ୱା ! କି ବୁଦ୍ଧି: ଟ୍ରାଫିକ ଜାମରେ ଆମ୍ବୁଲାନ୍ସକୁ ଏମିତି ଉପସ୍ଥିତ ବୁଦ୍ଧି ବ୍ୟବହାର କରି ବାଟ କଢ଼େଇ ନେଲେ

ତେବେ ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଅନେକ ଘଟଣା ବିଷୟ ରେ ଅବଗତ ହୋଇ ପାରି ଥାଉ ଯାହା ଏହା ଦ୍ୱାରା ଆମେ ସତର୍କ ବା ସଚେତନ ମଧ୍ୟ ହୋଇ ପାରୁ | ତେବେ ଆଗ କାଳ ର କଥା ତ ଆପଣ ଜାଣିଛନ୍ତି ଯେ ଆଗ କାଳ ରେ ଗାଡ଼ି ମଟର ଆଦି ଏତେ ନଥିଲା ପ୍ରାୟ ସମସ୍ତେ ଚାଲି କରି ନହେଲେ ସାଇକେଲ ଚଳାଇ ଯିବା ଆସିବା କରୁ ଥିଲେ | କିନ୍ତୁ ଆଜି କାଲି ର ଯୁଗ ରେ ଘରେ ଘରେ ସମସ୍ତ ଙ୍କର ଗାଡ଼ି ମଟର ଆଦି ରହିଛି, ଏମିତି କି ଘରେ ଯେତେ ଜଣ ସଦସ୍ୟ ସେତେ ଜଣଙ୍କର ଗାଡ଼ି ମଟର ରହିଛି |

ତେବେ ଗାଡ଼ି ସହିତ ପୁଣି ପକ୍କା ରାସ୍ତା, ତେବେ ଏଭଳି ସମୟ ରେ ବର୍ତ୍ତମାନ ରାସ୍ତା ଘାଟ ଗାଡ଼ି ମଟର ରେ ଯାମ ରହୁଛି ଯାହା ଦ୍ୱାରା ଲୋକ ମାନେ ଅସୁବିଧା ର ସମ୍ମୁଖୀନ ହୋଇ ଥାଆନ୍ତି |

କିନ୍ତୁ ସବୁଠୁ ବଡ଼ କଥା ହେଉଛି ଅନ୍ୟ ଗାଡ଼ି ଅପେକ୍ଷା ଆମ୍ବୁଲାନ୍ସ ଏଥିରେ ଅନେକ ଅସୁବିଧା ଭୋଗି ଥାଏ, ରୋଗୀ କୁ କିପରି ହସ୍ପିଟାଲ ରେ ପହଞ୍ଚାଇବା ତାହା ଭାବିଲା ବେଳକୁ ଟ୍ରାଫିକ ଯାମ ରେ ପଡି ଯାଇ ଥାଏ | ତେବେ ଏହାକୁ ନେଇ ଆଜି ଏଭଳି ଏକ ଘଟଣା ବିଷୟ ରେ କହିବୁ ଯାହାକୁ ଶୁଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ |

ତେବେ ଏକ ସ୍ଥାନ ରେ ଟ୍ରାଫିକ ଯାମ ଥିବାରୁ ଆମ୍ବୁଲାନ୍ସ ନ ଯାଇ ପାରିବାରୁ ଏକ ବ୍ୟକ୍ତି ଏପରି ବୁଦ୍ଧି ବାହାର କଲେ ଯାହା ଦ୍ୱାରା ଆମ୍ବୁଲାନ୍ସ ଟି ଅତି ସହଜ ରେ ସେଠାରୁ ଯାଇ ପାରି ଥିଲା | ତେବେ ଏହା କେଉଁଠାରେ ଦେଖିବାକୁ ତ ମିଳିଛି ତାହା ସଠିକ ଭାବେ ଜଣା ପଡି ନାହିଁ କିନ୍ତୁ ଘଟଣା ଟିକୁ ଯିଏ ବି ଦେଖିବ ବ୍ୟକ୍ତି ଜଣଙ୍କୁ ସବାସ ନ ଦେଇ ରହି ପାରିବ ନାହିଁ |


ଘଟଣା ଅନୁଯାଇ ଏକ ବାମ ପାର୍ଶ୍ୱ ରୋଡ଼ ରେ ଟ୍ରାଫିକ ଯାମ ହୋଇ ଯାଇ ଥିଲା, ଏପରି ଗାଡ଼ି ଯାମ ହୋଇ ଥିଲା କି ଟିକେ ଯିବା ପାଇଁ ମଧ୍ୟ ବାଟ ନଥିଲା | ତେବେ ସେହି ଟ୍ରାଫିକ ଯାମ ମଧ୍ୟ ରେ ଏକ ଆମ୍ବୁଲାନ୍ସ ମଧ୍ୟ ଫସି ଯାଇ ଥିଲା, ରୋଗୀକୁ ହସ୍ପିଟାଲ ନେଇ କିପରି ଯିବ ତାହା ଏକ ସମସ୍ୟା ପାଲଟି ଯାଇ ଥିଲା |

କାରଣ ରୋଗୀ କୁ ଯଦି ଠିକ ସମୟ ରେ ହସ୍ପିଟାଲ ରେ ନ ପହଞ୍ଚାଇବ ତେବେ ସେ ଆହୁରି ଗୁରୁତର ହୋଇ ପଡ଼ିବ | ତେବେ ସେହି ସମୟ ରେ ଏକ ବ୍ୟକ୍ତି ଏପରି ବୁଦ୍ଧି ଖଟାଇ କାର୍ଯ୍ୟ କରି ଥିଲା ଯାହା ଦ୍ୱାରା ଆମ୍ବୁଲାନ୍ସ ଟି ସେଠାରୁ ଯାଇ ପାରି ଥିଲା |

ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କିପରି ଆମ୍ବୁଲାନ୍ସ ଟିକୁ ବାମ ପାର୍ଶ୍ୱ ରୁ ଡାହାଣ ପାର୍ଶ୍ୱ କୁ ନେବ ସେଥିପାଇଁ ସେ ଏକ ପଥର ଆଣି ରାସ୍ତା ମଝିରେ ଥିବା ଛୋଟ ପାଚେରୀ ପାଖରେ ଥୋଇ ଥିଲା | ଆଉ ଯାହା ଦ୍ୱାରା ଆମ୍ବୁଲାନ୍ସ ଟି ସହଜ ରେ ବାମ ପାର୍ଶ୍ୱ ରୁ ଡାହାଣ ପାର୍ଶ୍ୱ କୁ ଯାଇ ପାରି ଥିଲା ଏବଂ ଟ୍ରାଫିକ ଯାମ ରୁ ବାହାରି ପାରି ହସ୍ପିଟାଲ କୁ ଯାଇ ପାରି ଥିଲା | ତେବେ ଏହି ଦୃଶ୍ୟ କୁ କେହି ଜଣେ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି ଯାହାକି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଏହା ସହିତ ପ୍ରାୟ ଲୋକ ସେହି ବ୍ୟକ୍ତି ଜଣଙ୍କୁ ପ୍ରଶଂସା କରିଛନ୍ତି |