Jyotish Shastra- ୫୦୦ ବର୍ଷ ପରେ ପ୍ରଥମ ଥର କ୍ରୋଧିତ ଅଛନ୍ତି ଶନିଦେବ,ଆଜି ଠାରୁ ସାବଧାନ ରୁହନ୍ତୁ ଏହି ୧ ରାଶିର ଲୋକ

ଯେତେବେଳେ କୌମସି ଗ୍ରହର ଦଶଦିଶାରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ । କିନ୍ତୁ ଆମେ ଏହାକୁ ବୁଝି ପାରିନଥାଉ ଯାହାଫଲରେ ଆମ ସହିତ ଅନେକ ଘଟଣା ଘଟି ଯାଇଥାଏ । କିନ୍ତୁ ପ୍ରତ୍ୟେକ ଗ୍ରହର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ତେବେ ଆଜି ଆମେ ଶନି ଗ୍ରହ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ସମୟ ବହୁତ ଅଧିକ ଭଲ ହେବାକୁ ଲାଗିଥାଏ ।

ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ ତାହାଠାରୁ ଅଧିକ ସେ ଲୋକ ମାନଙ୍କୁ ଖୁସି ଦେଇଥାନ୍ତି । ଶନିଦେବ କାହାର ଶତୃ ନୁହଁନ୍ତି ବରଂ ସେ ସମସ୍ତଙ୍କର ମିତ୍ର ଅଟନ୍ତି ।

ସେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି ଯିଏକି ପ୍ରତ୍ୟେକ ପ୍ରାଣୀ ସହିତ ସବୁବେଳେ ନ୍ୟାୟ କରିଥାନ୍ତି ଏବଂ ଯିଏ ଅନ୍ୟାୟ ପଥରେ ଥାଏ ତାଙ୍କୁ ଭଗବାନ ଶନିଦେବଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ ଏବଂ ଯାହାକୁ ଆମେ ଶନି ଦଶ ପଡିଛି ବୋଲି କହିଥାଉ । ତେବେ ଆମର ଜ୍ୟାତିଷ ଶାସ୍ତ୍ର ଅନୁସାରେ ଆଜି ଠାରୁ ଦୁଇଟି ରାଶିର ବ୍ୟକ୍ତି ଙ୍କର ଗ୍ରହ ଓ ନକ୍ଷେତ୍ର ରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

ଜ୍ୟାତିଷ ଶାସ୍ତ୍ର ଅନୁସାରେ ଆଜି ଠାରୁ ମେଷ ଏବଂ ମୀନ ରାଶିର ବ୍ୟକ୍ତି ଙ୍କର ଗ୍ରହ ନକ୍ଷେତ୍ର ଚଳନରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ।ଯାହାର ପ୍ରଭାବରେ ଏହି ରାଶିର ବ୍ୟକ୍ତି ଙ୍କ ଉପରେ ଖରାପ ପ୍ରଭାବ ପକେଇବ। ତେବେ ଶାସ୍ତ୍ର ଅନୁସାରେ ,

1.ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଆଜି ଠାରୁ ଅଧିକ କାମ ଚାପରେ ରହିବେ । ଫଳରେ ଏମାନେ ମାନସିକ ସ୍ତରରେ ଟିକିଏ ଦୁର୍ବଳ ଏବଂ ଚିନ୍ତାରେ ରହିବେ ।ଏମାନଙ୍କୁ କଠିନ ପରିଶ୍ରମ କରିବାକୁ ହେବ। ବିନା ପରିଶ୍ରମରେ ଭାଗ୍ୟ ଉପରେ ନିର୍ଭର କରି ବସି ରହିଲେ କିଛିବି ଫଳ ମିଳିବ ନାହିଁ ।

2.ଏହି ରାଶିର ବ୍ୟକ୍ତିମାନେ ରାସ୍ତାରେ ଯିବା ଆସିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।କାରଣ ଆପଣଙ୍କ ଗ୍ରହରେ ଶନିଦେବ ପ୍ରବେଶ କରିଥିବାରୁ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ତେଣୁ କୌଣସି କାର୍ଯ୍ୟ କରିବା ସମୟରେ ସତର୍କ ରୁହନ୍ତୁ।

3.ଏହି ଦୁଇ ରାଶିର ବ୍ୟକ୍ତିମାନେ କାହା ଠାରୁ ଧାର କରଜ ଆଣନ୍ତୁ ନାହିଁ କିମ୍ବା କାହାକୁ ଟଙ୍କା ପଇସା ଧାର ଦିଅନ୍ତୁ ନାହିଁ ।ଏହା ଆପଣଙ୍କ ପାଇଁ କ୍ଷତିକାରକ ହେବାର ସମ୍ଭାବନା ରହିଛି। ତେଣୁ ଟଙ୍କା ପଇସା କାର୍ଯ୍ୟ କରିବା ପରେ ସତର୍କ ରୁହନ୍ତୁ।

ଜ୍ୟାତିଷ ଶାସ୍ତ୍ରରେ ଏହି ରାଶିର ସମସ୍ୟାର ସମାଧାନ ବିଷୟରେ ମଧ୍ୟ କୁହାଯାଇଛି । ଆପଣ ଶନିବାର ଦିନ ଶନି ଚାଲିସା ଜପ କରନ୍ତୁ । ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଜଳ ରଖନ୍ତୁ ଏବଂ ସେହି ଜଳକୁ କୌଣସି ଗଛରେ ଅର୍ପଣ କରନ୍ତୁ । ସୁନ୍ଦରକାଣ୍ଡ ଓ ହନୁମାନ ଚାଳିଶା ପାଠ କରନ୍ତୁ । ଶନିବାର ଦିନ କଳା କୁକୁର ଅଥବା ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ । କୌଣସି ପର ସ୍ତ୍ରୀ ସହିତ ସମ୍ପର୍କ ରଖନ୍ତୁ ନାହିଁ ।