ଦେଖନ୍ତୁ Viral ଭିଡିଓ : : ଫାସୀ ଦଉଡି ରେ ଝୁଲୁଛି ମା’ର ମୃତ ଦେହ କିନ୍ତୁ ମାର ଶବକୁ ଜାବୁଡି ଧରିଛି କୁନିପୁଅ..ଆଉ ଯାହା କହୁଛି ଶୁଣିଲେ କାନ୍ଦି ପକାଇବେ..ଦୟାକରି ଦେଖନ୍ତୁ ଏହି ଦୃଶ୍ୟ କୁ

ଆପଣ ଆତ୍ମହତ୍ୟା ର ଅନେକ ଘଟଣା ଦେଖି ଥିବେ ଏବଂ ଜାଣି ଥିବେ ଯେ ଯେତେ ବେଳେ ଗୋଟେ ମଣିଷ ନିଜର ମାନସିକ ଭାରସାମ୍ୟ ହରାଇ ବସେ ସେତେ ବେଳେ ସେ ଆତ୍ମହତ୍ୟା କରି ଥାଏ | କିନ୍ତୁ ଏଭଳି ଆତ୍ମହତ୍ୟା କରିବା ଏକ ମୂର୍ଖାମୀ କାର୍ଯ୍ୟ ଅଟେ କାରଣ ଏହା କେବଳ ନିଜ ଲୋକ ଙ୍କୁ ହିଁ କଷ୍ଟ ଦେଇ ଥାଏ | ତେବେ ଆଜି ଏଭଳି ଏକ ଘଟଣା ସମ୍ପର୍କ ରେ ଜଣାଇବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ପ୍ରକାଶ ମଧ୍ୟ କରିବେ |

ଟଣା ହେଉଛି ମା ର ହାତକୁ କୁନି ପୁଅ ଜାବୁଡ଼ି ଧରିଛି, ସିଏ ଜାଣିନି ଯେ ଜୀବନ ରେ କେବେ ଆଉ ମା ହାତ ରୁ ଗଣ୍ଡାଏ ଖାଇ ପାରିବ ନାହିଁ | ସିଏ ଜାଣିନି ଯେ ଜୀବନ ରେ ଆଉ କେବେ ହେଲେ ମା କୋଳ ରେ ମୁଣ୍ଡ ରଖି ଶୋଇ ପାରିବ ନାହିଁ | ସେ ଜାଣିନି ଯେ ଜୀବନ ରେ ଆଉ କେବେ ମଧ୍ୟ ମା ତାକୁ ଗେଲ କରିବ ନାହିଁ |

ଏକ ରଶିରେ ଝୁଲୁଛି ମା ଆଉ ତା ହାତ କୁ ଧରି ତଳେ କୁନି ପୁଅ ଟି ଖେଳୁଛି | ଜୀବନ କୁ ପାଦ ରେ ଠେଲି ଦେଇ ଆତ୍ମହତ୍ୟା ର ରାସ୍ତା ବାଛି ନେଲା ପରେ ପରିବାର କି ପିଲା ଛୁଆ କେହି ଆଖି ସାମ୍ନା କୁ ଆସନ୍ତି ନାହିଁ, ତେବେ ଏହି ଦୃଶ୍ୟ ଟି ଯେତିକି ହୃଦୟ ବିଦାରକ ତା ଠୁ ଅଧିକ ସମ୍ବେଦନଶୀଳ ମଧ୍ୟ | ଦୃଶ୍ୟ ରେ ଦେଖିବାକୁ ମିଳିଛି ଯେ କୁନି ଛୁଆ ଟି ମା ହାତକୁ ଜାବୁଡ଼ି ଧରି ଖେଳୁଛି ଆଉ ମା ଟି ଜୀବନ କୁ ତୁଚ୍ଛ କରି ଦଉଡି ରେ ଝୁଲି ପଡିଛି |

ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ଦର୍ପଣ ସାଗର ପଡ଼ା ଅଞ୍ଚଳ ରେ ଦେଖିବାକୁ ମିଳିଛି ଏଭଳି ଏକ ଅତ୍ୟନ୍ତ କୋହ ଭରା ଦୃଶ୍ୟ | ରମ୍ଭା ନାମକ ଜଣେ ମହିଳା ୬ ମାସ ହେବ ନିଜ ସାନ ପୁଅ କୁ ଧରି ଏଇ ଅଞ୍ଚଳ ରେ ଏକ ଭଡ଼ା ଘରେ ରହି ଆସୁ ଥିଲେ, କିନ୍ତୁ ଅଚାନକ କଣ ହେଲା କେଜାଣି ଆଜି ହଠାତ ଏହି ଭଡ଼ା ଘରେ ରମ୍ଭା ଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳି ଥିଲା |

ତେବେ ଏହି ଦୃଶ୍ୟ ଟି ଅତ୍ୟନ୍ତ ଦୁଃଖ ଦାୟକ ଥିଲା, କାରଣ ମା ର ମୃତ ଦେହ ଦଉଡି ରେ ଝୁଲୁ ଥିବା ବେଳେ ପୁଅ ଟି ମା ର ହାତ କୁ ଧରି ଖେଳୁ ଥିଲା | ତେବେ ଏହି ଦୃଶ୍ୟ ଟି ସ୍ଥାନୀୟ ଲୋକ ମାନଙ୍କୁ ବହୁତ ବିଚଳିତ କରି ଦେଇଛି, କେତେବେଳେ ଏହି ଘଟଣା ଟି ଘଟିଛି ତାହା ଜଣା ପଡି ନଥିବା ବେଳେ ମୃତ ମା ସହିତ ଶିଶୁ ପୁତ୍ର ଏକାକୀ ରହି ଥିବା କଥା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରି ଦେଇଛି |

ତେବେ ସ୍ଥାନୀୟ ଲୋକ ମାନଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ତେବେ ଏହି ମହିଳା ଜଣଙ୍କର ପରିବାର ଲୋକ ଆସିଲେ ହିଁ ସମସ୍ତ ଘଟଣା ର ତଥ୍ୟ ଜଣା ପଡ଼ିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।