ଶୋଇବା ବେଡ୍ ରେ ଏକାଠି ଥିଲେ ଥାନା ବାବୁ ଓ ଅନ୍ୟ ଜଣେ ମହିଳା, ହଠାତ ଚାଲି ଆସିଲେ ସ୍ତ୍ରୀ,

ଆଜି କାଲି ର ସମାଜ ଏମିତି କିଛି ନିନ୍ଦନୀୟ ଘଟଣା ଦେଖିବାକୁ ମିଳୁଛି ଯାହା ଦ୍ୱାରା ସମାଜ କିପରି ଯେ ଆଗକୁ ବଢିବେ ତାହା ଭାବିବା ମଧ୍ୟ ବେଳେ ବେଳେ କଷ୍ଟକର ହୋଇ ପଡୁଛି | ଶିକ୍ଷିତ ହୋଇ ମଧ୍ୟ ଏପରି କାର୍ଯ୍ୟ କରି ବସୁଛନ୍ତି ଯାହା ଦ୍ୱାରା ସେମାନଙ୍କୁ ଲଜ୍ଜିତ ହେବାକୁ ପଡୁଛି | ତେବେ ଅନ୍ୟ ମାନେ ଯିଏ ଯାହା ଅପରାଧ କରନ୍ତି ତାଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ଆମ ସମାଜ ରେ ପୋଲିସ ଅଛନ୍ତି ଏବଂ ଶାନ୍ତି ଶୃଙ୍ଖଳା ରଖିବା ମଧ୍ୟ ପୋଲିସ ଙ୍କର କର୍ତ୍ତବ୍ୟ |

କିନ୍ତୁ ଆଜି କାଲି ଯୁଗ ରେ କିଛି ଏଭଳି ପୋଲିସ ଅଛନ୍ତି ଯାହା ସମାଜ ପାଇଁ କଳଙ୍କିତ ଅଟନ୍ତି | ଲୋକ ଙ୍କୁ ଠିକ ରାସ୍ତା ଆଣିବା ବଦଳ ରେ ବା ଉଚିତ ଦଣ୍ଡ ଦେବା ବଦଳ ରେ ସେମାନେ ନିଜେ ହିଁ ଏପରି କାର୍ଯ୍ୟ କରି ବସୁଛନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ |

ତେବେ ପୋଲିସ ବାବୁ ଙ୍କର ସେଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ | ଘଟଣା ଟି ହେଉଛି ପୋଲିସ ବାବୁ ଜଣଙ୍କ ବିବାହିତା କିନ୍ତୁ ଅନ୍ୟ ଏକ ଯୁବତୀ ଙ୍କ ସହ ଅଶ୍ଳୀଳ କାର୍ଯ୍ୟ ରେ ଲୀନ ଥିବା ବେଳେ ହଠାତ ସ୍ତ୍ରୀ ଆସି ଯାଇ ଥିଲେ ଆଉ ସ୍ତ୍ରୀ ପୋଲିସ ବାବୁ ଙ୍କର କାର୍ଯ୍ୟ କୁ ପର୍ଦାଫାଶ କରି ଥିଲେ |

ତେବେ ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ର କାନପୁର ଠାରେ ଦେଖିବା ପାଇଁ ମିଳିଛି | ସୂଚନା ଅନୁଯାଇ, ମଙ୍ଗଳବାର ଦିନ କାନପୁର ଠାରେ ଏକ ମହିଳା ସଶକ୍ତକରଣ କାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା, ଏହି କାର୍ଯ୍ୟକ୍ରମ ରେ ପୋଲିସ ଇନସିପେକ୍ଟର ଅରୁଣ କୁମାର ମଧ୍ୟ ଯୋଗ ଦେଇ ଥିଲେ | କିନ୍ତୁ ଆଶ୍ଚର୍ଯ୍ୟ ର କଥା ହେଉଛି ଯେ ପୋଲିସ ବାବୁ ଯୋଗ ନ ଦେଇ ଏକ ହୋଟେଲ ରେ ଅନ୍ୟ ଏକ ମହିଳା ଙ୍କ ସହ ରାସଲୀଳା କରୁ ଥିଲେ |

ତେବେ ସେହି ହୋଟେଲ ରେ ପୋଲିସ ବାବୁ ଙ୍କ ସ୍ତ୍ରୀ ହଠାତ ଆସି ପହଞ୍ଚି ଥିଲେ ଏବଂ ଅନେକ ପ୍ରଶ୍ନ କରିବା ସହ ଦୁହେଁ ଙ୍କୁ ବହୁତ ପିଟି ମଧ୍ୟ ଥିଲେ | ଏହା ପରେ ସ୍ତ୍ରୀ ବରିଷ୍ଠ ଅଧିକାରୀ ଙ୍କ ପାଖରେ ସ୍ୱାମୀ ଙ୍କ ନାଁ ରେ ଅଭିଯୋଗ କରି ଥିଲେ |

 

ହୋଟେଲ ମ୍ୟାନେଜର ଙ୍କ କହିବା ଅନୁଯାଇ ଅରୁଣ କୁମାର ପୂର୍ବରୁ ମଧ୍ୟ ଏହି ହୋଟେଲ କୁ ଆସିଛନ୍ତି କିନ୍ତୁ କେବଳ ହାତ ମୁହଁ ଧୋଇ ସେଠାରୁ ଚାଲି ଯାଆନ୍ତି | ଅନ୍ୟ ପକ୍ଷରେ ପୋଲିସ ବାବୁ ଙ୍କ ସହକର୍ମୀ କହିଛନ୍ତି ଯେ ଏହି ମହିଳା ଙ୍କ ସହ ତାଙ୍କର ଅନେକ ଦିନ ଆଗରୁ ସମ୍ପର୍କ ରହିଛି | ତେବେ ଘଟଣା ସାମ୍ନା କୁ ଆସିବା ପରେ ପୋଲିସ କମିଶନ ମାମଲା ର ରିପୋର୍ଟ ମାଗିବା ସହ ଅରୁଣ କୁମାର ଙ୍କୁ ସସ୍ପେଣ୍ଡ କରିଛନ୍ତି |