କରୋନାର ନୂଆ ରୂପ ଓମିକ୍ରନ୍ ବଢ଼ାଉଛି ଚିନ୍ତା ! ଦେଶରେ ପୁଣିଥରେ ଲକଡାଉନ ଫେରିବ କି ? ଦେଖନ୍ତୁ ବିଶେଷଜ୍ଞମାନେ କଣ କହୁଛନ୍ତି…

ତେବେ ଆପଣ ମାନେ ତ ଜାଣନ୍ତି ଦୁଇ ବର୍ଷ ହେବ ସାରା ବିଶ୍ୱ ରେ କିପରି କରୋନା ଆତଙ୍କ ଖେଳାଇ ଥିଲା | ଆଉ ବର୍ତ୍ତମାନ ଏବେ ଦୁଇ ମାସ ହେବ ଏହି କରୋନା ସଂକ୍ରମଣ କିଛି ମାତ୍ରା ରେ କମିବାର ଦେଖା ଯାଇଛି | ଏହି କରୋନା ପ୍ରଥମ ଲହରୀ ଓ ଦ୍ୱିତୀୟ ଲହରୀ ପର୍ଯ୍ୟାୟ ରହି ଥିଲା, ଯେଉଁଥିରେ ଲକଡାଉନ ଦ୍ୱାରା ଲୋକ ମାନେ ଅନେକ ଅସୁବିଧା ର ମଧ୍ୟ ସମ୍ମୁଖୀନ ହୋଇଛନ୍ତି |

ପ୍ରଥମ ଲହରୀ ରେ ମୃତ୍ୟୁ ସଂଖ୍ୟା ଏତେ ଟା ନଥିଲା କିନ୍ତୁ ଦ୍ୱିତୀୟ ଲହରୀ ରେ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ମୃତ୍ୟୁ ମଧ୍ୟ ପ୍ରବଳ ମାତ୍ରା ରେ ବଢ଼ି ଚାଲି ଥିଲା ଏବଂ ଆକ୍ସିଜେନ ଅଭାବ ରୁ ମଧ୍ୟ ଅନେକ ଲୋକ ଙ୍କର ପ୍ରାଣ ଚାଲି ଯାଇଛି | ଜୀବନ ରୁ ଆରମ୍ଭ କରି ଶିକ୍ଷା ରେ ମଧ୍ୟ ଦେଶ ବାସୀ ଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଛି |

କିନ୍ତୁ ଏହି କରୋନା ସମୟ ବର୍ତ୍ତମାନ କିଛି ପରିମାଣ ରେ କମିବା ପରେ ଏବେ ପୁଣି ‘ଓମିକ୍ରନ’ ଦେଶ ବାସୀ ଙ୍କ ମନ ରେ ଭୟ ସୃଷ୍ଟି କରିଛି | ତେବେ ପ୍ରଥମେ ଏହି ଓମିକ୍ରନ ସଂକ୍ରମଣ ଦକ୍ଷିଣ ଆଫ୍ରିକା ରେ ଦେଖିବାକୁ ମିଳିଛି, ଆଉ ଚିନ୍ତା ର କାରଣ ହେଉଛି ଯେ ସେହି ଦକ୍ଷିଣ ଆଫ୍ରିକା ରୁ ଅନେକ ଲୋକ ଭାରତ କୁ ଫେରିଛନ୍ତି | ତେବେ ଏହି ନୂଆ ଭାଇରସ ବ୍ୟାପିବାର ସଙ୍କେତ ଦେଇ ସାରିଲାଣି ତେଣୁ ଏହାକୁ ହାଲୁକା ରେ ନେବା ଆଦୌ ଉଚିତ ହେବ ନାହିଁ |

ଏହି ସଂକ୍ରମଣ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କର ଚିନ୍ତା ବଢ଼ି ଯାଇଛି, ଏଣୁ ସଂକ୍ରମଣ କୁ କମାଇବା ପାଇଁ ସରକାର କିଛି ପଦକ୍ଷେପ ନେବା ପାଇଁ ଯୋଜନା କରିଛନ୍ତି |

ଏହି ଭ୍ୟାରିଏଣ୍ଟ ଯଦି ପ୍ରବଳ ମାତ୍ରା ରେ ଓଡ଼ିଶା ରେ ଦେଖା ଦେଲା ତେବେ ରାଜ୍ୟ ରେ ପୁଣି ନୂଆ ବର୍ଷ ରୁ ଲକଡାଉନ ଏବଂ ସଟଡାଉନ ନିୟମ ଜାରି କରାଯାଇ ପାରେ ବୋଲି କହିଛନ୍ତି | ଏହାକୁ ନେଇ ଡାକ୍ତର ଚନ୍ଦ୍ରକାନ୍ତ ଲାହରିଆ କହିଛନ୍ତି କି, ଯେଉଁ ଜନ ସାଧାରଣ ଦ୍ୱିତୀୟ କରୋନା ଟୀକା ନେଇ ସାରିଛନ୍ତି ଏହା ପରେ ସେମାନଙ୍କୁ ତୃତୀୟ ଡୋଜ ଦିଆ ଯିବ |

ଆଉ ଅନ୍ୟ ପକ୍ଷ ରେ ଭାଇରଲୋଜିଷ୍ଟ ଡକ୍ଟର ଦୀପକ ଆଚାର୍ଯ୍ୟ କହିଛନ୍ତି ଯେ, କେବଳ ଟୀକା ନେଲେ କିମ୍ବା ଲକଡାଉନ ସଟଡାଉନ ନିୟମ କଲେ ହେବ ନାହିଁ ବରଂ ଏଥିପାଇଁ ଜନ ସାଧାରଣ ମାନଙ୍କୁ ସାବଧାନ ରହିବାକୁ ପଡ଼ିବ | ଯଦି ଆମେ କୋଭିଡ ସମସ୍ତ ନିୟମ ପାଳିବା ମାସ୍କ ଲଗାଇ ସାମଜିକ ଦୂରତା ରଖିବା ତେବେ ଏହି ସଂକ୍ରମଣ କୁ ଆମେ ହରାଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।