ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ ବୟ ସରକାର ଙ୍କୁ କଡା ଜବାବ ଦେଲେ “ପ୍ରଥମ ଶ୍ରେଣୀରେ ଛାତ୍ର” ସରକାର ଙ୍କର ନାଭିରେ ତେଲ ଦେଇ ସୋଇଛନ୍ତି ଭାଇରାଲ ହେଲା ଭିଡିଓ

ଆପଣ ମାନେ ତ ଜାଣନ୍ତି ଦୁଇ ବର୍ଷ ହେଲାଣି ଆମ ସାରା ବିଶ୍ୱ ରେ କରୋନା ସଂକ୍ରମଣ କିପରି ତାଣ୍ଡବ ରଚିଛି | ଏହି କରୋନା ହେବା ଦ୍ୱାରା ଅନେକ ଲୋକ ଅସୁବିଧା ର ସମ୍ମୁଖୀନ ହେବା ସହିତ ଅନେକ ଦୁଃଖ କଷ୍ଟ ମଧ୍ୟ ପାଇ ସାରିଲେଣି | ତେବେ ଏହି କରୋନା ରେ କେବଳ ଧନ ଜୀବନ ଉପରେ ପ୍ରଭାବ ପଡି ନାହିଁ ବରଂ ପାଠ ପଢା ରେ ମଧ୍ୟ ଅନେକ ପ୍ରଭାବ ପଡିଛି | ସ୍କୁଲ ବନ୍ଦ ଥିବା ସମୟ ରେ ପିଲା ମାନେ ଅନଲାଇନ ଦ୍ୱାରା ପାଠ ପଢି ପରୀକ୍ଷା ଦେଇଛନ୍ତି ଯାହାକୁ ପିଲା ମାନଙ୍କୁ ମଧ୍ୟ କୌଣସି ପ୍ରକାର ର ସୁବିଧା ମିଳି ନାହିଁ |

ତେବେ ବର୍ତ୍ତମାନ କରୋନା ସଂକ୍ରମଣ କିଛି ପରିମାଣ ରେ କମି ଯିବାରୁ କଲେଜ ଏବଂ ହାଇ ସ୍କୁଲ ପିଲା ମାନଙ୍କର ଶିକ୍ଷାନୁଷ୍ଠାନ ଖୋଲି ଯାଇଛି | କିନ୍ତୁ ଏପର୍ଯ୍ୟନ୍ତ କୁନି କୁନି ପିଲା ମାନଙ୍କର ସ୍କୁଲ ଖୋଲି ପାରି ନାହିଁ ଏବଂ ସେମାନେ ଦୁଇ ବର୍ଷ ହେଲାଣି ସ୍କୁଲ ଯାଇ ପାରୁ ନାହାଁନ୍ତି କି ପାଠ ମଧ୍ୟ ପଢି ପାରୁ ନାହାଁନ୍ତି |

ତେବେ ଏହାକୁ ନେଇ ଏକ କୁନି ପିଲା ଏପରି କିଛି କହିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଭାବିବେ ଯେ ଏତେ ଛୋଟ ଛୁଆ ହୋଇ ମଧ୍ୟ ତାର କେତେ ଜ୍ଞାନ ଅଛି ଏବଂ ପାଠ ପଢା ପ୍ରତି କେତେ ଆଗ୍ରହ ଅଛି |

ତେବେ ଏକ କୁନି ଝିଅ ଟି କହିଛି ଯେ, ରାଜ୍ୟ ରେ ତ ସବୁ ଛୁଆ ଙ୍କର ସ୍କୁଲ ଖୋଲିଲାଣି କିନ୍ତୁ ଆମ ରାଜ୍ୟ ରେ ଆମ ସ୍କୁଲ କେବେ ଖୋଲିବ, ଆମ ସରକାର କଣ ଜଡ଼ା ତେଲ ଦେଇ ଶୋଇ ପଡିଛନ୍ତି ତାଙ୍କର କଣ ନିଦ ଭାଙ୍ଗୁ ନାହିଁ |

 ଅନଲାଇନ କ୍ଲାସ କଣ ଗୋଟେ କ୍ଲାସ କି ଆମର ତ ଟାୱାର ପାଉନି, ଆମେ ଗଧ ହେଇ ଯାଉ ସରକାର ଙ୍କର କଣ ଯାଉଛି | ଆମେ କୁଆଡେ ଦେଶ ର ଭବିଷ୍ୟତ, ଆମକୁ ନେଇ ଦେଶ ର ବିକାଶ, ଆମେ ତ ଗାଁ ଗଳି ର ଛୁଆ ଆମକୁ ସେହି କରୋନା କିଛି କାମ ଦେବ ନାହିଁ ଦେଢ଼ ବର୍ଷ ହେଲା ଗୋଟେ ପାଲା ଲଗାଇଛନ୍ତି କରୋନା କରୋନା |

ଆମର ୟୁମ୍ୟୁନିଟି ପାୱାର ବହୁତ ଅଧିକ ଆମକୁ କରୋନା ରୋଗ କାମ ଦେବନି, ସ୍କୁଲ ର ସାର ଆପଣ ଙ୍କୁ ଅନୁରୋଧ ଆପଣ ସରକାର ଙ୍କୁ କହି ଆମ ସ୍କୁଲ ଖୋଲି ଦିଅନ୍ତୁ | ତେବେ ଏଭଳି ଅନୁରୋଧ କରି ଏହି କୁନି ଝିଅ ଟି କହିଛନ୍ତି ଯାହାକୁ ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି | ତେବେ ଏହି କୁନି ଝିଅ ଟିର ଘର ହେଉଛି ଭଦ୍ରକ ଜିଲ୍ଲା ରେ | ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହି କୁନି ଝିଅ ଟିର କଥା କୁ ସମସ୍ତେ ପ୍ରଶଂସା କରିଛନ୍ତି |