ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବଞ୍ଚିଥିବା ଲୋକଙ୍କୁ ମାରିଦେଲେ…ମୁଁ ମରିନାହିଁ ମୋତେ ପୋଡିଦେଲେ …ଏହି ମାଉସୀ ଙ୍କର ସହିତ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଜାଣିଲେ ଆଖିରେ ଲୁହ ଆସିଯିବ….

ହରିଶ୍ଚନ୍ଦ୍ର ଯୋଜନାରେ ହରି ଲୁଟ୍ । ଟଙ୍କା ପାଇଁ ବଞ୍ଚି ଥିବା ଲୋକଙ୍କୁ କାଗଜ ପତ୍ରରେ ମାରି ହଜାର ହଜାର ଟଙ୍କା ହଡପ୍ । ତେବେ ସେହି ପରି ଗୋଟିଏ ଘଟଣା ଏବେ ସାମ୍ନାକୁ ଆସିଛି । ଘଟଣା ଅନୁସାରେ ବାଲେଶ୍ବର ଜିଲ୍ଲା ଖୁଆଡ ପଞ୍ଚାୟତ ହରିଣାମନ୍ଧ ଗାଁ ର ବିଧବା ମହିଳା କପୁରା ହାଁସଦା । ଆଜି ବି ସେ ଜୀବିତ । RTI ତଥ୍ୟ ବି ସେଇଆ କହୁଛି ହେଲେ ତାଙ୍କ ନାଁ ରେ ତାଙ୍କ ପୁଅ କୁ ହରିଶ୍ଚନ୍ଦ୍ର ଯୋଜନା ରେ 2000 ଟଙ୍କା ଦିଆ ଯାଇଥିବା ଦସ୍ତାବିଜ୍ ରେ ଦର୍ଶା ଯାଇଛି । ଏ କଥା ସେ ଜାଣି ନଥିଲେ କିନ୍ତୁ କାହିଁକି ସେ ବିଧବା ଭତ୍ତା ରୁ ବଞ୍ଚିତ ବୋଲି ତନାଘନା କଲା ପରେ ଜାଣି ବାକୁ ପାଇଲେ ଟଙ୍କା ପାଇଁ ତାଙ୍କୁ ସ୍ବର୍ଗବାସୀ କରା ଯାଇଛି ।

କେବଳ କପୁରା ହାଁସଦା ନୁହଁନ୍ତି RTI ତଥ୍ୟ ଅନୁସାରେ ଖୁଆଡ ପଞ୍ଚାୟତ ରେ ଏଭଳି 13 ଜଣ ମୃତ ଲୋକ ଙ୍କ ନାଁ ରେ 2 ଥର ଶବସତ୍କାର ପାଇଁ 2017 ଏବଂ 2018 ରେ ହରିଶ୍ଚନ୍ଦ୍ର ଯୋଜନା ରେ ଅର୍ଥ ଆତ୍ମସାତ ହୋଇଛି ।

2017 ମସିହା ଡିସେମ୍ବର 20 ତାରିଖ ରେ ସୁମିତ୍ରା ଚାନ୍ଦ, କପୁରା ହାଁସଦା, ଗୁରୂୁବାରୀ ସରେନ ଙ୍କ ପରିବାର କୁ 2000 ଟଙ୍କା ଲେଖାଏଁ ପ୍ରଦାନ କରା ଯାଇ ଥିବା ପଞ୍ଚାୟତର କ୍ୟାସ୍ ଖାତା ରେ ଉଲ୍ଲେଖ ରହିଛି । ଏହାପରେ 2018 ସେପ୍ଟେମ୍ବର 11 ତାରିଖ ରେ ପୁଣି ଥରେ ସେହି ମୃତକ ଙ୍କ ନାଁ ରେ ଟଙ୍କା ଉଠାଣ ହୋଇଛି ।

କେମିତି ମିଳେ ହରିଶ୍ଚନ୍ଦ୍ର ସହାୟତା –

 ତେବେ ହରିଶ୍ଚନ୍ଦ୍ର ଯୋଜନା ରେ ମୃତକ ଙ୍କ ର ଫୋଟ ଏବଂ ତାଙ୍କ ପରିବାର ଲୋକ ଦସ୍ତଖତ ଦେବା ପରେ 2000 ଟଙ୍କା ପ୍ରଦାନ ର ବ୍ୟବସ୍ଥା ରହିଛି । ସ୍ଥାନୀୟ ସରପଞ୍ଚ ଓ ପିଇଓ ଙ୍କ ଯୁଗ୍ମ ଜମା ଖାତାରୁ ଏହି ଟଙ୍କା ଦିଆଯାଏ । ସେହି କ୍ରମ ରେ ଏହି RTI ତଥ୍ୟ ରେ ପଞ୍ଚାୟତ ପିଇଓ ତାରାକାନ୍ତ ସେନାପତି ନିଜେ ଦସ୍ତଖତ ମଧ୍ୟ କରିଛନ୍ତି । ତେଣୁ ଏହା ପଛରେ ସରପଞ୍ଚ ଓ ପିଇଓ ଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେବେ କେବଳ ହରିଶ୍ଚନ୍ଦ୍ର ନୁହେଁ ଖୁଆଡ ପଞ୍ଚାୟତରେ ସରକରାଙ୍କ ବିଭିନ୍ନ ୟୋଜନା ରେ ବ୍ୟତିକ୍ରମ ହୋଇଥିବାର ଅଭିଯୋଗ ହୋଇଛି । ରାସନକାର୍ଡ, ମୋ ଗୁହାଳ, ଆବାସ ଭଳି ୟୋଜନା ବହୁ ଅଯୋଗ୍ୟା ହିତାଧିକାରୀ ହାତେଇ ଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ସଂମ୍ପର୍କିତ RTI ତଥ୍ୟକୁ ପ୍ରେସମିଟ୍ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ।

 

ଦୁର୍ନିତି ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇପାରିନଥିବା ବେଳେ ଜଳେଶ୍ବର ବିଡିଓଙ୍କୁ ପଚାରିବାରୁ ସେ ତଦନ୍ତ କରିବେ ବୋଲି କହିଛନ୍ତି । ସରପଞ୍ଚ ଓ ପିଇଓଙ୍କ ଜାଣତରେ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଉଠିବାରେ ନିୟମ ରହିଛି ତେଣୁ ଏଠାରେ ଘୋଟାଲା ପଛରେ ଏହି ଦୁଇ ଅଧିକାରୀଙ୍କର ସଂପୃକ୍ତି ଥିବା ଜଳଜଳ ହୋଇ ଦେଖାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।