ଦେଖନ୍ତୁ Shocking ଭିଡ଼ିଓ : ମହୁଫେଣା ରେ ନିଜ ମୁହଁକୁ ଘୋଡାଇ ଚର୍ଚ୍ଚାରେ ଏହି ମହିଳା…33 Million ରୁ ଅଧିକ ଲୋକ ଦେଖି ସାରିଲେଣି..

ବର୍ତ୍ତମାନ ସମୟରେ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସୋସିଆଲ ମିଡ଼ିଆ ଏକ ସମାଜ ରେ ପ୍ରମୁଖ ଭାବେ ଅଂଶ ଗ୍ରହଣ କରିଛି। ଛୋଟ ଛୋଟ ପିଲାମାନଙ୍କ ପାଖରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ହୋଇଛନ୍ତି। ତେବେ ଆପଣ ମାନେ ଦୁନିଆରେ ବିଭିନ୍ନ ପ୍ରକାରର ଜୀବ ଜନ୍ତୁ ଦେଖିବା ସହିତ ବିଭିନ୍ନ ପ୍ରକାରର କୀଟ ପତଙ୍ଗ ମଧ୍ୟ ଦେଖିବା ପାଇଁ ପାଉଥିବେ।

ସେମାନଙ୍କ ମଧ୍ୟରୁ କିଛି ସାଧାରଣ ରହିଥାନ୍ତି ଏବଂ କିଛି ମାରାତ୍ମକ କୀଟ ପତଙ୍ଗ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ସମାଜରେ କିଛି ଏପରି ଲୋକ ଅଛନ୍ତି ଯେ, ସେମାନେ କୀଟ ପତଙ୍ଗ କୁ ନିଜ ଅକ୍ତିଆର ରେ ରଖିଥାନ୍ତି। ତେଣୁ ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ରେ ଦେଖିବା ପାଇଁ ମିଳିଥାଏ।
ତେବେ ବର୍ତ୍ତମାନ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଯାହାକୁ ଆପଣ ମାନେ ଶୁଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଝଟକା ଅନୁଭୂତ କରିବେ। ତେବେ ଘଟଣା ଟି ହେଉଛି ଜଣେ ମହିଳା ନିଜ ମୁହଁ ରେ ମହୁଫେଣା କୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖି ଥିବାର ଦେଖିବା ପାଇଁ ମିଳିଛି। ତେବେ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ଏହି ଘଟଣା ଟି କେରଳ ର ଥିରୁଅନନ୍ତପୁରମ ରେ ଦେଖିବା ପାଇଁ ମିଳିଛି। ଆପଣ ମାନେ ଜାଣିଥିବେ ସାଧାରଣତଃ ମହୁମାଛି ଯାହାକୁ କାମୁଡ଼ିଲେ ବହୁତ ଆଘାତ ଓ କଷ୍ଟ ଲାଗିଥାଏ। କିନ୍ତୁ ଏଠାକାର ଜଣେ ମହିଳା ମହୁମାଛି କୁ ଦେଖି ଡର କିମ୍ବା ଭୟ କରୁ ନାହାଁନ୍ତି। ୱାର୍ଲଡ ହନି ବି ଡେ ସେଲିବ୍ରେସନ ରେ ଜଣେ ମହିଳା ନିଜ ମୁହଁ ରେ ମହୁଫେଣା କୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ କରି ରଖିଥିଲେ।

ମହିଳା ଜଣକ ମୁହଁ ରେ ଅସଂଖ୍ୟ ସଂଖ୍ୟା ରେ ମହୁମାଛି ଭରି ରହିଛି। ବହୁତ ମାତ୍ରାରେ ମହୁମାଛି ବସିବା ସତ୍ୱେ ମଧ୍ୟ ମହିଳା ଜଣକ ସେମିତି ଠିକ୍ ଠାକ୍ ରହିଥିଲେ ।ସେ ପର୍ଯ୍ୟନ୍ତ ସେହି ମହିଳା ଜଣକ ପାଖରେ ଭୟ ଦେଖିବା ପାଇଁ ମିଳି ନଥିଲା।

ଏହା ବ୍ୟତୀତ ସେହି ମହିଳା ଜଣକ ର ଜଣେ ୬ ବର୍ଷ ର ପୁଅ ମଧ୍ୟ ନିଜ ହାତରେ ମହୁମାଛି କୁ ଧରି ପକାଉଛି। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏହାକୁ ମୋବାଇଲ ରେ ଭିଡିଓ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ।

ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆରେ ଖୁବ୍ ଜୋର ସୋର ରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ଏବଂ ସେହି ଭିଡିଓ ଦେଖି ମଧ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏହି ଭିଡିଓ କୁ ହଜାର ହଜାର ଲୋକ ଦେଖି ସାରିଲେଣି। ବର୍ତ୍ତମାନ ଏହା ବହୁତ ବଡ଼ ଚର୍ଚ୍ଚା ର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।