା ବ୍ୟତୀତ ଦୁହିଁଙ୍କର ଏକ ଆଲବମ୍‌ ମଧ୍ୟ ରିଲିଜ୍‌ ହୋଇଥିଲା । ହେଲେ ବର୍ତ୍ତମାନ ଦୁଇ ଜଣଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଏକ ବିବାହ ଦମ୍ପତ୍ତି ବେଶରେ ନଜର ଆସିଛନ୍ତି । ଉଭୟଙ୍କୁ ଦେଖିଲେ ଲାଗୁଛି ଯେପରି ସେମାନେ ଲୁଚି ଛପି ବିବାହ କରି ନେଇଛନ୍ତି ।

ତେବେ ଏହି ଫଟୋ ଗୁଡ଼ିକର ବାସ୍ତବତା ଅଲଗା । କାରଣ ପୱନଦୀପ ଏବଂ ଅରୁଣିତାଙ୍କ ବ୍ରେକଅପ୍ ଖବର ପରେ ସେମାନଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ ଥିଲେ। ବୋଧହୁଏ ସେମାନଙ୍କ ଏହି ଫଟୋ ଏଡିଟ୍ କରିବାବେଳେ ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି -ବ୍ରେକଅପ୍ ଖବର ଆସିବା ଦିନଠାରୁ ସେମାନଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ କହୁଛନ୍ତି ଯେ ସେମାନେ ଏକାଠି ଦେଖିବାକୁ ଚାହୁଁଛନ୍ତି।

ତେବେ ଭାଇରାଲ ହେବାକୁ ଯାଉଥିବା ପୱନଦୀପ ଏବଂ ଅରୁଣିତାଙ୍କ ଫଟୋ ସେମାନଙ୍କ ଜଣେ ପ୍ରଶଂସକଙ୍କ ଦ୍ୱାରା ସେୟାର ହୋଇଛି। ହେଲେ ଏପର୍ଯ୍ୟନ୍ତ ସେୟାର କରାଯାଇଥିବା ଏହି ଫଟୋ ଗୁଡ଼ିକ ଉପରେ ପୱନଦୀପ ଏବଂ ଅରୁଣିତାଙ୍କଠାରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ ।