ମାଳିକା ଦେଲା ଭବିଷ୍ୟବାଣି…. ନୀଳଚକ୍ର ଉପରେ ଉଡ଼ିଲେ ଅସଂଖ୍ୟ ଚିଲ; ମାଡି ଆସୁଛି କି କିଛି ବିପଦ ? କଣ ଏ ସଙ୍କେତ ? କଳିଯୁଗ ସରିବାର ଶେଷ ସଙ୍କେତ…

ଦୈନନ୍ଦିନ ଜୀବନରେ ଆମେ ଅନେକ କିଛି ଘଟଣା ସଂସ୍ପର୍ଶରେ ଆସିଥାଉ। କେଉଁଠି ନା କେଉଁଠି ପ୍ରତିଦିନ କିଛି ଭଲ ଘଟଣା ଆଉ କେଉଁଠି ପୁଣି ଅପ୍ରୀତିକର ଘଟଣା ମାନ ଘଟିଥିବାର ଦେଖିବାକୁ ମିଳେ। ସେହିପରି ଆପଣ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ ।କିନ୍ତୁ ସେଥିମଧ୍ୟରୁ କିଛି ଏପରି ଘଟଣା ଘଟିଥାଏ ଯାହା ଅନ୍ୟ ଘଟଣା ଠାରୁ ଅଲଗା ହୋଇଥାଏ।

କାରଣ ଏହା ସାଧାରଣତଃ ଭୟାନକ ବା ଭୟଭୀତ କରିବା ଭଳି ଘଟଣା ହୋଇଥାଏ। କାରଣ ଏଭଳି ଘଟଣା ଯାହା ଅନେକାଂଶରେ ସାମ୍ନାକୁ ଆସିଥାଏ ଏବଂ ଏହା ଏକ ବଡ଼ କାରଣ ହୋଇ ସାମ୍ନାରେ ଉଭା ହୋଇଥାଏ।

ତେବେ ଆଜିର ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟିଥିବାର ଦେଖିବା ପାଇଁ ମିଳିଥାଏ। ତେବେ ଏମିତି ଏକ ରହସ୍ୟମୟ ଘଟଣା ଘଟିଛି। ହଠାତ୍ ଶ୍ରୀ ମନ୍ଦିର ଉପରେ ଅନେକ ସଂଖ୍ୟାରେ ଚିଲ ଉଡ଼ି ବୁଲିବା ର ଦୃଶ୍ୟ ସାମ୍ନାକୁ ଆସିଛି। ଏହା ହେଉଛି ଆଜି ର ଘଟଣା। ଆଜି ୫ ଟା ୨୦ ମିନିଟ୍ ସମୟରେ ଶ୍ରୀ ମନ୍ଦିର ର ନୀଳ ଚକ୍ର ଉପରେ ଦୀର୍ଘ ସମୟ ଧରି ଚିଲ ଉଡ଼ି ବାର ଦୃଶ୍ୟ କ୍ୟାମେରା ରେ କଏଦ ହୋଇଥିଲା।

ତେବେ ଏଭଳି ଏକ ଦୃଶ୍ୟ କୁ ଦେଖି ଅନେକ ଲୋକ ମାନେ ଭିନ୍ନ ଭିନ୍ନ କଥା କହୁଥିଲେ। ତେଣୁ ଅନେକ ଜଗନ୍ନାଥ ପ୍ରେମୀ ଏପରି ଘଟଣା ଘଟିବାର କାରଣ କଣ କହି ଚକିତ ହୋଇଛନ୍ତି। ସାଧାରଣତଃ ଚିଲ କୁ ଏକ ଅପଛାୟା ବା ନକରାତ୍ମକ ଶକ୍ତି ରୂପେ ବିବେଚିତ କରାଯାଏ। ଚିଲ ଉଡ଼ି ବାର ଅର୍ଥ ଅନେକ ନକରାତ୍ମକ ଦିଗ କୁ ବୁଝାଉଛି।

 ଏହି ଘଟଣା କୁ ନେଇ ଅନେକ ନକରାତ୍ମକ ମତ ଦେଇଛନ୍ତି କି, କଣ ଏଭଳି ନକରାତ୍ମକ ଜିନିଷ ମାଡ଼ିଆସୁଛି କି ଏବଂ ଏହାର ପ୍ରଭାବ ଓଡ଼ିଶା ତଥା ଦେଶ ଉପରେ ପଡ଼ିବାକୁ ଯାଉଛି କି? ଅନ୍ୟ ପଟେ ଶ୍ରୀ ମନ୍ଦିର ନୀଳ ଚକ୍ର ଉପରେ ଏଭଳି ଚିଲ ଉଡ଼ିବା ର ଘଟଣା ଆଗରୁ ବହୁତ ବିରଳ ହିଁ ଦେଖା ଦେଇଛି। ତେବେ ଏତେ ସଂଖ୍ୟକ ଚିଲ ନୀଳ ଚକ୍ର ଉପରେ କାହିଁକି ଉଡ଼ି ବୁଲୁଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତେବେ ଦୁଇ ଦିନ ପୂର୍ବରୁ ବାତ୍ୟା ଯିବା ପରେ ପରେ ପୁରୀ ର ଆକାଶ ଲାଲ୍ ରଙ୍ଗ ଧାରଣ କରିଥିଲା। ଅନେକ ଏହାକୁ ଜଗନ୍ନାଥ ଙ୍କ ଲୀଳା କହୁଥିବା ବେଳେ ଅନେକ ଏହାକୁ ପ୍ରକୃତିର ପରିବର୍ତ୍ତନ ବୋଲି କହୁଥିଲେ। ଆକାଶର ରଙ୍ଗ ବଦଳିବା ,ଶ୍ରୀ ମନ୍ଦିର ଉପରେ ଚିଲ ଉଡ଼ିବା କଣ ସଙ୍କେତ ହୋଇପାରେ ଏହା ସ୍ପଷ୍ଟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ବ୍ୟକ୍ତି ବିଶେଷ ମାନଙ୍କର।

ତେବେ ବାସ୍ତବିକ ଏହା ଏକ ସଂଯୋଗ ନା ଏହା ପଛରେ କିଛି ସଙ୍କେତ ରହିଛି ତାହା ମଧ୍ୟ ଜାଣିବାର ଆବଶ୍ୟକତା ରହିଛି। ତେବେ ଏତେ ସଂଖ୍ୟାରେ ଚିଲ ଉଡ଼ିବା ସମସ୍ତଙ୍କୁ ଚିନ୍ତା ରେ ପକାଇଦେଇଛି।