ଏମିତି ଜଣେ ଭାରତୀୟ ବୋଲର ଯିଏ 2 ହାତରେ କରୁଛନ୍ତି ବୋଲିଂ ଖେଳିବା ମୁସକିଲ୍…ଜାଣନ୍ତୁ ସେହି ବୋଲର କିଏ ?,,…ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେଉଛନ୍ତି…

ମୁସ୍ତାକଲି ଟ୍ରଫି ର ବଡ଼ ବିଜୟ ସହ ସେମି ଫାଇନାଲ ଟିକେଟ ହାତେଇଛି, ଆଉ ଏହି ମ୍ୟାଚ ପଛରେ ହିରୋ ସାଜିଛନ୍ତି ଅକ୍ଷୟ କରନିୱାର | ସିଏ ନିଜର ଚମତ୍କାର ବଲିଂ ବଳରେ ରାଜସ୍ଥାନ କୁ ହଟହଟା କରି ଥିଲେ | କାରଣ ଅକ୍ଷୟ ମାତ୍ର 4 ଓଭର ରେ ବଲିଂ କରି ସାତ ରନ ଦେବା ସହ ଗୋଟିଏ ଉଇକେଟ ହାସଲ କରି ଥିଲେ | ଏହି କଞ୍ଜସୀ ବଲିଂ ବଳରେ ରାଜସ୍ଥାନ ବଡ଼ ସ୍କର କରିବାରେ ବିଫଳ ହୋଇ ଥିଲା, ଖାସ କରି ଅକ୍ଷୟ ଙ୍କୁ ଖେଳିବା ରାଜସ୍ଥାନ ଖେଳାଳୀ ଙ୍କ ପାଇଁ ଏତେଟା ସହଜ ନଥିଲା କାରଣ ଅକ୍ଷୟ ମାତ୍ର କିଛି ବଲ ରେ ଖେଳି ରାଜସ୍ଥାନ ଖେଳାଳୀ ଙ୍କୁ ଅଡୁଆ ରେ ପକାଇ ଥିଲେ |

29 ବର୍ଷୀୟ ଅକ୍ଷୟ କରନିୱାର ଏବେ ବିଧର୍ଭ ପକ୍ଷରୁ କ୍ରିକେଟ ଖେଳୁଛନ୍ତି, କିନ୍ତୁ ଅକ୍ଷୟ ଙ୍କୁ ନେଇ ଏବେ ଭାରତୀୟ କ୍ରିକେଟ ରେ ଜୋରଦାର ଚର୍ଚ୍ଚା ହେଉଛି | କାରଣ ଏହି ଅକ୍ଷୟ ଉଭୟ ହାତରେ ବଲିଂ କରିବାରେ ମହାରଥ ହାସଲ କରିଛନ୍ତି ଆଉ ଉଭୟ ହାତରେ ବଲିଂ କରି ପ୍ରତିପକ୍ଷ ଖେଳାଳୀ ଙ୍କୁ ବାନ୍ଧି ରଖିବାରେ ପ୍ରାରଙ୍ଗମ ଅକ୍ଷୟ ଙ୍କୁ ଗତ କିଛି ବର୍ଷ ଏହି ଭୂମିକା ରେ ଦେଖିବାକୁ ମିଳିଛି | କିନ୍ତୁ ଚଳିତ ବର୍ଷ ସେ ଚର୍ଚ୍ଚା ଆସିବାର ସବୁଠୁ ବଡ଼ କାରଣ ହେଉଛି ଅକ୍ଷୟ ଙ୍କ କଞ୍ଜୁସୀ ବଲିଂ |

ଚଳିତ ବର୍ଷ ମୁସ୍ତାକଲି ଟ୍ରଫି ରେ ଅକ୍ଷୟ ସାତ ଟି ମ୍ୟାଚ ରେ 28 ଓଭର ବଲିଂ କରିଛନ୍ତି ଅର୍ଥାତ ପ୍ରତି ମ୍ୟାଚ ରେ ଚାରି ଓଭର ବଲିଂ କରି ଅକ୍ଷୟ ନିଜର କୋଟା ପୂରଣ କରିଛନ୍ତି | 28 ଓଭର ବଲିଂ କରି ଥିଲେ ମଧ୍ୟ ଅକ୍ଷୟ ମାତ୍ର 100 ରନ ବ୍ୟୟ କରିଛନ୍ତି | ଟି 20 ଫର୍ମାଟ ରେ ଏଭଳି କଞ୍ଜୁସୀ ବଲିଂ କୁ ଏଭଳି କୁଶ୍ଚତ ଦେଖିବାକୁ ମିଳେ, ତେବେ ଏଭଳି ଦମଦାର ପ୍ରଦର୍ଶନ କରି ଅକ୍ଷୟ ସମସ୍ତ ଙ୍କର ମନ କୁ ଜିଣି ପାରିଛନ୍ତି |


ଏହା ସହିତ ଅକ୍ଷୟ ଚାରୋଟି ଉଇକେଟ ନେଇ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି | ସବୁଠୁ ବଡ଼ କଥା ହେଲା ଚଳିତ ଟୁର୍ନାମେଣ୍ଟ ରେ ଏପର୍ଯ୍ୟନ୍ତ 13 ଟି ଉଇକେଟ ଅକ୍ଷୟ ହାସଲ କରିଛନ୍ତି | ଏସବୁ ବାଦ ଟି 20 ଫର୍ମାଟ ରେ ଅକ୍ଷୟ ଙ୍କ ନାଁ ରେ ଏକ ଅଲୋଡ଼ା ବିଶ୍ୱ ରେକର୍ଡ ରହିଛି | ମଣିପୁର ବିପକ୍ଷ ମ୍ୟାଚ ରେ ଅକ୍ଷୟ ଚାରି ଓଭର ବଲିଂ କରି ଥିବା ବେଳେ ଚାରି ଓଭର ମେଡେଲ ନେଇ ଥିଲେ ଆଉ ଏହା ସହ ଦୁଇଟି ଉଇକେଟ ମଧ୍ୟ ହାତେଇ ଥିଲେ |

ଏଭଳି ରେକର୍ଡ ବିଶ୍ୱ ର ଅନ୍ୟ କୌଣସି ଖେଳାଳୀ ଙ୍କ ନାଁ ରେ ନାହିଁ | ମହାରାଷ୍ଟ୍ର ର ୟୋବତ ମାଲ ରେ ଜନ୍ମ ଅକ୍ଷୟ ପିଲା ବେଳୁ ଗରିବି କୁ ଅତି ପାଖରେ ଦେଖିଛନ୍ତି | ତାଙ୍କ ବାପା ମହାରାଷ୍ଟ୍ର ରାଜ୍ୟ ପରିବହନ ବିଭାଗ ରେ ଡ୍ରାଇଭର ଥିଲେ | ତେବେ ଗରିବୀ ଦୁନିଆଁ ରୁ ବାହାରି ମାତ୍ର 15 ବର୍ଷ ବୟସ ରେ ଅକ୍ଷୟ ନାଗପୁର ନବକିର୍ତନ କ୍ଳବ ରେ ଖେଳିବା ଆରମ୍ଭ କରି ଥିଲେ | ଆଉ ଏହା ପରଠାରୁ ଅକ୍ଷୟ ଙ୍କ ଖେଳ ଜୀବନ ରେ ଗରିବୀ କେବେ ପାଚେରୀ ହୋଇ ଠିଆ ହୋଇ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।