ଏଣିକି 18 ନୁହଁ ୨୧ ପୂର୍ବରୁ ଝିଅଙ୍କ ବିବାହ ମନା, କେନ୍ଦ୍ର କ୍ୟାବିନେଟରୁ ମିଳିଲା ମଞ୍ଜୁରି..ଯଦି କେହି ଏହି ନିୟମ କୁ ଉଂଲଘନ କରନ୍ତି ତେବେ ତାଙ୍କ ବିରୋଧ ରେ ଏତେ ଟଙ୍କା ଜୋରିମାନା….ସେୟାର କରି ଅନ୍ୟମାନଙ୍କୁ ସତର୍କ କରାନ୍ତୁ..

ଆପଣ ତ ଜାଣନ୍ତି ଯେ ଆଇନ ଅନୁଯାଇ ଏକ ଝିଅ ର 18 ବର୍ଷ ନହେଲା ପର୍ଯ୍ୟନ୍ତ ସେ ବିବାହ କରି ପାରିବ ନାହିଁ ଅର୍ଥାତ ପରିବାର ଲୋକ ମଧ୍ୟ କେହି ବିବାହ କରିବା ପାଇଁ ବାଧ୍ୟ କରି ପାରିବେ ନାହିଁ | କାରଣ ଏହା ଆଇନ ଅନୁଯାଇ ଏକ ବଡ଼ ଅପରାଧ ଅଟେ | ତେବେ ଏବେ କିନ୍ତୁ ଏହାକୁ ନେଇ ଏକ ବଡ଼ ପରିବର୍ତ୍ତନ ଆସିଛି, ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |

ତେବେ ବର୍ତ୍ତମାନ ଝିଅ ଙ୍କ ବିବାହ ର ବୟସ ନିୟମ ବଦଳି ଗଲା, କେନ୍ଦ୍ର ସରକାର ବିବାହ ବୟସ ରେ ପରିବର୍ତ୍ତନ କରି ଦେଲେ | ଏଣିକି 18 ବର୍ଷ ପରିବର୍ତ୍ତେ 21 ବର୍ଷ ବୟସ ରେ ଝିଅ ମାନେ ବିବାହ କରିବେ | ଅର୍ଥାତ ଝିଅ ମାନଙ୍କର ବିବାହ 21 ବର୍ଷ ପୂର୍ବରୁ ହେଲେ ତାହା ବେଆଇନ ଧରା ଯିବ | କେନ୍ଦ୍ର ସରକାର ଙ୍କ ପକ୍ଷରୁ ଝିଅ ଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ 21 ବର୍ଷ ଧାର୍ଯ୍ୟ କରା ଯାଇଛି | ତେବେ ବର୍ତ୍ତମାନ ଉଭୟ ପୁଅ ଓ ଝିଅ ଙ୍କ ପାଇଁ ବିବାହ ବୟସ 21 ବର୍ଷ ହୋଇ ଯାଇଛି |

ଝିଅ ଙ୍କ ବିବାହ ବୟସ ସୀମା ବୃଦ୍ଧି ପ୍ରସ୍ତାବ କୁ କେନ୍ଦ୍ର କ୍ୟାବିନେଟ ରୁ ମଞ୍ଜୁରୀ ପ୍ରଦାନ କରା ଯାଇଛି | ତେବେ ସବୁ ଧର୍ମ ଓ ବର୍ଗ ପାଇଁ ଏହି ନିୟମ ଲାଗୁ କରା ଯାଇଛି | 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସର ରେ ଝିଅ ଙ୍କ ବିବାହ ବୟସ ବଢାଇବାକୁ ନେଇ ସାମାନ୍ୟ ଇଙ୍ଗିତ କରି ଥିଲେ |

ଏହା ପରେ ଏହି ବାବଦ ରେ ଏକ 10 ଜଣିଆ ଟ୍ୟାକ୍ସଫର୍ଟ ଗଠିତ ହୋଇ ଥିଲା | ସୂଚନା ଅନୁଯାଇ ଏଥି ନିମନ୍ତେ ପ୍ରଥମେ ଟ୍ୟାକ୍ସ ପୋଷ୍ଟିଙ୍ଗ ସ୍ୱତନ୍ତ୍ର ସ୍କୁଲ କଲେଜ, ଆଇନ ବିଶେଷଜ୍ଞ ଏବଂ କିଛି ନାଗରିକ ସଂଗଠନ ଗୁଡିକ ର ପରାମର୍ଶ ନେଇ ଥିଲେ |

ତେବେ ଏହି ରିପୋର୍ଟ ଆଧାର ରେ ବିବାହ ବୟସ ର ପରିବର୍ତ୍ତନ ପାଇଁ ଚାରୋଟି ଆଇନ ରେ ସଂଶୋଧନ ହେବ | ଏଥିପାଇଁ ଟ୍ରାନ୍ସଫର୍ଟ ଟିମ କେନ୍ଦ୍ର ସରକାର ପାଖରେ ସୁପାରିଶ କରିଛି | ଏହା ପୂର୍ବରୁ 1978 ମସିହା ରେ ବିବାହ ଆଇନ ରେ ସଂଶୋଧନ ଅଣା ଯାଇ ଥିଲା |

ସେ ସମୟ ରେ ଝିଅ ଙ୍କ ବିବାହ ବୟସ 15 ବର୍ଷ ରୁ 18 ବର୍ଷ ହୋଇ ଥିଲା | ଅନ୍ୟ ପଟେ ଏହି ରିପୋର୍ଟ ଅନୁଯାଇ ଭାରତ ରେ ପ୍ରତିବର୍ଷ 15ଲକ୍ଷ ଝିଅ ଙ୍କର 18 ବର୍ଷ ରୁ କମ ବୟସ ରେ ବିବାହ କରା ଯାଉଛି | ପୂର୍ବ ଜନ ଗଣନା ରିପୋର୍ଟ ଅନୁଯାଇ 18 ରୁ 21 ବର୍ଷ ମଧ୍ୟରେ ଦେଶ ରେ ଯୁବତୀ ଙ୍କ ସଂଖ୍ୟା ଷୋଳ କୋଟି ରହି ଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।