Astro Predict – କେଉଁ ସମୟରେ ପ୍ରଥମ ଋତୁସ୍ରାବ ହେଲେ ବିଧବା ଓ ସନ୍ତାନ ହୀନ ଯୋଗ ହୁଏ

ସମାଜରେ ହିନ୍ଦୁ ମାନଙ୍କ ପାଇଁ ଗୋଟିଏ ଶାସ୍ତ୍ର ରହିଛି। ଯେ କୌଣସି କାମ କରିବା ପାଇଁ ହେଲେ ତାର ଉପଯୁକ୍ତ ସମୟ ରହିଥାଏ। ଯାହା ଦ୍ଵାରା କାର୍ଯ୍ୟ ର ଶୁଭ ଫଳ ମିଳିଥାଏ। ନଚେତ୍ ଏହାର ଏକ ଭୟାନକ ପରିଣାମ ମିଳିଥାଏ। ଶାସ୍ତ୍ର ଅନୁସାରେ , କନ୍ୟା ମାନେ ବିଭିନ୍ନ ବୟସରେ ବିଭିନ୍ନ ଅବସ୍ଥା ଦେଇ ଗତି କରିଥାନ୍ତି। ତେବେ କନ୍ୟା ମାନେ ୮ ବର୍ଷ ବୟସ ଯାଏ ଗୌରୀ ଅବସ୍ଥା ଦେଇ ଗତି କରିଥାନ୍ତି। ସେହିପରି ୯ ବର୍ଷ ବୟସ ଯାଏ ରୋହିଣୀ ଅବସ୍ଥା ଦେଇ, ୧୦ ବର୍ଷ ବୟସ ଯାଏ ବାଳା ଅବସ୍ଥା ଦେଇ ଗତି କରିଥାନ୍ତି।

ତେବେ ସେହିପରି ଝିଅ ମାନଙ୍କ ଋତୁ ସ୍ରାବ ପାଇଁ ଏକ ଶୁଭ ସମୟ କେଉଁଟି ହୋଇଥାଏ , କେଉଁ ସମୟରେ ଋତୁ ସ୍ରାବ ହେଲେ ଝିଅ ମାନଙ୍କୁ ଶୁଭ ଫଳ ମିଳିଥାଏ, ଓ କେଉଁ ସମୟରେ ହେଲେ କୁ ଫଳ ମିଳିଥାଏ ତାହା ବର୍ତ୍ତମାନ ଜାଣିବା।

ସୂଚନା ଅନୁସାରେ, ଚିନ୍ତାମଣି ଗ୍ରନ୍ଥ ରେ ଲେଖାଅଛି କି କେଉଁ ସମୟରେ କନ୍ୟା ମାନେ ରଜସ୍ୱଳା ଅବସ୍ଥା କୁ ପ୍ରାପ୍ତ କଲେ କନ୍ୟା ମାନଙ୍କୁ ଶୁଭ ଫଳ ମିଳିଥାଏ। ଏହି ଶାସ୍ତ୍ର ଅନୁସାରେ ମାଘ, ମାର୍ଗଶୀର, ଆଶ୍ୱିନ, ବୈଶାଖ, ଫାଲଗୁନ, ଜ୍ୟେଷ୍ଠ ଏବଂ ଶ୍ରାବଣ ମାସ ମାନଙ୍କର ଶୁକ୍ଳ ପକ୍ଷରେ ଶୁଭ ଗ୍ରହ ମାନଙ୍କ ଉପସ୍ଥିତ ଥିବା ଦିନ ମାନଙ୍କରେ ପ୍ରଥମ ରଜସ୍ୱଳା ହେଲେ ନାରୀ ମାନଙ୍କୁ ଶୁଭ ଫଳ ପ୍ରଦାୟକ ହୋଇଥାଏ। ଆପଣଙ୍କ ଦିନଟି ଖୁସିରେ କଟିଥାଏ।

ଏତଦ୍ ବ୍ୟତୀତ ନୂତନ ଶ୍ୱେତ ବସ୍ତ୍ର ପରିଧାନ କରିଥିବା ସମୟରେ ଋତୁ ସ୍ରାବ ହେଲେ ଆପଣଙ୍କୁ ଶୁଭ ଫଳ ମିଳିଥାଏ। ବିଛଣାରେ ଶୋଇଥିବା ସମୟରେ ବା ବସିଥିବା ବେଳେ ମଧ୍ୟ ଋତୁ ସ୍ରାବ ହେଲେ ଆପଣଙ୍କୁ ଶୁଭ ଫଳ ମିଳିଥାଏ।

ପ୍ରଭାତ ସମୟରେ ବା ସନ୍ଧ୍ୟା ସମୟରେ ଯଦି ରଜ ଦର୍ଶନ ହୋଇଥାଏ, ତେବେ ମଧ୍ୟ ଶୁଭ ଫଳ ମିଳିଥାଏ। ଏହା ବ୍ୟତୀତ ଯଦି ଗୋଚର ରେ ଶ୍ରବଣା, ଧନୀଷ୍ଠା, ସତ ବିସା, ଚିତ୍ରା, ଅନୁରାଧା, ମୃଗ ଶିରା, ରେବତୀ, ଅଶ୍ୱିନୀ, ପୁଷ୍ୟା, ହସ୍ତା, ରୋହିଣୀ, ଉତ୍ତରା ଫାଲ୍ଗୁନୀ, ଉତ୍ତରାଷାଢ଼ା, ଉତ୍ତରା ଭାଦ୍ରବତା, ସ୍ୱାତୀ ଆଦି ନକ୍ଷତ୍ର ସଞ୍ଚାର ହେଉଥିବା ସମୟରେ ନାରୀ ମାନେ ଯଦି ପ୍ରଥମ ରଜ ଦର୍ଶନ କରିଥାନ୍ତି ତେବେ ସେମାନଙ୍କୁ ଶୁଭ ଫଳ ମିଳିଥାଏ। ଏହା ଦ୍ଵାରା କନ୍ଯା ମାନଙ୍କ ଭବିଷ୍ୟତ ଉପରେ ଏହା ଖୁବ୍ ଅଧିକ ପ୍ରଭାବ ପକାଇଥାଏ।

କନ୍ୟା ମାନେ ଭବିଷ୍ୟତରେ ବିବାହ କରି ସାରିବା ପରେ ସନ୍ତାନ ଦୁଃଖ, ସ୍ୱାମୀ ଦୁଃଖ, ଶାଶୁ ଘର ଦୁଃଖ ଇତ୍ଯାଦି ଭୋଗ କରିଥାନ୍ତି। ପ୍ରାୟତଃ ଅଧିକାଂଶ ନାରୀ ବନ୍ଧ୍ୟା ଦୋଷ ର ଦୁଃଖ ଭୋଗ କରିଥାନ୍ତି। କିଛି କନ୍ୟା ଙ୍କର ବିବାହ ପରେ ସ୍ୱାମୀ ମୃତ୍ୟୁ ଯୋଗ ରହିଥାଏ। ତେଣୁ ଏହି ସବୁ ବିଷୟରେ ଜାଣି ସଚେତନ ହୋଇ ବିଭିନ୍ନ ଶୁଦ୍ଧି କରିବାକୁ ପଡ଼ିଥାଏ । ଯାହା ଦ୍ଵାରା ଏହି ସବୁ ଦୋଷ ରୁ ମୁକ୍ତି ମିଳିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।