ପ୍ଲାଷ୍ଟିକ ଉଠାଇ କେବେ ପେଟ ପୋଷୁଥିଲେ ଆଜି ସବୁଠାରୁ ଧନୀ କ୍ରିକେଟର {Cris Gayle Life } ପୁରା Story ଜାଣିଲେ ଆଖିରୁ କୁହ ଆସିଯିବ….

ଜୀବନ ରେ ଏମିତି କିଛି ନାହିଁ ଯାହା ଆମେ ଚାହିଁଲେ ତାହା କେବେ ଅସମ୍ଭବ ହୋଇ ପାରିବ, ନିଜର ମନ ବଳ ଯଦି ଦୃଢ଼ ଥିବ ତେବେ ସେହି କାର୍ଯ୍ୟ ସମ୍ପୂର୍ଣ ଭାବରେ ସଫଳ ହୋଇ ଥାଏ | ସମୟ ମଧ୍ୟ କେତେ ବେଳେ ଯେ କେଉଁ ପରିସ୍ଥିତି ରେ ଠିଆ କରିବ ତାହା ମଧ୍ୟ କେହି କହି ପାରିବେ ନାହିଁ | ଏହା କେତେ ବେଳେ ଯେ ଜଣଙ୍କୁ ଧନୀ ରୁ ଗରିବ ନହେଲେ କେତେ ବେଳେ ଗରିବ ରୁ ଧନୀ କରି ଦେବ ତାହା କେହି ମଧ୍ୟ ଜାଣନ୍ତି ନାହିଁ |

ତେବେ ସେଭଳି ଏକ ଜଣଙ୍କ ପୂରା କାହାଣୀ ବିଷୟ ରେ କହିବୁ ଯାହାକୁ ଆପଣ ବେସ ଭଲ ଭାବରେ ଜାଣନ୍ତି, ଯିଏ କି ଥରେ ରାସ୍ତା ରେ ବୁଲୁ ଥିଲେ ଆଉ ଏବେ ସେ ସବୁଠୁ ଧନୀ ହୋଇ ପାରିଛନ୍ତି |


କ୍ରିକେଟର କ୍ରିସ ଗେଲ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣନ୍ତି ଯିଏ କି ଏକ ବହୁତ ଭଲ କ୍ରିକେଟର | ତେବେ କ୍ରିସ ଗେଲ 1978 ମସିହା ସେପ୍ଟେମ୍ବର 21 ତାରିଖ ରେ ଜନ୍ମ ଗ୍ରହଣ କରି ଥିଲେ ଏବଂ ତାଙ୍କ ପରିବାର ବହୁତ ଗରିବ ପରିବାର ଥିଲା ଓ ସେ ଏକ କୁଡ଼ିଆ ଘରେ ରହୁ ଥିଲେ | ନିଜର ପରିବାର ର ଦୁଃଖ କଷ୍ଟ ଦେଖି ସେ ସହି ପାରୁ ନଥିଲେ ଏଣୁ ପରିବାର ର ପେଟ କିପରି ପୋଷିବେ ସବୁବେଳେ ସେହି ଚିନ୍ତା ରେ ରହୁ ଥିଲେ |

ଏଣୁ କ୍ରିସ ଗେଲ ପରିବାର ର ପୋଷଣ ପାଇଁ ରାସ୍ତା ରେ ବୁଲି ବୁଲି ମଇଳା ପ୍ଲାଷ୍ଟିକ ଆଦି ଉଠାଉ ଥିଲେ ଏବଂ ସେଥିରେ ପରିବାର ର ପେଟ ପୋଷା ହେଉ ଥିଲା | ଏମିତିକି ସେ ଖାଇବାକୁ ନ ପାଇବାରୁ କେତେ ଥର ଏମିତି ଚୋରି ମଧ୍ୟ କରିଛନ୍ତି ବୋଲି କହିଛନ୍ତି |

ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ଅଧିକ ପାଠ ମଧ୍ୟ ପଢି ନଥିଲେ ବୋଲି ଜଣା ପଡିଛି | ସୂଚନା ଅନୁଯାଇ ଯେତେ ବେଳେ ସେ ପ୍ଲାଷ୍ଟିକ ଉଠାଉ ଥିଲେ ସେତେ ବେଳେ ତାଙ୍କର କ୍ରିକେଟ ପ୍ରତି ଅନେକ ସ୍ୱପ୍ନ ଥିଲା, ଏଣୁ ସେ ସବୁବେଳେ ସୁଯୋଗ ପାଇଁ ଅପେକ୍ଷା କରି ବସି ଥିଲେ |

ତେବେ 19 ବର୍ଷ ବୟସ ରେ ତାଙ୍କୁ ସେହି ସୁଯୋଗ ମିଳିଲା ଏବଂ ସେ ପ୍ରଥମେ ଲୁକାସ କ୍ରିକେଟ ରେ ଖେଳି ଥିଲେ | ପ୍ରଥମେ ପ୍ରଥମେ ସେ ଭଲ ଖେଳି ପାରୁ ନଥିଲେ କିନ୍ତୁ ହାର ନ ମାନି ସେ ଚେଷ୍ଟା ଜାରି ରଖି ଥିଲେ | ପରେ ସେ ସମୟ ଅନୁସାରେ ନିଜ ଦେଶ ତରଫରୁ 1999 ମସିହା ରେ ODI ମ୍ୟାଚ ଖେଳି ଥିଲେ |

ଏହା ପରେ ପରେ ପୁଣି 2006 ମସିହା ରେ ସେ ନ୍ୟୁଜଲ୍ୟାଣ୍ଡ ସହିତ ଟି 20 ମ୍ୟାଚ ଖେଳି ଥିଲେ ଆଉ ଏହିପରି ଭାବରେ ତାଙ୍କ ଯାତ୍ରା ଆଗକୁ ଆଗକୁ ବଢ଼ି ଥିଲା | ତେବେ ସେ ତାଙ୍କର ଚେଷ୍ଟା ବଳ ରେ ଆଜି ନିଜକୁ ଏକ ଭଲ ଧନୀ କ୍ରିକେଟର ଭାବେ ଗଢି ପାରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।