ଓଲିଉଡ଼ର ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥତା କୁ ନେଇ କଣ ମନ୍ତବ୍ୟ ଦେଲେ ପୁଅ ଅମ୍ଲାନ….ଶୁଣନ୍ତୁ କଣ କହୁଛନ୍ତି

ବାସ୍ତବିକ ଭାବରେ ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି । ସେମାନେ ତାଙ୍କର ପ୍ରିୟ ନାୟକ ନାୟିକା ମାନଙ୍କ ବିଷୟରେ ଜାଣିବା ପାଇଁ। ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାନ୍ତି। ଅଭିନୟ ଜଗତର କଳାକାର ମାନେ ସାଧାରଣତଃ ସୋସିଆଲ ମିଡ଼ିଆରେ ଜଡ଼ିତ ହୋଇ ରହିଥାନ୍ତି। କଳାକାର ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ସେମାନଙ୍କ ଫ୍ୟାନ୍ ଙ୍କ ସହିତ ସେୟାର କରିଥାନ୍ତି।

ସେମାନେ ତାଙ୍କର ଜୀବନ ଶୈଳୀ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କାରଣ ସେମାନଙ୍କ ଜୀବନ ଶୈଳୀ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଠାରୁ ଅଲଗା ହୋଇଥାଏ। ନିଜର କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ସେମାନେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି।

ଆପଣମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସୁଦ୍ଧା ସେ ଟିଭି ପରଦାରେ ଅଭିନୟ କରି ଆସିଛନ୍ତି। ସେ ତାଙ୍କର ସୁନ୍ଦର ଅଭିନୟ କରି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଜଣେ ପ୍ରମୁଖ ଅଭିନେତା ଭାବରେ ଜୀବନ ଆରମ୍ଭ କରିଥିଲେ। ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ କଳାକାର ମାନଙ୍କ ହୃଦୟ ଏବଂ ସମସ୍ତ ଦର୍ଶକ ମାନଙ୍କ ହୃଦୟ ଜିଣିପାରିଛନ୍ତି। ସେ ଅଭିନେତା ଜଣଙ୍କ ହେଉଛି ମିହିର ଦାସ।

ସେ ଆରମ୍ଭ ରୁ ହିଁ ବିଭିନ୍ନ ପ୍ରକାରର ଓଡ଼ିଆ ଫିଲ୍ମ ରେ ଅଭିନେତା ଭାବରେ କାମ କରିଛନ୍ତି। ସେ ଓଡ଼ିଆ ଫିଲ୍ମ ସହିତ ଟେଲିଭିଜନ ପରଦାରେ ଚାଲିଥିବା ରିୟଲିଟି ଶୋ ରେ ମଧ୍ୟ କାମ କରିଛନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରି ର ଫିଲ୍ମ ରେ ଏହି ଅଭିନେତା ଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି। ଏହାର ଫିଲ୍ମ ଦେଖି ସମସ୍ତେ ଖୁସି ହୋଇ ଯାନ୍ତି।

କିନ୍ତୁ ବର୍ତ୍ତମାନ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣ ଜାଣିଲେ ବହୁତ ଦୁଃଖ ପ୍ରକାଶ କରିବେ। ବର୍ତ୍ତମାନ ସମୟରେ ମିହିର ଦାସ ଙ୍କ ଦେହ ଅସୁସ୍ଥ ରହୁଥିବାରୁ ତାଙ୍କୁ ଆଉ କୌଣସି ଫିଲ୍ମ କିମ୍ବା କୌଣସି ଶୋ ରେ ଦେଖିବା ପାଇଁ ମିଳୁ ନାହିଁ। ସେ ଏବେ ଆଇସିୟୁ ଭେଣ୍ଟିଲେଟର ରେ ଭର୍ତ୍ତି ହୋଇଛନ୍ତି।

ଏହା ନେଇ ତାଙ୍କ ପୁଅ ଅମ୍ଳାନ ଦାସ କିଛି ପ୍ରକାଶ କରିଛନ୍ତି। ଅମ୍ଳାନ ଦାସ ତାଙ୍କ ବାପା ଙ୍କୁ ନେଇ ଏମିତି କିଛି କଥା କହିଛନ୍ତି, ଯାହା ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଏକ ଆଶ୍ୱସ୍ତି କର ଖବର ମିଳିଛି। ମିହିର ଦାସ ଙ୍କ ଦେହ ଅସୁସ୍ଥ ହେବାରୁ ଗତ ୭ ତାରିଖ ଦିନ କଟକ ର ଘରୋଇ ହସପିଟାଲ ରେ ଭର୍ତ୍ତି କରାଯାଇଥିଲା।

ଏହି ସବୁ ଘଟଣା ନେଇ ଅମ୍ଳାନ କହିଛନ୍ତି ବାପାଙ୍କ ପରିସ୍ଥିତି ସ୍ଥିର ଥିବାବେଳେ ସଙ୍କଟ କିନ୍ତୁ କଟି ନାହିଁ।  ତେଣୁ ତାଙ୍କ ଦେହ ସୁସ୍ଥ ଥିଲେ ମଧ୍ୟ ସେ ଏବେବି ସଙ୍କଟାପନ୍ନ ଅଛନ୍ତି। ଅମ୍ଳାନ କହିଛନ୍ତି କି, ଏମିତି ମିଥ୍ୟା ତଥ୍ୟ ବାହାର ନକରି ବାପାଙ୍କ ସୁସ୍ଥ ପାଇଁ ପାର୍ଥନା କରନ୍ତୁ। ସୋସିଆଲ ମିଡ଼ିଆରେ ଅମ୍ଳାନ ଏହି ବାର୍ତ୍ତା ରଖିଛନ୍ତି।

ଅମ୍ଳାନ ହେଉଛନ୍ତି ମିହିର ଦାସ ଙ୍କ ବଡ଼ ପୁଅ। ସେ ମଧ୍ୟ ଜଣେ ଜଣାଶୁଣା ଅଭିନେତା ଭାବେ ଓଡ଼ିଆ ସିନେମା ରେ କାମ କରିଛନ୍ତି। ବାପାଙ୍କ ଅବସ୍ଥା ଗୁରୁତର ହେତୁ ସେ ବହୁତ ଭାଙ୍ଗି ପଡ଼ିଯାଇଛନ୍ତି। ଅମ୍ଳାନ ବର୍ତ୍ତମାନ ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ବ୍ୟସ୍ତ ଥିବାବେଳେ ବାପାଙ୍କ ପାଇଁ ହସ୍ପିଟାଲ ରେ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।