ସାରା ରାତି ବାହାରେ ବସିଛି କନିଆଁ । ଏକା ଜିଦ ଶ୍ବଶୁର ଘର ଲୋକେ ଭିତରକୁ ନେବେ । କିନ୍ତୁ ନାଁ ଖୋଲୁଛି ଗେଟ । ନାଁ ବୋହୂକୁ ଭିତରକୁ ନେଉଛନ୍ତି ଶାଶୁଘର ଲୋକେ

ସାରା ରାତି କନିଆଁ ଏକୁଟିଆ ବସି ରହିଛି, ଏକା ଜିଦ ଶଶୁର ଘର ଲୋକେ ଭିତରକୁ ନେବେ | କିନ୍ତୁ ନା ଖୋଲୁଛି ଗେଟ ନା ବୋହୂ କୁ ଭିତରକୁ ନେଉଛନ୍ତି ଶାଶୁ ଘର ଲୋକ | ବାହା ହେବି ତ ଉଠିବି କିନ୍ତୁ ଆସୁନି ଡାକ୍ତର ବର, ବଧୂ ବେଶ ହୋଇ ସାରା ଦିନ ସାରା ରାତି ବର ଘର ଆଗରେ ଧାରଣା ରେ ବସି ରହିଛନ୍ତି ଏହି କନ୍ୟା | ବିବାହ ର ପ୍ରତିଶୃତି ଦେଇ ପ୍ରତାରଣା ର ଅଭିଯୋଗ ରେ ସାରା ରାତି ଧାରଣା ରେ ବସି ଥିବା ଭଳି ଏକ ହାଇଡ୍ରାମା ଦେଖିବାକୁ ମିଳିଛି ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳ ରେ |

ବଧୂ ବେଶ ରେ ସଜ ହୋଇ ଗତ କାଲି ଠାରୁ ଧାରଣା ଯୁବତୀ ଜଣଙ୍କ ବସି ରହି ଥିଲେ ଆଉ ଆଜି ସକାଳେ ବି ସେ ଏପର୍ଯ୍ୟନ୍ତ ଶଶୁର ଘର ସାମ୍ନା ରେ ବସି ରହିଛନ୍ତି, ମୁହଁରେ କେବଳ ଗୋଟିଏ କଥା ମୁଁ ଶାଶୁ ଘରକୁ ଯିବି |

ଯୁବତୀ ଙ୍କ ଅଭିଯୋଗଅନୁଯାଇ, ସ୍ଥାନୀୟ ଅଞ୍ଚଳ ର ଡାକ୍ତର ସୁମିତ ସାହୁ ଙ୍କ ସହ ତାଙ୍କର ଗତ କାଲି ବାହାଘର ଥିଲା, ପୂର୍ବରୁ ଉଭୟ ଙ୍କର କୋର୍ଟ ମ୍ୟାରେଜ ସରି ଯାଇ ଥିବା ବେଳେ ଗତ କାଲି ବୈଦିକ ରୀତିନୀତି ରେ ବିବାହ ହୋଇ ଥାଆନ୍ତା |

 ଏହାକୁ ନେଇ ଝିଅ ଘରେ ସମସ୍ତ ପ୍ରସ୍ତୁତି ସରି ଯିବା ବେଳେ ବର କିନ୍ତୁ ପହଞ୍ଚି ନଥିଲେ | ଯୁବତୀ ଜଣଙ୍କ ସୋମବାର ସାରା ଦିନ ଧାରଣା ରେ ବସିବା ପରେ ସାରା ରାତି ମଧ୍ୟ ସୁମିତ ଙ୍କ ଘର ଆଗରେ ଧାରଣା ରେ ବସି ଥିଲେ | ଏପରିକି ବର୍ତ୍ତମାନ ମଧ୍ୟ ସେ ସେହି ଠାରେ ବସି ରହିଛନ୍ତି ଏବଂ ତାଙ୍କୁ ଘର ଭିତରକୁ ନେଇ ଯିବା ପାଇଁ ଦାବି କରିଛନ୍ତି |

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ରେ ବର ଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରୁ ନାହିଁ | କିନ୍ତୁ ଏପଟେ ମିଡ଼ିଆ ସାମ୍ନା ରେ ସ୍ତ୍ରୀ କହିଛନ୍ତି ଯେ ମୋ ସ୍ୱାମୀ ବହୁତ ଭଲ କିନ୍ତୁ ତାଙ୍କ ପରିବାର ତାଙ୍କୁ ମୋ ଠୁ ଦୂରେଇ ଦେଇଛନ୍ତି |

ଆଉ ମଧ୍ୟ କହି ଥିଲେ ଯେ ମୋ ଶଶୁର ଘର ଲୋକ ମୋ ସହିତ ବହୁତ ଅତ୍ୟାଚାର କରିଛନ୍ତି ଆଉ ମୋ ସ୍ୱାମୀ କୁ ମୋ ବିରୁଦ୍ଧରେ ନେଇ ଆସିଛନ୍ତି | ତେବେ ଯେ ପର୍ଯ୍ୟନ୍ତ ଗେଟ ଖୋଲା ଯିବନି ସେ ସେହି ପର୍ଯ୍ୟନ୍ତ ସେଠାରେ ଧାରଣା ବସି ରହିବେ ବୋଲି ମଧ୍ୟ କହିଛନ୍ତି ଏହା ସହିତ ତାଙ୍କ ସୁରକ୍ଷା ପାଇଁ ମଧ୍ୟ ମହିଳା ପୋଲିସ ତାଙ୍କ ନିକଟରେ ଅଛନ୍ତି ବୋଲି ଦେଖିବାକୁ ମିଳିଛି | ତେବେ ଆପଣ ହିଁ କୁହନ୍ତୁ ଏକ ମହିଳା ଉପରେ ଏଭଳି କାର୍ଯ୍ୟ କରିବା କେତେ ଦୂର ଠିକ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।