ବଡ ଖବର ! କ୍ରିକେଟକୁ ଅଲବିଦା କଲେ ଡିଭିଲିୟର୍ସ …ହିନ୍ଦୀରେ ଦେଲେ ଧନ୍ୟବାଦ…

ତେବେ ରୟାଲ ଚେଲେଞ୍ଜସ ବାଙ୍ଗାଲୋର କୁ ଲାଗିଲା ଏକ ବଡ଼ ଝଟକା, କ୍ରିକେଟ ର ସବୁ ଫର୍ମାଟ କୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକା ର ଷ୍ଟାର କ୍ରିକେଟର ଏବିଡି ଭିଲିୟର୍ସ | ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ କୁ ବାୟ ବାୟ କରି ଥିବା ଡିଭିଲିୟର୍ସ ଏବେ ସମସ୍ତ କ୍ରିକେଟ ଫର୍ମାଟ ରୁ ସନ୍ୟାସ ନେଇଛନ୍ତି | ତେବେ ଏଭଳି ନିଷ୍ପତି କ୍ରିକେଟ ପ୍ରେମୀ ଙ୍କୁ ହତଭାଗ କରି ଦେଇଛି | କାରଣ ଆଇପିଏଲ ଭଳି ଟୁର୍ନାମେଣ୍ଟ ରେ ଡିଭିଲିୟର୍ସ ଙ୍କର ବିସ୍ଫୋରକ ବ୍ୟାଟିଂ ଆଉ ଦେଖିବାକୁ ମିଳିବ ନାହିଁ |

ଦୀର୍ଘ ବର୍ଷ ହେବ ରୟାଲ ଚାଲେଞ୍ଜସ ବାଙ୍ଗାଲୋର ଟିମ ରେ ଡିଭିଲିୟର୍ସ ଖେଳି ଆସୁ ଥିଲେ, 2011 ମସିହା ରୁ ଆରସିବି ପକ୍ଷରୁ ଡିଭିଲିୟର୍ସ ଖେଳି ଆସୁ ଥିଲେ, ଆଉ ଏବେ ଯାଏଁ ବାଙ୍ଗାଲୋର ପକ୍ଷରୁ 11 ଟି ଆଇପିଏଲ ଖେଳି ଆସିଛନ୍ତି | ତେବେ କ୍ରିକେଟ ରେ ସନ୍ୟାସ ନେବା ସୂଚନା ଡିଭିଲିୟର୍ସ ଟୁଇଟର ରେ ଦେଇ ଥିଲେ |ଟୁଇଟ କରି ଡିଭିଲିୟର୍ସ ଲେଖିଛନ୍ତି ଯେ, ଏହା ତାଙ୍କ ଅବିଶ୍ୱାସିନୀୟ ଯାତ୍ରା ଥିଲା ଆଉ ଏବେ କ୍ରିକେଟ ରୁ ସନ୍ୟାସୀ ନେବା ପାଇଁ ନିଷ୍ପତି ନେଉଛି | ଯେତେବେଳେ ବଡ଼ ଭାଇ ଙ୍କ ସହ କ୍ରିକେଟ ଖେଳିବା ଆରମ୍ଭ କରି ଥିଲି ସେତେ ବେଳେ ଏହାର ପୁରା ଆନନ୍ଦ ଓ ବେଲଗାମ ଉତ୍ସାହ ସହ ଖେଳି ଥିଲି, କିନ୍ତୁ ଏବେ 37 ବର୍ଷ ରେ ପାଦ ଦେବା ପରେ ସେହି ଜୋସ ଆଉ ଚଞ୍ଚଳତା ନାହିଁ, ଧନ୍ୟବାଦ ସମସ୍ତ ଙ୍କୁ ଏହି ଯାତ୍ରା ରେ ଯୋଡି ହୋଇ ରହି ଥିବାରୁ |

 ତେବେ ଡିଭିଲିୟର୍ସ ତିନୋଟି ଭାଷା ରେ ଧନ୍ୟବାଦ ଜଣାଇ ଥିବାର ଦେଖା ଯାଇଛି | ଏହି ତିନୋଟି ମଧ୍ୟରେ ରେ ଡିଭିଲିୟର୍ସ ହିନ୍ଦୀ ରେ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି କାରଣ ଭାରତ ରେ ତାଙ୍କର କୋଟି କୋଟି ଫ୍ୟାନ୍ସ ରହିଛନ୍ତି ଯେଉଁ ମାନେ ଏବିଡି ଙ୍କର ବ୍ୟାଟିଂ ଦେଖିବା ପାଇଁ ଚାତକ ହୋଇ ଚାହିଁ ରହିଛନ୍ତି | କାରଣ ଡିଭିଲିୟର୍ସ ଙ୍କର ବ୍ୟାଟିଂ ଷ୍ଟାଇଲିସ ଶୈଳୀ କୁ ଅନେକ ପସନ୍ଦ କରନ୍ତି କାରଣ ଡିଭିଲିୟର୍ସ ଙ୍କ ବ୍ୟାଟିଂ ଙ୍କୁ ଅନେକ ବଲର ମାନେ ମଧ୍ୟ ବଲିଂ କରିବାକୁ ଭୟ କରି ଥାଆନ୍ତି |

ତେବେ ଏହା ସହିତ ଡିଭିଲିୟର୍ସ କହିଛନ୍ତି ଯେ, ମୁଁ ଜୀବନ ସାରା ଆରସିବି ର ହୋଇ ରହିବି ଆଉ ଆରସିବି ରେ ଯୋଡି ହୋଇ ରହିଥିବା ପ୍ରତେକ ବ୍ୟକ୍ତି ମୋର ପରିବାର | ମୁଁ ଏବେ ଅଧା ଭାରତୀୟ ହୋଇ ଗଲିଣି ଆଉ ଏଥିପାଇଁ ମୁଁ ଗର୍ବିତ ମଧ୍ୟ ବୋଲି ଏବିଡି କହିଛନ୍ତି | ତେବେ ବିରାଟ କୋହଲି ପ୍ରତିକ୍ରିୟା ରେ କହିଛନ୍ତି ଯେ ପରିବାର କଥା ଭାବି ଏଭଳି ନିଷ୍ପତି ନେଇ ଥିବ ନିହାତି, କିନ୍ତୁ କ୍ରିକେଟ କୁ ଛାଡିବା ମତେ ବହୁତ କଷ୍ଟ ଦେଇଛି, ଆଇ ଲଭ ୟୁ ଡିଭିଲିୟର୍ସ |

ଆଉ ଏହାର ପ୍ରତି ଉତ୍ତର ରେ ଡିଭିଲିୟର୍ସ ଲଭ ୟୁ ଠୁ ବ୍ରଦର ବୋଲି କହିଛନ୍ତି | ତେବେ ଡିଭିଲିୟର୍ସ ଙ୍କର ଏଭଳି ଭାବେ ବିଦାୟ ସମସ୍ତ ଙ୍କୁ ଚକିତ କରିବା ସହ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ମିସ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।