ଦେଖନ୍ତୁ ଭିଡ଼ିଓ – ବାହାବେଦୀ ରୁ ମଶାଣି ଗଲେ ନବବଧୁ !! ବାହାଘର ଠିକ ପରେ ହଠାତ ଚାଲିଗଲା ଯୁବତୀଙ୍କ ଜୀବନ, ମୃତ୍ୟୁର କାରଣ ଜାଣିଲେ ଗୋଡ ତଳୁ ମାଟି ଖସି ଯିବ…..

“ମହାଶୟ / ମହାଶୟ , ଆସନ୍ତା ମାଘ ଶୁକ୍ଳ ପକ୍ଷ ଷଷ୍ଠୀ ତା . ୦୪.୦୩.୨୦୨୧ ଗୁରୁବାର ଦିନ ଆମ୍ଭର ଏକମାତ୍ର କନ୍ୟା ଆୟୁଷ୍ମତି ଗୁପ୍ତେଶ୍ୱରି ( ରୋଜି ) ଙ୍କ ଶୁଭ ବିବାହ ଆୟୁଷ୍ମାନ ବିଶିକେଶନ ତେନ୍ତୁଳି ଗାଁ ନିବାସୀ ରାଧେଶ୍ୟାମ ପ୍ରଧାନ ଙ୍କ ପୁତ୍ର ଙ୍କ ସହିତ ଆମ ବାସ ଭବନ ଠାରେ ଅନୁଷ୍ଠିତ ହେବ । ଏଣୁ ନିମନ୍ତ୍ରଣ ରହିଲା ଆପଣଙ୍କ ଉପସ୍ଥିତି ଏକାନ୍ତ କାମ୍ୟ । ” ଏହା ଥିଲା ରୋଜି ଙ୍କ ବାହାଘର ର ନିମନ୍ତ୍ରଣ ପତ୍ର । ରୋଜି ଅର୍ଥାତ୍ ଗୁପ୍ତେଶ୍ୱରି ।

ପାଦ ରେ ପିନ୍ଧିଛି ନାଲି ଅଳତା ଓ ପିନ୍ଧିଛି ନାଲି ସମ୍ବଲପୁରୀ ପାଟ । ବାହାଘର ସରିଛି , ହାତ ଗଣ୍ଠି ପଡିଛି , ସିନ୍ଥି ରେ ପିନ୍ଧିଛି ଷୌଭାଗ୍ୟ ବତି ର ସିନ୍ଦୂର , ହାତ ରେ ପିନ୍ଧିଛି ଆହ୍ୟ ସୁଲକ୍ଷଣୀ ର ଶଙ୍ଖା । ବଡ଼ ଧୁମ୍ ଧାମରେ ସରିଛି ରୋଜି ର ବାହାଘର। ଏଇଠୁ ବାପା ଘର ଛାଡ଼ି ଶାଶୁଘର ଯାଇ ଥାଆନ୍ତା ରୋଜି । ଆଉ କୁଆଁରୀ ବୋହୂ ର ବହୁ ପରୀକ୍ଷିତ ରାତି ବାସ ର ରାତି ରେ ଭେଟି ଥାଆନ୍ତା ସ୍ବାମୀ ଙ୍କୁ । ହେଲେ ରୋଜି ପାଇଁ ବାସ ର ଶେଯ ସଜ ହୋଇ ପାରିଲା ନାହିଁ ସଜ ହେଲା କୋକେଇ ଆଉ ଏବେ ସିଏ ଯିବ ମଶାଣି । ଦର୍ଶକ ବନ୍ଧୁ ଏମିତି ହେବ ନାହିଁ ବୋଲି କେହି ଭାବି ନଥିଲେ ହେଲେ ଏମିତି ହେଲା କିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଯୁଲୁଣ୍ଡା ଗ୍ରାମ ର ଝିଅ ରୋଜି ।

ଗଲା ରାତି ରେ ଭାରି ଧୁମ୍ ଧାମରେ ବାହାଘର ହୋଇଥିଲା ତେନ୍ତୁଳି ଗାଁ ନିବାସୀ ରାଧେଶ୍ୟାମ ପ୍ରଧାନ ଙ୍କ ପୁତ୍ର ବିଶିକେସନ ଙ୍କ ସହିତ । ବାଜା ବାଣ ରୋଷଣୀ ରେ ବିବାହ ସରିଥିଲା । ଯଥା ରୀତି ନୀତି ଅନୁସାରେ ବିବାହ ଅନୁଷ୍ଠିତ ହୋଇଥିଲା । ହେଲେ ନବ ବୋହୂ ଶାଶୁଘର ଯିବା ପୂର୍ବରୁ ରୋଜି ଚାଲିଗଲା ମଶାଣି ଭୁଇଁ କୁ । ବର କନିଆଁ ବିଦା ହେବା ସମୟ ରେ ରୋଜି ବାପା ମା ଓ ବନ୍ଧୁ ପରିଜନ ଙ୍କୁ ଧରି କଇଁ କଇଁ ହୋଇ କାନ୍ଦୁଥିଲା । ଆଉ ଅଚେତ୍ ହୋଇ ପଡ଼ୁଥିଲା ମଧ୍ୟ।ହେଲେ ଚେତା ଏମିତି ହଜିଗଲା ଯେ ଆଉ ଫେରିଲା ନାହିଁ । ରୋଜି ସବୁଦିନ ପାଇଁ ଆଖି ବୁଜି ଦେଲା।

ବାହାଘର ପରେ ରୋଜି ପାଲିଙ୍କି ଚଢ଼ି ଶାଶୁଘର ଯିବା କଥା ହେଲେ ଗଲା କୋକେଈ ରେ ମଶାଣି ଭୁଇଁ କୁ । ରୋଜି ଅଚେତ୍ ହୋଇ ଯାଉଥିବାରୁ ତାକୁ ପରିବାର ଲୋକ ମାନେ ଡୁଙ୍ଗୁରିପାଲି ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ଧଳା ଲୁଗା ଘୋଡେ଼ଇ ଦେଲେ। ନାଲି ଶାଢ଼ୀ ପିନ୍ଧି ଥିବା ରୋଜି ଧଳା ଲୁଗା ଘୋଡେ଼ଇ ହେଲା । ତାହା ପୁଣି ସଧବା ବେଶରେ । ଆଉ ସବୁଦିନ ପାଇଁ ସମସ୍ତ ଙ୍କୁ ଛାଡି ଦେଇ ଚାଲିଗଲେ ରୋଜି।

ଝିଅ କୁ ସଜେଇ ଶାଶୁଘର ବିଦା କରିବା ବଦଳରେ କୋଳେଇ କୁ ବିଦା କଲେ ବାପା ମା ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।