ଦେଖନ୍ତୁ ଭିଡ଼ିଓ : ମା’ର ଶବ ଉପରେ ହାତ ପକାଇ ବସିଛି 4 ବର୍ଷର କୁନି ଝିଅ , ମୋ ମା’କୁ ମଶାଣି ନିଅନି..ମୁଁ ତୁମକୁ ହାତ ଯୋଡୁଛି…

ଝିଅର ଆକୁଳ ଚିତ୍କାର ଶୁଣି ମଧ୍ୟ ଉଠୁନି ମାଆ।ମାଆ ଲୋ…ଏ ମାଆ…ମାଆ ଉଠେ…ତୁ ଉଠୁନୁ କାହିଁକି…ମୋତେ ପରା ଭୋକ ଲାଗିଲାଣି…ଉଠିଯା ମାଆ… ଏମିତି କହି କାନ୍ଦି ଚାଲିଥିଲା 4 ବର୍ଷ ର ଶିଶୁ କନ୍ୟା । ହେଲେ ମାଆ କଣ ଉଠୁଛି ନା ଶୁଣି ପାରୁଛି ଛୁଆର ଆକୁଳ କାନ୍ଦ।ମାଆ ସିନା ଉଠୁ ନ ଥିଲା ହେଲେ ଶିଶୁ ଟି ଛାଡି ନ ଥିଲା ମାଆ ର ହାତ । ତେବେ ଘଟଣାଟି ହେଉଛି ଗୋଟେ କୁନି ଝିଅ ତା ମାଆର ଶବକୁ ମଶାଣି ଛାଡୁ ନାହିଁ । ତେବେ ଚାଲନ୍ତୁ ଜାଣିନେବା ସଂମ୍ପୂର୍ଣ୍ଣ ଘଟଣା ବିଷୟରେ,

ଏଭଳି ଏକ କରୁଣ ଏବଂ ହୃଦୟ ବିଦାରକ ଘଟଣା ଦେଖିବା ପାଇଁ ମିଳିଛି ନବରଙ୍ଗପୁର ଜିଲ୍ଲା ପ୍ରତାପ ସାଗରପୁର ରୁ । ସୂଚନା ଅନୁସାରେ, ପ୍ରତାପ ସାଗରପୁର ଗାଁ ର ନୀଳା ଜାନୀ ଙ୍କ ସ୍ବାମୀ ଚକା ଜାନୀଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ମହିଳା ଜଣଙ୍କ ନିଜର ସ୍ବାମୀ ଙ୍କ ର ମୃତ୍ୟୁ ପରେ ନିଜର 4 ବର୍ଷ ର ଝିଅ ଦୁର୍ଗାକୁ ଧରି ଦୁଃଖକଷ୍ଟ ରେ ଜୀବନ କଟାଉଥିଲେ , ସେମାନେ ବହୁତ ଗରିବ ଘରର ଲୋକ ଅଟନ୍ତି । ମହିଳା ଜଣଙ୍କ ପର ଘରେ କାମ କରି ସେଥିରୁ ଯାହା ରୋଜଗାର କରନ୍ତି ମାଁ ଛୁଆ ଦୁହେଁ ଚଳି ଯାଆନ୍ତି ।

ତେବେ ସେ ସକାଳେ ଲୁଗା ସଫା କରିବା ପାଇଁ ପୋଖରୀ କୂଳକୁ ଯାଇଥିଲେ । ଆଉ ସେହି ପୋଖରୀ କୂଳରେ ଫିଡ୍ସ ବାହାରିବାରୁ ସେ ତଳେ ପଡି ଯାଇ ଥିଲେ , ଯାହା ଫଳରେ ମହିଳା ଜଣ ଙ୍କ ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା । କିନ୍ତୁ ମହିଳାଙ୍କୁ ପୂର୍ବରୁ ଫିଡ୍ସ ରୋଗ ରହିଥିଲା ବୋଲି ଜଣା ପଡିଛି । ତେବେ କୁନି ଝିଅର ନିଜର ବାପା ଓ ମାଁର ମୃତ୍ୟୁ ପରେ ପୁରା ଏକୁଟିଆ ହୋଇଯାଇଛି । ସେହି ଗାଁର ଲୋକ ମାନେ କୁନି ଝିଅର ଅବସ୍ଥା ଦେଖି ବହୁତ ଦୁଃଖରେ ଭାଙ୍ଗି ପଡିଥିଲେ ।

ତେଣୁ ସେଥି ପାଇଁ ଗାଁ ଲୋକ ମାନେ ସେହି କୁନି ଝିଅ ଦୁର୍ଗା କୁ ସାହାରା ଦେବା ପାଇଁ ଏକାଠି ହୋଇ ଯାଇ ଥିଲେ । ସେମାନେ ଛୁଆ ର ଉଜ୍ଜଳ ଭବିଷ୍ୟତ ପାଇଁ ଜିଲ୍ଲା ପ୍ରଶାସନ ନିକଟ ରେ ଦାବି କରିଛନ୍ତି । ଆଉ ଏହି ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଇଲ୍ଡ ଲାଇନର ଟିମ୍ ସେହି ଛୋଟ ଝିଅର ଘରକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି ଏବଂ ପିଲା କୁ ଶିଘ୍ର ନେବା ପାଇଁ ବ୍ୟବସ୍ଥା କରୁଛନ୍ତି । ତେବେ ପିଲାଟିର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକ ଙ୍କ ହୃଦୟ ରେ ଶୋକର ବାତାବରଣ ଖେଳି ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।