ମାର୍କେଟ ନେଉଛି ଧୂମ ମଚାଇଲା ସୁରଙ୍କ ରୋମାଣ୍ଟିକ ଗୀତ ଚାରିଆଡେ ସୁରଙ୍କ ନୂତନ ଗୀତକୁ ନେଇ ଚର୍ଚ୍ଚା ଗୋଟିଏ Album ରେ ହିଟ୍ ହୋଇଗଲା

ଓଡିଶା ରାଜ୍ୟ ରାଜନୀତିରେ କଂଗ୍ରେସର ବିଧାୟକ ସୁର ରାଉତରାୟଙ୍କୁ କିଏ ବା ନ ଜାଣେ । ସେ ହେଉଛନ୍ତି ରାଜ୍ୟ ରାଜନୀତିର ଜଣେ ବରିଷ୍ଠ ଏବଂ ପରିଚିତ ଚେହେରା ଅଟନ୍ତି । ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟ ସବୁବେଳେ କିଛି ନାଁ କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ସାଧାରଣ ଭାବରେ ସେ ତାଙ୍କର ଗଣାମାଧ୍ୟମକୁ ଦେଉଥିବା ବାଇଟ୍ ଏବଂ କୌତୁହଳପୂର୍ଣ୍ଣ କଥା ପାଇଁ ଚର୍ଚ୍ଚାର ଶୀର୍ଷବିନ୍ଦୁ ପାଲଟିଥାନ୍ତି । ତେବେ ବର୍ତ୍ତମାନ ସମୟରେ ପୁଣି ଥରେ ସେ ଏକ ଗୀତ ପାଇଂ ଚର୍ଚ୍ଚାର ଶୀର୍ଷବିନ୍ଦୁ ପାଲଟିଛନ୍ତି ।

ତେବେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ମାନି ଆଉ ସୁରବାବୁଙ୍କ ପ୍ରେମ କାହାଣୀ । ଭାଇରାଲ ହେବାରେ ଲାଗିଛି ସୁରବାବୁଙ୍କ ଏବଂ ମାନିଙ୍କ ପ୍ରେମକୁ ନେଇ କରି ଏକ ସୁନ୍ଦର ରୋମାଣ୍ଟିକ ଭିଡିଓ ।

ଯେଉଁ ଭିଡିଓରେ ମାନି ଏବଂ ସୁରବାବୁଙ୍କ ପ୍ରେମ ସଂପର୍କରେ କିପରି ତାହା ସ୍ପଷ୍ଟ ଭାବରେବରେ ଦେଖାଦେଇଛି । ଏହାସହିତ ସୁରବାବୁ କହିଛନ୍ତି କି ତାଙ୍କୁ ସମସ୍ତ ପୁରୁଣା କଥା ମନେ ପଡିବା ସହିତ ତାଙ୍କ ବୋଉ କଥା ମନେ ପଡୁଛି ଏବଂ ତାଙ୍କ ବୋଉ କିପରି ନିଷ୍ଟାବାନ ଏବଂ କର୍ତ୍ତବ୍ୟପରାୟଣ ଥିଲେ ତାହାକୁ ମଧ୍ୟ ସେ କହିଛନ୍ତି । ତେବେ ସଂପୂର୍ଣ୍ଣ ଘଟଣା ବିଷୟରେ ଚାଲନ୍ତୁ ଜାଣିବା,

ଭିଡିଓରେ ସୁରବାବୁଙ୍କ ପୁରୁଣା ସ୍ମୁତିକୁ ମନେ ପକେଇବା ସହିତ ସେ କିପରି ମାନିକୁ ବିବାହ କରିଥିଲେ ସେ ବିଷୟରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ଏହି ଗୀତରେ ସୁରବାବୁ ମାନିଙ୍କ ପାଇଁ ଏକ ଚିଠି ଲେଖୁଛନ୍ତି ଏପରିକି ମାନି ତାଙ୍କୁ ଆଖି ମଧ୍ୟ ମାରୁଛନ୍ତି ଏବଂ ଦୁହେଁ ମିଶିକରି ଡ୍ୟାନ୍ସ କରିବାର ନଜର ଆସିଛି । ଆଉ ଗୀତର ଟାଇଟେଲ ରହିଚି ତୋ ପ୍ରେମରେ ପଡିଗଲି କି ଯାହାକି ବହୁତ ସୁନ୍ଦର ହୋଇଛି ।

ଗୀତରେ ସୁରବାବୁ ପୁରା ୟଙ୍ଗ ଲାଗୁଛନ୍ତି ଏବଂ ନିଜର କେଶକୁ ମଧ୍ୟ କଳା କରିବା ସହିତ ଜାକେଟ ସୁଟ ପିନ୍ଦିଥିବାର ନଜର ଆସିଛନ୍ତି । ଅନ୍ୟପଟେ ମାନି ଏକ ସୁନ୍ଦର ଶାଢୀ ପିନ୍ଧିବା ସହିତ ମୁଣ୍ଡରେ ଲାଲ ରଙ୍ଗର ଗଜରା ଲଗେଇଛନ୍ତି । ଏହାଛଡା ସେମାନେ ଏକ ଝୁଲଣରେ ବସି ସୁରବାବ ବଇଁସି ବଜାଉଥିବା ସମୟରେ ମାନି ତାଙ୍କ କାନ୍ଧରେ ମୁଣ୍ଡ ରକିଛନ୍ତି ପୂରା ରାଧା କୃଷ୍ଣ ଯୋଡି ପରି ଦେଖାଯାଉଛି ।

ପୁଣି ମାନି ଠାକୁର ଘର ଭିତରେ ପୂଜା କରିବା ସମୟରେ ସୁର ତାଙ୍କ ପାଖରେ ବସି ତାଙ୍କୁ ପ୍ରେମ ଭରା ନୟନରେ ଚାହିଁ ରହିଛନ୍ତି ସେହି ଦୃଶ୍ୟଟି ବହୁତ ମନୋରୋମ ଲାଗୁଚି ଏବଂ ସୁରବାବୁ ମାନିଙ୍କ ମୁଣ୍ଡରେ ବହୁତ ପ୍ରେମରେ ଓଢଣା ପକେଇ ଦେଉଛନ୍ତି ଏବଂ ଦୁହେଁ ମିଶିକରି ଏକୁଟିଆ ଜାଗାରେ ମାନିଙ୍କ କୋଳରେ ମୁଣ୍ଡ ରଖି ସୁରବାବୁ ଶୋଇ ଗପକରିବାର ମଧ୍ୟ ଦେଖାଦେଇଛି ।

ଏତତ୍ବ୍ୟତିତ କେମିତି ସେମାନେ ବିବାହ ପାଇଁ ଘରେ ରାଜିକରେଇବେ ଏବଂ ବିବାହ ପରେ ସମସ୍ତଙ୍କୁ ଖୁସି ଖବର ଦବେ, ସୁର କୌଣସ କାମକୁ ଗଲେ ମାନି କିପରି ଛାତ ଉପରେ ରହି ତାଙ୍କୁ ଅପେକ୍ଷା କରନ୍ତି ଏବଂ ଆସିଲେ ସାଙ୍ଗରେ ମିଶିକରି ଖାଇଥାନ୍ତି ସେହି ସମସ୍ତ କଥାକୁ ଗୀତ ଭାବରେ ଏକ ସୁନ୍ଦ ଭିଡିଓ କରି ଦେଖାୟାଇଛି । ଯାହା ବର୍ତ୍ତମାନ ସମୟରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ।