ଟ୍ରାଫିକ ପୋଲିସଙ୍କ ମାନବିକତା ପଦର୍ଶନ , ଚେତାଶୂନ୍ୟ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ସୁସ୍ଥ କରି ଘରକୁ ଫେରାଇଲେ…..ଏହି ଟ୍ରାଫିକ ପୋଲିସ ଭାଈ ଙ୍କ ପାଇଁ ଗୋଟିଏ ଲାଇକ୍ ନିଶ୍ଚିତ…

ଆଜି କାଲି ର ଦୁନିଆଁ ରେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ କାରଣ ଏହା ଦ୍ୱାରା ଦୁନିଆଁ ରେ ଘଟୁ ଥିବା ପ୍ରତେକ ଖବର ବିଷୟ ରେ ଆମେ ଜାଣି ପାରି | ତେବେ ଏହି ସୋସିଆଲ ମିଡ଼ିଆ ରେ ବେଳେ ବେଳେ ଏପରି କିଛି ଖବର ଦେଖିବାକୁ ମିଳେ ଯାହା ମନ ରେ ବହୁତ ସନ୍ତୋଷ ପ୍ରକାଶ ପାଇ ଥାଏ | ଆମ ସମାଜ ରେ କିଛି ଏଭଳି ଲୋକ ଅଛନ୍ତି ଯେଉଁ ମାନେ ଅନ୍ୟ ର କଷ୍ଟ ଦେଖି ପାରନ୍ତି ନାହିଁ ଏବଂ ନିଜ କଥା ନ ଭାବି ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସି ଥାଆନ୍ତି | ବିନା ସ୍ୱାର୍ଥ ରେ ସେମାନଙ୍କର ସାହାଯ୍ୟ ମଧ୍ୟ କରି ଥାଆନ୍ତି, ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଆସନ୍ତୁ ଘଟଣା ସମ୍ପର୍କ ରେ ନଜର ପକାଇବା |

ଟ୍ରାଫିକ କନେଷ୍ଟବଳ ଙ୍କ ମହାନତା, ଚେତା ଶୂନ୍ୟ ଅବସ୍ଥା ରେ ମହିଳା ଙ୍କୁ ଉଦ୍ଧାର କରି ସୁସ୍ଥ କରି କର୍ତ୍ତବ୍ୟ ରତ କନେଷ୍ଟବଳ ଘରକୁ ଫେରାଇଲେ | ରାସ୍ତା ରେ ଯାଉ ଯାଉ ଜଣେ ମହିଳା ହଠାତ ଚେତା ଶୂନ୍ୟ ହୋଇ ପଡି ଯାଇ ଥିଲେ |

ସେଠାରେ ଜଣେ ଟ୍ରାଫିକ କନେଷ୍ଟବଳ କାର୍ଯ୍ୟରତ ଥିବା ସମୟ ରେ ମହିଳା ଙ୍କ ଚେତା ଫେରାଇବ ପାଇଁ ଚେଷ୍ଟା କରି ଥିଲେ | ମହିଳା ଜଣଙ୍କର ଚେତା ଆସିବା ପରେ ଅର୍ଥାତ ସୁସ୍ଥ ହେବା ପରେ କନେଷ୍ଟବଳ ଜଣଙ୍କ ତାଙ୍କୁ ଏକ ବସ ରେ ଘରକୁ ପଠାଇ ଥିଲେ |


ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ର ବନ୍ତ ଛକ ନିକଟ ରେ ଜଣେ ଟ୍ରାଫିକ ପୋଲିସ ଏକ ମହିଳା ଙ୍କୁ ସୁସ୍ଥ କରାଇବାର ଦୃଶ୍ୟ ଦେଖିବାକୁ ମିଳିଛି | ତେବେ ସେହି କନେଷ୍ଟବଳ ଜଣଙ୍କ ହେଉଛନ୍ତି ଚନ୍ଦନ ଜେନା, ସେ ବନ୍ତ ଛକ ଠାରେ ଟ୍ରାଫିକ ଡ୍ୟୁଟି ରେ ଥିବା ବେଳେ ଖଇରା ଥାନା ଡୁଗୁରା ଅଞ୍ଚଳ ର ଜଣେ ମହିଳା ବନ୍ତ ଛକ ଠାରେ ଯାଉ ଥିବା ସମୟ ରେ ହଠାତ ଚେତା ଶୂନ୍ୟ ହୋଇ ତଳେ ପଡି ଯାଇ ଥିଲେ |

ତେବେ ଟ୍ରାଫିକ କନେଷ୍ଟବଳ ଜଣଙ୍କ ତୁରନ୍ତ ମହିଳା ଜଣଙ୍କୁ ସେଠାରୁ ଉଠାଇ ଆଣି ତାଙ୍କ ଗୋଡ଼ ର ବୁଢା ଆଙ୍ଗୁଠି କୁ ଚିପି ଧରି ଥିଲେ | ଏହା ପରେ କିଛି ସମୟ ପରେ ତାଙ୍କ ଚେତା ଆସିବା ପରେ ତାଙ୍କୁ ପାଣି ପିଆଇ ସୁସ୍ଥ କରି ନିଜ ଘରକୁ ବସ ଯୋଗେ ପଠାଇ ଥିଲେ | ତେବେ ସେହି ମହିଳା ଜଣଙ୍କର ବାତ ରୋଗ ଥିବାର ମଧ୍ୟ ଜଣା ପଡିଛି | ତେବେ ଏପଟେ ଜଣେ ଟ୍ରାଫିକ ପୋଲିସ ଙ୍କର ଏପରି କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିଛନ୍ତି ଏବଂ ଏହି ଦୃଶ୍ୟ ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |