ଅଜଣା ରୋଗରେ ପଡି ମୃତ୍ୟୁ ସହ ଲଢ଼ୁଛନ୍ତି ବୃନ୍ଦା , ଚିକିତ୍ସା ପାଇଁ ଲୋଡ଼ା ସରକାରୀ ସହାୟତା….ଯଦି ଆପଣଙ୍କ କିଛି ସହାୟତା ମିଳନ୍ତା ତେବେ ନିରିହ ଝିଅଟିର ଜୀବନ ଫେରି ପାଆନ୍ତା…

ଯୌବନ ବିତିଗଲା ରୋଗରେ । ଏ ହେଉଛନ୍ତି ବୃନ୍ଦାକାବାସୀ । ବୟସ ପ୍ରାୟ 26 ହେବ । ଦେହ ଶୁଖି ଯାଇଛି , ହାତ ଗୋଡ ସଂମ୍ପୂର୍ଣ୍ଣ ଦୂର୍ବଳ ହୋଇ ଯାଇଛି । ଶେଯରେ ପଡି ରହି ମୃତ୍ୟୁକୁ ହରେଇବା ପାଇଁ ଅହରହ ଚେଷ୍ଟା କରୁଛନ୍ତି । ସକାଳୁ ଉଠି ନିଜକୁ ଜୀବିତ ଦେଖି ଖୁସି ହୋଇ ଯାଆନ୍ତି କାରଣ ସେବି ଜାଣି ନାହାଁନ୍ତି କେତେ ବେଳେ ବି ଚାଲି ଯାଇ ପାରେ ତାଙ୍କ ଜୀବନ । ଦୁଃଖ ଯନ୍ତ୍ରଣାରେ ବେଡ୍ ରେ ଛଟପଟ ହୋଇ ଦୀର୍ଘ 12 ବର୍ଷ ଏଭଳି ଏକ ଅଜଣା ରୋଗ ରେ ଆକ୍ରନ୍ତ ହୋଇ ଶେଯ ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ମାଲକାନଗିରି ଜିଲ୍ଲା କୋରୁକଣ୍ଡା ବ୍ଲକ ଅନ୍ତ୍ରର୍ଗତ ପୁଷପାଲି ଗ୍ରାମରେ ହେଉଛି ଘର । ଅର୍ଥାଭାବରୁ ପରିବାର ଲୋକେ ଚିକିତ୍ସା କରି ନପାରିବାରୁ ଦୀର୍ଘ ବର୍ଷ ହେବା ବୃନ୍ଦା ଶଯ୍ୟାଶାୟୀ ହୋଇ ପଡି ରହିଛନ୍ତି । ଜନ୍ମ ରୁ ବୃନ୍ଦାତାବାସୀ ଙ୍କ ର ସ୍ବସ୍ଥ୍ୟାବସ୍ଥା ଠିକ୍ ରହି ଥିଲା । ହାୟସ୍କୁଲ ରେ ପଢିବା ସମୟ ରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇ ଥିଲା । ଏହାପରେ ପରିବାର ଲୋକେ ତାଙ୍କୁ କୋରୁକୁଣ୍ଡା ଓ ପରେ ମାଲକାନଗିରି ଏବଂ ତାପରେ ଚରଖାନା ନେଇ ଯାଇ ଥିଲେ ।

ହେଲେ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ରେ କୌଣସି ଉନ୍ନତି ନ ହେବାରୁ କୋରାପୁଟ ଏବଂ ପରେ କଟକ ବଡ ଡାକ୍ତରଖାନା କୁ ନେଇ ଚିକିତ୍ସା କରି ଥିଲେ । କଟକ ରେ ଚିକିତ୍ସିତ ହେବା ପରେ ବୃନ୍ଦା ସାମାନ୍ୟ ସୁସ୍ଥ ହୋଇ ଫେରିଥିଲେ ।

କିନ୍ତୁ ଚିକିତ୍ସା ପାଇଁ ଅର୍ଥ ନ ଥିବାରୁ ପରିବାର ଲୋକେ ବୃନ୍ଦା କୁ କଟକ ରୁ ଘରକୁ ନେଇ ଆସି ଥିଲେ । ଆଉ ଯେତେବେଳେ କଟକ ଡାକ୍ତରଖାନା ରେ ସେ ଚିକିତ୍ସିତ ହେଉ ଥିଲେ ସେହି ସମୟ ରେ ସୁଇପର ଠାରୁ ଆରମ୍ଭ କରି ପ୍ରଫେସର ପର୍ଯ୍ୟନ୍ତ ସମସ୍ତେ ବୃନ୍ଦାଙ୍କ ଉତ୍ତମ ବ୍ୟବହାର କଥା ବାର୍ତ୍ତା ଦେଖି ତାଙ୍କୁ ଭଲ ପାଇବା ସହ ଆଦରି ନେଇଥିଲେ ।

 ତେଣୁ ବୃନ୍ଦା ଘରକୁ ଫେରିବା ପରେ ମଧ୍ୟ ସେମାନେ ବୃନ୍ଦା ଙ୍କ ଚିକିତ୍ସା ପାଇଁ କିଛି ଟଙ୍କା ଓ ଔଷଧ ବି ପଠାଉ ଥିଲେ । କିନ୍ତୁ କଟକ ରୁ ଫେରିବା ପରେ ବୃନ୍ଦା ଶଯ୍ୟାଶାୟୀ ହୋଇ ପଡି ରହିଛନ୍ତି ଏବେ । ଯାହାକି ପରିବାର ଲୋକ ଙ୍କ ଚିନ୍ତା ବଢି ଯାଇଛି ।

ବୃନ୍ଦା ଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାର ଏବଂ ପ୍ରଶାସନ ନିକଟ ରେ ଗୁହାରି କରି ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ତେବେ ଉନ୍ନତ ଚିକିତ୍ସା ହୋଇ ପାରିଲେ ବୃନ୍ଦା ପୂର୍ବ ଅବସ୍ଥାକୁ ଫେରି ଆସିବେ ବୋଲି ଆଶା କରିଛନ୍ତି ପରିବାର ଲୋକେ ।

ତେବେ ବୃନ୍ଦାଙ୍କ ବିଷୟରେ ଜାଣିବା ପରେ ସମାଜସେବୀ ରାମକୃଷ୍ଣ ଚୌଧୁିରୀ, ରାୟଗଡା ଜିଲ୍ଲାର ବିଶ୍ବମକଟ କର , ସୁବଦ ପ୍ରଧାନୀ , ବାଲିମେଳର ପି ଶରୋଜିନି, ଫିରୋଜ ଖାନ୍, ସୁଦାସନ ମହାରଣା ପ୍ରମୁଖ ବୃନ୍ଦାଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବୃନ୍ଦାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରି ଜିଲ୍ଲା ପ୍ରଶାସନକୁ ବୃନ୍ଦାଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।